Advertisment

'12th Fail' ଫିଲ୍ମ ମାରିଲା ବାଜି

'12th Fail'ର ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଥିବା ବେଳେ ଏହାର ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାରପ୍ରାପ୍ତ ହୋଇଛି।

author-image
Manoj Swain
ଅଦ୍ୟତନ ହୋଇଛି

ଗୁଜରାଟର ଗାନ୍ଧି ନଗରରେ ଆୟୋଜିତ ହୋଇ ଯାଇଛି ୬୯ତମ ଫିଲ୍ମ ଫେୟାର ଆୱାର୍ଡ କାର୍ଯ୍ୟକ୍ରମ। ଚଳିତ ବର୍ଷ କପୁର କପଲ୍‌ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ ହାସଲ କରିଛନ୍ତି। ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ସେହିପରି '12th Fail'କୁ ଶ୍ରେଷ୍ଠ ଫିଲ୍ମ ସମେତ ଆହୁରି ବହୁ ଆୱାର୍ଡ ମିଳିଛି। '12th Fail'ର ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଥିବା ବେଳେ ଏହାର ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାରପ୍ରାପ୍ତ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Filmfare Awards 2024