/odisha-reporter/media/post_attachments/uploads/2021/02/salman-khan.jpg)
salman-khan
ମୁମ୍ବାଇ: ସାରା ଦେଶରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୩ କୃଷି ଆଇନ୍ ବିରୋଧରେ ଚାଷୀ ଦିଲ୍ଲୀରେ ଧାରଣାରେ ବସିଛନ୍ତି। ଏହାରି ଭିତରେ ଆନ୍ଦୋଳନକୁ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ, ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି। ଏହି ଆନ୍ଦୋଳନ ଏବେ ଭାରତରେ ଆଉ ସୀମିତ ହୋଇ ରହିନାହିଁ। ସାରା ବିଶ୍ୱରେ ଏହି ଆନ୍ଦୋଳନକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଏବେ ଏହାକୁ ନେଇ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ପ୍ରତିକ୍ରିୟା ରଖିଛନ୍ତି।
ସଲମାନ୍ ଅତି ବୃଦ୍ଧିମାନର ସହ ଚାଷୀ ଆନ୍ଦୋଳନ ମାମଲାରେ ନିଜର ପକ୍ଷ ରଖିଛନ୍ତି। ଏକ କାର୍ଯ୍ୟକ୍ରମ ବେଳେ ଚାଷୀ ଆନ୍ଦୋଳନ ସମ୍ବନ୍ଧରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରେ ସଲମାନ କହିଛନ୍ତି, ମୁଁ ନିଶ୍ଚୟ ଚାଷୀ ଆନ୍ଦୋଳନ ବିଷୟରେ କହିବି। ମୋ ମତରେ ସବୁ କାମ ଠିକଠାକ୍ ହେବା ଦରକାର। ପ୍ରତିଟି ଲୋକଙ୍କ ସହ ସବୁକିଛି ଠିକ୍ ହେବା ଦରକାର। ଏହିପରି ଭାବେ ଏକ ମ୍ୟୁଜିକ୍ ଶୋ' ଲଞ୍ଚ୍ ବେଳେ ସଲମାନ୍ ଏଭଳି କିଛି କହିଛନ୍ତି। ହେଲେ ସେ ବଲିଉଡର ତିନି ଖାନଙ୍କ ମଧ୍ୟରୁ ପ୍ରଥମ ବ୍ୟକ୍ତି ଯିଏ ଚାଷୀ ଆନ୍ଦୋଳନକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।
ଚାଷୀ ଆନ୍ଦୋଳନ ସମର୍ଥନରେ ହଲିଉଡ୍ ପପ୍ ଷ୍ଟାର୍ ରିହାନା ଓ ସୋଶାଲ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ ଓ ପର୍ଣ୍ଣ ଷ୍ଟାର୍ ମିଆ ଖଲିଫା ଟ୍ୱିଟ୍ କରିଥିଲେ। ଯାହା ପରେ କିଛି ଭାରତୀୟ ଅଭିନେତା ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ଭଳି ସେଲିବ୍ରିଟୀ ସରକାରଙ୍କ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ତାପସୀ ପାନ୍ନୁ, ସୋନାକ୍ଷୀ ସିହ୍ନାଙ୍କ ଭଳି କିଛି ଅଭିନେତ୍ରୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।
କେବଳ ବଲିଉଡ୍ ନୁହେଁ କ୍ରିକେଟ୍ ତାରକା ମଧ୍ୟ ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଅଧିକାଂଶ ଭାରତୀୟ କ୍ରିକେଟର ଯଥା ସଚିନ୍ ତେନ୍ଦୁଲକର, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, କୋଚ୍ ରବି ଶାସ୍ତ୍ରୀ, ଅନୀଲ କୁମ୍ବଲେ ଆଦି ଭାରତ ସରକାରଙ୍କୁ ସମର୍ଥନ କରିଥିବା ବେଳେ ଚାଷୀ ଆନ୍ଦୋଳନରେ ବାହ୍ୟ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
