Advertisment

ପପ୍ ଷ୍ଟାର୍ ରିହାନାଙ୍କୁ ଜବାବ ଦେଲେ 'ରାମାୟଣ'ର ଲକ୍ଷ୍ମଣ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ପପ୍ ସିଙ୍ଗର୍ ରିହାନାଙ୍କ ଟ୍ୱିଟ୍ ପରେ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଛି। ରିହାନାଙ୍କ ମନ୍ତବ୍ୟକୁ ନେଇ ସୋଶାଲ୍ ମିଡିଆ ଦୁଇ ଭାଗରେ ବାଣ୍ଟି ହୋଇଛି। ଅନେକେ ରିହାନାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ନେଇ ଆପତ୍ତି କରିଛନ୍ତି। ଏହା ପରେ ଅକ୍ଷୟ କୁମାର, ଅଜୟ ଦେବଗନ୍, କରନ୍ ଜୋହର ଲତା ମଙ୍ଗେଶକର ଓ କଙ୍ଗନା ରଣାୱତଙ୍କ ସମେତ ଫିଲ୍ମ ଅନେକ ସେଲିବ୍ରିଟୀ ପ୍ରତିକ୍ରିୟା ଦେବା ସହ ଦେଶବାସୀଙ୍କୁ ଏଭଳି […]

ଅଦ୍ୟତନ ହୋଇଛି
ପପ୍ ଷ୍ଟାର୍ ରିହାନାଙ୍କୁ ଜବାବ ଦେଲେ 'ରାମାୟଣ'ର ଲକ୍ଷ୍ମଣ

sunil

Advertisment

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ପପ୍ ସିଙ୍ଗର୍ ରିହାନାଙ୍କ ଟ୍ୱିଟ୍ ପରେ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଛି। ରିହାନାଙ୍କ ମନ୍ତବ୍ୟକୁ ନେଇ ସୋଶାଲ୍ ମିଡିଆ ଦୁଇ ଭାଗରେ ବାଣ୍ଟି ହୋଇଛି। ଅନେକେ ରିହାନାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ନେଇ ଆପତ୍ତି କରିଛନ୍ତି। ଏହା ପରେ ଅକ୍ଷୟ କୁମାର, ଅଜୟ ଦେବଗନ୍, କରନ୍ ଜୋହର ଲତା ମଙ୍ଗେଶକର ଓ କଙ୍ଗନା ରଣାୱତଙ୍କ ସମେତ ଫିଲ୍ମ ଅନେକ ସେଲିବ୍ରିଟୀ ପ୍ରତିକ୍ରିୟା ଦେବା ସହ ଦେଶବାସୀଙ୍କୁ ଏଭଳି ଭୁଲ ପ୍ରଚାରରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି।

Advertisment

ଏବେ ଏଥିରେ ସାମିଲ୍ ହୋଇଛନ୍ତି 'ରାମାୟଣ' ଧାରାବାହିକରେ 'ଲକ୍ଷ୍ମଣ' ଭୂମିକା ତୁଲାଇଥିବା ସୁନୀଲ ଲାହରୀ। ସୁନୀଲ ଲାହରୀ ଟ୍ୱିଟରରେ ଲେଖିଛନ୍ତି, 'ରିହାନା ହୁଅନ୍ତୁ କି ଆଉ କୌଣସି ବିଦେଶୀ ବା ଅନ୍ୟ ଦେଶକୁ ଆମ ଦେଶର ଚାଷୀ ଆନ୍ଦୋଳନ କିମ୍ବା କୌଣସି ମାମଲାରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ନିଜର ଅନ୍ତରୀଣ ସମସ୍ୟା ଦୂର କରିବା ପାଇଁ ଆମ ଦେଶ ସକ୍ଷମ।'

ଅନ୍ୟପକ୍ଷରେ ଆମେରିକୀୟ ପପ୍ ସିଙ୍ଗର୍ ରିହାନା, ସ୍ୱିଡେନର ଜଳବାୟୁ କର୍ମକର୍ତ୍ତା ଗ୍ରେଟା ଥନବର୍ଗ, ଆମେରିକୀୟ ଅଭିନେତ୍ରୀ ଅମାଣ୍ଡା କେରନୀ, ସିଙ୍ଗର ଜେ ସିନ୍ ଓ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜୀ ମୀନା ହାରିସଙ୍କ ସମେତ ଅନେକ ଜଣାଣୁଣା ସେଲିବ୍ରିଟୀ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ।

Advertisment

https://twitter.com/LahriSunil/status/1357875071386226689?s=20

ରିହାନା ପ୍ରଥମ ଅନ୍ତର୍ଜାତୀୟ ସେଲିବ୍ରିଟୀ ଯିଏ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏବଂ ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ବେଳେ ଇଣ୍ଟରନେଟ୍ ସେବା ବନ୍ଦ ହେବା ନେଇ ସମାଲୋଚନା କରିଥିଲେ। ଏହି ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆନ୍ଦୋଳନ ସମ୍ବନ୍ଧରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ଏହାର ଭଲଭାବେ ଯାଞ୍ଚ କରିବା ଦରକାର ବୋଲି ଦେଶବାସୀଙ୍କୁ କହିଥିଲା। ଏହାସହ ସୋଶାଲ୍ ମିଡିଆରେ ହ୍ୟାଶଟ୍ୟାଗ୍ ତଥା ସମ୍ବେଦନଶୀଳ ମନ୍ତବ୍ୟ ଦେବା ଉଚିତ୍ ନୁହେଁ ବୋଲି କହିଥିଲା।

ଭାରତ ସରକାରଙ୍କୁ ସମର୍ଥନ କରି ସଚିନ୍ ଟ୍ୱିଟ୍ କରି ଲେଖିଥିଲେ, ‘ଭାରତର ସାର୍ବଭୌମତ୍ୱ ସହ ସାଲିସ୍ କରାଯାଇପାରିବ ନାହିଁ। ବାହ୍ୟ ଶକ୍ତି ଦର୍ଶକ ହୋଇପାରନ୍ତି, କିନ୍ତୁ ସେମାନେ ଅଂଶଗ୍ରହଣକାରୀ ହୋଇପାରିବେ ନାହିଁ। ଭାରତକୁ ଭାରତୀୟ ଭଲଭାବେ ଜାଣନ୍ତି ଏବଂ ଭାରତ ପାଇଁ ନିଷ୍ପତ୍ତି ନିଆଯିବା ଦରକାର। ଆସନ୍ତୁ ସମସ୍ତେ ଏକ ରାଷ୍ଟ୍ର ଭାବେ ଏକତ୍ରିତ ହେବା। #IndiaTogether ଏବଂ #IndiaAgainstPropoganda

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe