Advertisment

ରାଗି ଗଳେ ଶ୍ରୁତି

ମୁମ୍ବାଇ: ଆଜିକାଲି ଅଧିକାଂଶ ସେଲେବ୍ରିଟି ଭେକେସନରେ ଯାଉଛନ୍ତି। କିଏ ମଲଦୀପ ଯାଉଛି ତ ଆଉ କିଏ ଗୋଆ।  ଅନେକ ଷ୍ଟାର ତାଙ୍କ ସୋଶାଲ ଆକାଉଣ୍ଟରେ ଭେକେସନରେ ବିଭିନ୍ନ ଫଟୋ ମଧ୍ୟ ସେଆର କରୁଛନ୍ତି। କିଏ ବିକିନି ପିନ୍ଧି ଫଟୋ ସେଆର କରୁଛି ତ ଆଉ କିଏ ପୁଲ୍‌ ସାଇଡ୍‌ ଫଟୋ ସେଆର କରୁଛନ୍ତି। ତେବେ ନିକଟରେ ଭେକେସନରେ ଯାଉଥିବା ଏହି ସେଲେବ୍ରିଟିଙ୍କ ଉପରେ ବର୍ଷିଛନ୍ତି ସାଉଥ ବ୍ୟୁଟି ଶ୍ରୁତି ହସନ। ସେ ସେମାନଙ୍କୁ ନିନ୍ଦା କରିବା ସହ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାଗି ଗଳେ ଶ୍ରୁତି

Shruti Haasan

ମୁମ୍ବାଇ: ଆଜିକାଲି ଅଧିକାଂଶ ସେଲେବ୍ରିଟି ଭେକେସନରେ ଯାଉଛନ୍ତି। କିଏ ମଲଦୀପ ଯାଉଛି ତ ଆଉ କିଏ ଗୋଆ।  ଅନେକ ଷ୍ଟାର ତାଙ୍କ ସୋଶାଲ ଆକାଉଣ୍ଟରେ ଭେକେସନରେ ବିଭିନ୍ନ ଫଟୋ ମଧ୍ୟ ସେଆର କରୁଛନ୍ତି। କିଏ ବିକିନି ପିନ୍ଧି ଫଟୋ ସେଆର କରୁଛି ତ ଆଉ କିଏ ପୁଲ୍‌ ସାଇଡ୍‌ ଫଟୋ ସେଆର କରୁଛନ୍ତି। ତେବେ ନିକଟରେ ଭେକେସନରେ ଯାଉଥିବା ଏହି ସେଲେବ୍ରିଟିଙ୍କ ଉପରେ ବର୍ଷିଛନ୍ତି ସାଉଥ ବ୍ୟୁଟି ଶ୍ରୁତି ହସନ। ସେ ସେମାନଙ୍କୁ ନିନ୍ଦା କରିବା ସହ ତାଙ୍କ ଉପରେ ରାଗି ଯାଇଛନ୍ତି।

Advertisment

ବଢ଼ୁଥିବା କରୋନା ମାମଲାକୁ ନେଇ ଶ୍ରୁତି ଚିନ୍ତା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ସେ ସେଲେବ୍ରିଟିଙ୍କୁ ଉପଦେଶ ମଧ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ ଶ୍ରୁତି କହିଛନ୍ତି, ଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ବଲିଉଡ ସେଲେବ୍ରିଟି ମାନେ ଭେକେସନ ପାଇଁ ଗୋଆ ମଲଦୀପ ଯିବା ଠିକ୍‌ ନୁହେଁ। ‘

ଶ୍ରୁତି ଆହୁରି କହିଛନ୍ତି, ମୁଁ ଖୁସି ଯେ ସେମାନେ ଛୁଟିଦିନ ପାଳନ କରୁଛନ୍ତି, ତାଙ୍କର ଏହି ଅଧିକାର ଅଛି । ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରୁଛି ଯେ ଏହା ଉଚିତ୍ ସମୟ ନୁହେଁ। ଯେତେବେଳେ ଆପଣ ବିନା ମାସ୍କରେ ପୁଲ୍‌କୁ ଯିବେ ସେତେବେଳେ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ଆସିପାରେ। । ସମସ୍ତଙ୍କ ପାଇଁ ଏହା ଏକ କଷ୍ଟକର ସମୟ । ଏହି ମହାମାରୀ ଭିତରେ ଛୁଟି ବିତାଇବାକୁ ଯିବା ଏକ ଅସମ୍ବେଦନଶୀଳ। ତେଣୁ ସେଲେବ୍ରିଟିମାନଙ୍କୁ ମିଳିଥିବା ସୁବିଧାର ସେମାନେ ଭୁଲ୍‌ ଫାଇଦା ଉଠାଇବା ଉଚିତ ନୁହେଁ ବୋଲି ଶ୍ରୁତି କହିଛନ୍ତି।

Advertisment
Bollywood