/odisha-reporter/media/post_attachments/uploads/2021/04/Salman-Khan-2.jpg)
Salman-Khan
ମୁମ୍ବାଇ: କରୋନାକୁ ନେଇ ଚାରିଆଡେ ସ୍ଥିତି ଚିନ୍ତାଜନକ। ଦେଶରେ ହୁହୁ ହୋଇ ମାଡି ଚାଲିଛି ମହାମାରୀ। ଏଭଳି ପରିସ୍ଥିତିରେ ଫ୍ରଣ୍ଟଲାଇନ ୱର୍କରମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ଏମାନଙ୍କ ପାଇଁ ଏବେ ଆଗକୁ ଆସିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସେ ଏହି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ 'ବିଙ୍ଗ ହଙ୍ଗରୀ' ଅଭିଯାନ ମାଧ୍ୟମରେ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରୁଛନ୍ତି।
‘ବିଙ୍ଗ ହଙ୍ଗରୀ’ ଅଭିଯାଜନ ମାଧ୍ୟମରେ ଫୁଡ୍ ଭ୍ୟାନ୍ଗୁଡିକ ମୁମ୍ବାଇର ରାସ୍ତାରେ ବୁଲୁଛି। କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରୁଛି ଏହି ଭ୍ୟାନ୍। ଏପରିକି ସଲମାନ ଖାନ୍ ନିଜେ ଆସି ଏହାର ତଦାରଖ ମଧ୍ୟ କରିଛନ୍ତି।
ରବିବାର ଦିନ ବାନ୍ଦ୍ରା ସ୍ଥିତ ରେସ୍ତୋରାଁରେ ପହଁଚି ସଲମାନ ଖାନ୍ ଆଗକୁ ଆସି ନିଜେ ଫ୍ରଣ୍ଟଲାଇନ୍ ୱର୍କରମାନଙ୍କ ପାଇଁ ୫ ହଜାର ଖାଦ୍ୟ ପ୍ୟାକେଟ ପାର୍ସେଲ ପଠାଇଛନ୍ତି। ଏନେଇ ତଙ୍କ ଯୁବ ସେନାର ଜଣେ ସଦସ୍ୟ ରାହୁଲ କନଲ ସଲମାନଙ୍କ ଏକ ଫଟୋ ଟୁଇଟ୍ କରିଛନ୍ତି। ଏହି ଫଟୋରେ ସଲମାନ ଖାନ୍ ରେସ୍ତୋରାଁରେ ଠିଆ ହୋଇଥିବା ନଜର ଆସିଛନ୍ତି।
ଏଥିସହ ଫୁଡ୍ ଭ୍ୟାନକୁ ଖାଦ୍ୟ ପଠାଇବା ପୂର୍ବରୁ, ସଲମାନ ଖାନ ନିଜେ ଏହି ଖଦ୍ୟଗୁଡିକର ଗୁଣବତ୍ତା ଯାଞ୍ଚ କରିବା ପାଇଁ ପରୀକ୍ଷା କରିଛନ୍ତି। ଏହା ବ୍ୟତୀତ ଅଭିନେତା ଜଣକ ସେଠାକାର ସ୍ୱଚ୍ଛତାକୁ ନେଇ ମଧ୍ୟ ସତର୍କ କରାଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗତବର୍ଷ ମଧ୍ୟ କରୋନା ମହାମାରୀ ସମୟରେ ସଲମାନ ଖାନ୍ ସମସ୍ତ କୋଭିଡ ଯୋଦ୍ଧା ଓ ଗରିବମାନଙ୍କୁ ଖାଦ୍ୟ ଯୋଗାଇଥିଲେ। ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ମଧ୍ୟ ଯୋଗାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
