/odisha-reporter/media/post_attachments/uploads/2020/08/rhea-8.jpg)
rhea
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଗତ ବର୍ଷ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେ ଚର୍ଚ୍ଚାରେ ଥିଲେ। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏଭଳି ଏକ ଫଟୋ ସେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି।
ମଙ୍ଗଳବାର ରିଆ ନିଜ ଇନ୍ଷ୍ଟାଗ୍ରାମରେ ଆଶାର ନୂଆ କିରଣ ପ୍ରସାର କରିବା ଉଦ୍ଦେଶ୍ୟରେ ଏକ ସେଲ୍ଫି ସେଆର କରିଛନ୍ତି। ଏହି ଫଟୋରେ ସେ କଳା ରଙ୍ଗ ଟପ୍ ପିନ୍ଧିଛନ୍ତି। ଏହି ଫଟୋକୁ ସେଆର କରି ସେ ଲେଖିଛନ୍ତି, ‘ଉଠନ୍ତୁ ଏବଂ ଚମକନ୍ତୁ’। ତାଙ୍କର ଏହି ଫଟୋ ଏବେ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି।
ସୂଚନା ମୁତାବକ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଦ୍ୱାର ରିଆଙ୍କ ବିରୋଧରେ ଆତ୍ମହତ୍ୟା କରିବା ପାଇଁ ସୁଶାନ୍ତଙ୍କୁ ଉସ୍କାଇବା ଏବଂ ତାଙ୍କ ଟଙ୍କା ହେରଫେର୍ କରିବା ଆଭିଯୋଗ ଆଣିଥିଲେ। କେବଳ ସେତିକି ନୁହେଁ ଗତବର୍ଷ ସୁଶାନ୍ତଙ୍କ ମୃତ୍ୟୁ ମାମଲରେ ଡ୍ରଗ୍ସ କାରବାର ସମ୍ବନ୍ଧୀୟ ଯାଂଚରେ ତାଙ୍କ ଭାଇର ସୌଭିକଙ୍କ ସହ ରିଆଙ୍କୁ ମଧ୍ୟ ଏନ୍ସିବି ଗିରଫ କରିଥିଲା। ମୁମ୍ବାଇର ଭାୟଖଲା ଜେଲ୍ରେ ଏକ ମାସ ରହିବା ପରେ ରିଆଙ୍କୁ ଜାମିନ୍ ମିଳିଥିଲା।/odisha-reporter/media/post_attachments/wp-content/uploads/2021/06/rhea-.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
