Advertisment

ବନବିଭାଗ ଅଫିସର ସାଜିଲେ ବିଦ୍ୟା

ମୁମ୍ବାଇ: “ଜଙ୍ଗଲ ଜେତେ ଘଞ୍ଚ ହେଉନା କାହିଁକି, ବାଘୁଣୀ ତା’ ରାସ୍ତା ନିଜେ ଖୋଜି ବାହାର କରିନିଏ ।” କିଛି ଏଭଳି ଡାଏଲଗ ସହ ରିଲିଜ ହୋଇଛି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅପ୍‌କମିଂ ଫିଲ୍ମ ‘ସେରନୀ’ର ଟିଜର । ଫିଲ୍ମ ‘ସେରନୀ’ର ୩୦ ସେକେଣ୍ଡର ଏହି ଟିଜରରେ ବିଦ୍ୟା ବାଲନଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି। ଏଥିସହ ବିଦ୍ୟା ଘଂଚ ଜଙ୍ଗଲ ଭିତରେ କିଛି ଗୋଟେ ଖୋଜୁଥିବା ଦେଖିବାକୁ ମିଳିଛି । ତାଙ୍କ ସହ ବନବିଭାଗର […]

author-image
Madhupriya Mistry
ବନବିଭାଗ ଅଫିସର ସାଜିଲେ ବିଦ୍ୟା

vidya

ମୁମ୍ବାଇ: “ଜଙ୍ଗଲ ଜେତେ ଘଞ୍ଚ ହେଉନା କାହିଁକି, ବାଘୁଣୀ ତା’ ରାସ୍ତା ନିଜେ ଖୋଜି ବାହାର କରିନିଏ ।” କିଛି ଏଭଳି ଡାଏଲଗ ସହ ରିଲିଜ ହୋଇଛି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅପ୍‌କମିଂ ଫିଲ୍ମ ‘ସେରନୀ’ର ଟିଜର ।

Advertisment

ଫିଲ୍ମ ‘ସେରନୀ’ର ୩୦ ସେକେଣ୍ଡର ଏହି ଟିଜରରେ ବିଦ୍ୟା ବାଲନଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି। ଏଥିସହ ବିଦ୍ୟା ଘଂଚ ଜଙ୍ଗଲ ଭିତରେ କିଛି ଗୋଟେ ଖୋଜୁଥିବା ଦେଖିବାକୁ ମିଳିଛି । ତାଙ୍କ ସହ ବନବିଭାଗର ଅନ୍ୟ ଅଫିସର ମାନେ ମଧ୍ୟ ନଜର ଆସିଛନ୍ତି।

ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ ହେବ। ଗତବର୍ଷ ‘ଶକୁନ୍ତଳା ଦେବୀ’ ସାଜି ଦର୍ଶକଙ୍କ ହୃଦୟ ଜିତିଥିଲେ ବିଦ୍ୟା । ଚଳିତ ବର୍ଷ ସେ ଫରେଷ୍ଟ ଅଫିସର ସାଜି ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ କରିଛନ୍ତି।

Advertisment

ଅମିତ ମସୁରକରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ଓଟିଟି ପ୍ଳାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲ୍‌ରେ ବିଦ୍ୟା ବାଲନ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ବିଜୟ ରାଜ, ନୀରଜ କାବି, ଇଲା ଅରୁଣ, ଶରସ ସକ୍‌ସେନା ଏବଂ ବ୍ରିଜେନ୍ଦ୍ର କାଲା ଅଛନ୍ତି। ତେବେ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କିଛି ସୂଚନା ନାହିଁ।

ଏହି ଫିଲ୍ମକୁ ନେଇ ନିକଟରେ ପ୍ରଡ୍ୟୁସର ଭୂଷଣ କୁମାର କହିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ସବୁ ଫିଲ୍ମ ପ୍ରଡ୍ୟୁସ କରିବା ମଉକା ମିଳିଛି, ସେ ସମସ୍ତ ଫିଲ୍ମଠାରୁ ‘ସେରନୀ’ ପୁରାପୁରି ଭିନ୍ନ।