Advertisment

'କଭି ଅଲବିଦା ନା କେହନା ରିଲିଜ୍ ପରେ ସବୁଠୁ ଅଧିକ ଛାଡ଼ପତ୍ର ହୋଇଥିଲା'

"ବହୁତ ଲୋକ ଥିଏଟରକୁ ଯାଇ ଫିଲ୍ମ ଦେଖିଥିଲେ। ଆଉ ପରବର୍ତ୍ତୀ ସମୟରେ ଛାଡ଼ପତ୍ର ଦେଇଥିଲେ। ମୁଁ ଭାବୁଛି କରଣ ଜୋହରଙ୍କ ପାଇଁ ଏହା ସବୁଠୁ ବଡ଼ ଫିଡବ୍ୟାକ୍(ମତାମତ) ଥିଲା।"

author-image
Debibandita Barick
ଅଦ୍ୟତନ ହୋଇଛି
Rani Mukharji

Rani Mukharji

୨୦୦୬ରେ ରିଲିଜ୍ ହୋଇଥିବା କରଣ ଜୋହରଙ୍କ ଫିଲ୍ମ 'କଭି ଅଲବିଦା ନା କେହନା' ଉପରେ ଏକ ରୋଚକ ତଥ୍ୟ ଶେଆର୍ କଲେ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ଦର୍ଶକଙ୍କ ଉପରେ କିପରି ଫିଲ୍ମର ପ୍ରଭାବ ପଡିଥିଲା ଏବଂ ତାଙ୍କ ଚରିତ୍ର 'ମାୟା' ବିଷୟରେ ଆଲୋଚନା କରିଛନ୍ତି ରାଣୀ।

Advertisment

ଗୋଆରେ ଚାଲିଥିବା ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ(IFFI) ମହୋତ୍ସବରେ ରାଣୀ କହିଛନ୍ତି, "ଏହି ସିନେମା ରିଲିଜ୍ ହେବା ପରେ ଅନେକ ଦମ୍ପତି ଛାଡ଼ପତ୍ର ଦେଇଥିଲେ। ଯଦି ଏହି ସିନେମା ରିଲିଜ୍ ହେବା ପରେ କିଛି ଅଧିକ ଘଟିଛି, ତାହା ହେଉଛି ଛାଡ଼ପତ୍ର।" 

ରାଣୀ କହିଛନ୍ତି, "ବହୁତ ଲୋକ ଥିଏଟରକୁ ଯାଇ ଫିଲ୍ମ ଦେଖିଥିଲେ। ଆଉ ପରବର୍ତ୍ତୀ ସମୟରେ ଛାଡ଼ପତ୍ର ଦେଇଥିଲେ। ମୁଁ ଭାବୁଛି କରଣ ଜୋହରଙ୍କ ପାଇଁ ଏହା ସବୁଠୁ ବଡ଼ ଫିଡବ୍ୟାକ୍(ମତାମତ) ଥିଲା। କାରଣ ସିନେମା ଦେଖିବା ପରେ ଅନେକ ଲୋକଙ୍କ ଚେତନା ଜାଗ୍ରତ ହୋଇଥିଲା ଏବଂ ସେମାନେ ବାସ୍ତବରେ ସେମାନଙ୍କ ଖୁସିକୁ ଗୁରୁତ୍ୱ ଦେଇ ଏପରି ନିଷ୍ପତ୍ତି ନେଇଥିଲେ।" 

Advertisment

ସିନେମାରେ ତାଙ୍କ ଚରିତ୍ର ମାୟା ବିଷୟରେ ବର୍ଣ୍ଣନା କରି ରାଣୀ ମୁଖାର୍ଜୀ କହିଛନ୍ତି, "ମାୟା ଚରିତ୍ରରେ ସବୁଠୁ ଭଲ କଥା ହେଉଛି ଯେ ସେ ଋଷିକୁ ଭଲ ପାଉଛନ୍ତି, ଯାହାଙ୍କ ପାଖରେ ଏକ ସ୍ୱତନ୍ତ୍ର କ୍ଷମତା ଅଛି ଏବଂ ସେ ଜଣେ ଭଲ ବନ୍ଧୁ ମଧ୍ୟ।" ଶାହରୁଖ ଖାନ ଅଭିନୟ କରିଥିବା ଚରିତ୍ର 'ଦେବ' ଯେଉଁପରି ଭାବେ ତାଙ୍କୁ ଭଲପାଇବା ଦେଇଥିଲେ, ସେହି ଭଲପାଇବାକୁ ସବୁବେଳେ ଖୋଜୁଥିଲେ ବୋଲି କହିଛନ୍ତି ରାଣୀ। 

ରାଣୀ ଆହୁରି କହିଛନ୍ତି, ସବୁବେଳେ ଜଣେ ମହିଳାଙ୍କ ଇଚ୍ଛା, ତାଙ୍କ ପସନ୍ଦ ଏବଂ ସେ କଣ ଚାହୁଁଛନ୍ତି ବୁଝିବା କଥା। ଜଣେ ସ୍ୱାମୀ ତା' ସ୍ତ୍ରୀକୁ ବାଡ଼ାଉ ନାହିଁ, ଏହାର ଅର୍ଥ ନୁହେଁ ଯେ ସେ ବେଡ୍ ଶେଆର୍ ଓ ଲଭ୍ ପାଇଁ ପର୍ଫେକ୍ଟ।' କେବେ ବି ଜଣେ ମହିଳାଙ୍କୁ ପଚରାଯାଏ ନାହିଁ, 'ତୁମେ ଏହି ପୁରୁଷ ପ୍ରତି ଆକର୍ଷିତ କି?' ବୋଲି ରାଣୀ ମୁଖାର୍ଜୀ କହିଛନ୍ତି। 

ପ୍ରକାଶ ଥାଉ କି, "କଭି ଅଲବିଦା ନା କେହନା"ରେ ପ୍ରୀତି ଜିଣ୍ଟା, ଅଭିଷେକ ବଚ୍ଚନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।