/odisha-reporter/media/post_attachments/uploads/2021/06/Taapsee-Pannu.jpg)
Taapsee Pannu
ମୁମ୍ବାଇ: ‘ୱର୍କ ହାର୍ଡ ଏବଂ ପାର୍ଟି ହାର୍ଡ’ରେ ବିଶ୍ୱାସ କରନ୍ତି ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ଆଜିକାଲି ସେ ତାଙ୍କ ଅପ୍କମିଂ ଫିଲ୍ମ ‘ହସିନ୍ ଦିଲରୁବା’କୁ ନେଇ ବେଶ୍ ଚର୍ଚ୍ଚାରେ। ନିଜର ଦମଦାର ଅଭିନୟ ବଳରେ ସେ ବି-ଟାଉନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତେବେ ନିକଟରେ ତାପସୀଙ୍କ ଏକ ନୂଆ ଅବତାର ଦେଖିବାକୁ ମିଳିଛି, ଯାହା ଲୋକଙ୍କୁ ଘାଇଲା କରିଛି।
ବିଜି ସୁଟିଂ ସେଡୁୂ୍ୟଲ ଭିତରୁ କିଛି ସମୟ ବାହାର କରି ସେ ଏବେ ଋଷରେ ଛୁଟି ବିତାଉଛନ୍ତି। ନିଜ ଭଉଣୀଙ୍କ ସହ ସେ ସେଠାରେ ହଲିଡେ’ରେ ଯାଇଛନ୍ତି। ଏହି ସମୟରେ ଋଷ ସଡକରେ ତାପସୀଙ୍କୁ ଏକ ନୂଆ ଲୁକ୍ ସାମ୍ନାକୁ ଆସିଛି। ତାଙ୍କୁ ପୁରାପୁରି ସ୍ୱାଗ୍ ଅବତରରେ ଦେଖିବାକୁ ମିଳିଛି।
ଋଷର ସେଣ୍ଟ ପିଟର୍ସବର୍ଗ ରାସ୍ତାରେ ତାପସୀ ନୀଳ ବ୍ଲାଉଜ ସାଙ୍ଗକୁ ହଳଦିଆ ଶାଢ଼ୀ ପିନ୍ଧି ପାଦରେ ସ୍ନିକର ପିନ୍ଧିଛନ୍ତି। କେବଳ ସେତିକି ନୁହେଁ କଲା ଚଷମା ପିନ୍ଧି ଜୁଡା ମଧ୍ୟ ବାନ୍ଧିଛନ୍ତି, ଯାହା ତାଙ୍କ ସ୍ୱାଗ୍କୁ ଆହୁରି ବଢ଼ାଇ ଦେଇଛି।
ତାପସୀଙ୍କ ଏହି ଷ୍ଟାଇଲିସ୍ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଫଟୋକୁ ସେଆର କରି କ୍ୟାପସନ୍ରେ ଲେଖିଛନ୍ତି, ଏହି ରାସ୍ତାଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ହୋଇପାରେ, କିନ୍ତୁ ଡିନର୍ ପାଇଁ ବିଳମ୍ବ! ଦୌଡ!
ସୂଚନା ମୁତାବକ ସାଉଥ ପରେ ବଲିଉଡରେ ଏବେ ତାପସୀ ବେଶ୍ ସକ୍ରିୟ। ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଛି। ଆଗକୁ ତାଙ୍କର ଫିଲ୍ମ ହସିନ୍ ଦିଲ୍ରୁବା ଏବଂ ସାବାସ୍ ମିଠୁ ଆସିବାକୁ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
