Advertisment

ବଚ୍ଚନ ପରିବାରର ପରମ୍ପରା ଭାଙ୍ଗିଲେ ଝିଅ ଶ୍ୱେତା!

ମୁମ୍ବାଇ: ଚକିତ କଲେ ବିଗ୍‌ ବିଙ୍କ ଝିଅ। ଭାଙ୍ଗିଲେ ବଚ୍ଚନ ପରିବାରର ପରମ୍ପରା। ପିନ୍ଧିଲେ ବୋଲ୍ଡ ଡ୍ରେସ। ବୋଲ୍ଡ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି। ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଫଟୋ। ବୋହୂ ଐଶ୍ୱର୍ଯ୍ୟାଙ୍କ ଭଳି ବିଗ୍‌ ବିଙ୍କ ଝିଅ ଶ୍ୱେତା ମଧ୍ୟ ବେଶ୍‌ ଗ୍ଲାମରସ। ସେ ସର୍ବଦା ଲାଇମ୍‌ଲାଇଟ୍‌ ଠାରୁ ଦୂରେଇ […]

author-image
Madhupriya Mistry
ବଚ୍ଚନ ପରିବାରର ପରମ୍ପରା ଭାଙ୍ଗିଲେ ଝିଅ ଶ୍ୱେତା!

Shweta Nanda and amitabh bachchan

ମୁମ୍ବାଇ: ଚକିତ କଲେ ବିଗ୍‌ ବିଙ୍କ ଝିଅ। ଭାଙ୍ଗିଲେ ବଚ୍ଚନ ପରିବାରର ପରମ୍ପରା। ପିନ୍ଧିଲେ ବୋଲ୍ଡ ଡ୍ରେସ। ବୋଲ୍ଡ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି। ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଫଟୋ।

Advertisment

ବୋହୂ ଐଶ୍ୱର୍ଯ୍ୟାଙ୍କ ଭଳି ବିଗ୍‌ ବିଙ୍କ ଝିଅ ଶ୍ୱେତା ମଧ୍ୟ ବେଶ୍‌ ଗ୍ଲାମରସ। ସେ ସର୍ବଦା ଲାଇମ୍‌ଲାଇଟ୍‌ ଠାରୁ ଦୂରେଇ ରୁହନ୍ତି। କିନ୍ତୁ ଯେତେବେଳେ ସେ କୌଣସି ପାର୍ଟି ହେଉ କିମ୍ବା କୌଣସି ଇଭେଣ୍ଟରେ ଯୋଗ ଦିଅନ୍ତି ସମସ୍ତଙ୍କ ନଜର ତାଙ୍କ ପାଖରେ ଅଟକି ଯାଏ। ସେ ଚମତ୍କାର ଆଉଟ୍‌ଫିଟ୍ସରେ ନଜର ଆସନ୍ତି। ଶ୍ୱେତା ସର୍ବଦା ବୋଲ୍ଡନେସ୍‌କୁ ଆଭୋଏଡ୍ କରନ୍ତି। କିନ୍ତୁ ନିକଟରେ ଏକ ଇଭେଣ୍ଟରେ ସେ ବୋଲ୍ଡ ଆଣ୍ଡ ଟ୍ରାନ୍ସପରାଣ୍ଟ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି, ଏହାର ଫଟୋ ଏବେ ସାମ୍ନାକୁ ଆସିଛି।

[caption id="attachment_666374" align="aligncenter" width="650"]Swetha Bachchan ଶ୍ୱେତା ସର୍ବଦା ବୋଲ୍ଡନେସ୍‌କୁ ଆଭୋଏଡ୍ କରନ୍ତି।[/caption]

Advertisment

ପ୍ରକୃତରେ ଶ୍ୱେତା ବଚ୍ଚନଙ୍କ ଏହି ଫଟୋ ହେଉଛି ୨୦୧୯ର। ଭୋଗ୍ ଏକ୍ସ ନାଇକା ଦି ପାୱାରଲିଷ୍ଟ ଫ୍ୟାଶନ୍ ଫରୱାର୍ଡ ଆୱାର୍ଡରେ ଯୋଗ ଦେଇଥିଲେ ଶ୍ୱେତ। ଏହି ସମୟରେ ସେ ପିନ୍ଧିଥିଲେ ବୋଲ୍ଡ ଡ୍ରେସ। ଏହି ଆୱାର୍ଡ ଶୋ' ଭାଗ ନେବା ପାଇଁ ସେ ଥ୍ରୀ-ପିସ୍ ସେଟ୍ ଡ୍ରେସ୍ ପିନ୍ଧିଥିଲେ। ତେବେ ଶ୍ୱେତା ତାଙ୍କର ପୂରା ଲୁକ୍‌କୁ ଏପରି ଭାବରେ ଷ୍ଟାଇଲ୍ କରିଥିଲେ, ଯାହା ରିଭ୍‌ଲିଙ୍ଗ୍ ହେବା ପରେ ମଧ୍ୟ ତାଙ୍କୁ ବେଶ୍‌ ଗ୍ଲାମରସ୍ ଟଚ୍ ଦେଉଥିଲା। ଏହି ଡ୍ରେସ୍‌କୁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଆବୁ ଜାନି ସନ୍ଦୀପ ଖୋସଲା ଡିଜାଇନ୍‌ କରିଥିଲେ।

ଏକ ସୁପର ଫିଟିଙ୍ଗ୍ ଡ୍ରେସ୍ ସହିତ ଶ୍ୱେତା ପିନ୍ଧିଥିବା କର୍ସେଟ୍ ପାଟର୍ନ ଟପ୍, ସିୟର୍ ମେଟେରିଆଲ୍‌ରେ ତିଆରି ହୋଇଥିଲା, ଯାହା ଏକ ପ୍ରକାର ଜାଲି ଭଳି କପଡା ଦେଖାଯାଉଥିଲା। ତେଣୁ ଶ୍ୱେତା ଏହାକୁ ଲୁଚାଇବାକୁ ଯାଇ ଏକ ଜ୍ୟାକେଟ୍ ମଧ୍ୟ ମ୍ୟାଚ୍ କରି ପିନ୍ଧିଥିଲେ। ଡାର୍କ କଲର୍‌ର ଆଉଟ୍‌ଫିଟ୍‌ ସହିତ ମଲ୍ଟି କଲର୍‌ର ଫ୍ରଣ୍ଟ୍‌ ଓପନ୍ ଜ୍ୟାକେଟ୍ ପିନ୍ଧିଥିଲେ ଶ୍ୱେତା।

ଡ୍ରେସ୍ ଅନୁଯାୟୀ ଶ୍ୱେତାଙ୍କ କରାଯାଇଥିବା ମେକଅପ୍ ମଧ୍ୟ ତାଙ୍କୁ ବେଶ୍‌ ହଟ୍ ଲୁକ୍‌ ଦେଇଥିଲା। ତାଙ୍କ ଲୁକ୍‌କୁ ଗ୍ଲାମର କରିବା ପାଇଁ ଶ୍ୱେତା ପରଫେକ୍ଟ୍ ନ୍ୟୁଡ୍ ମେକ୍‌ଅପ୍ ସହିତ ସ୍ମୋକି ଆଇଜ୍, ଲାଇନର୍, ପିଙ୍କ୍ ଗ୍ଲସି ଲିପ୍ସ ଏବଂ କେଶକୁ ପୋନିଟେଲ୍ ଷ୍ଟାଇଲ୍ କରିଥିଲେ।