ବିବାଦ ଭିତରେ ଆସିବ ‘ଦ କଶ୍ମୀର ଫାଇଲ୍ସ’ର ସିକ୍ୱେଲ

ମୁମ୍ବାଇ: ଲୋକଙ୍କ ପାଖରେ କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ବଖଣିଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗୋଆରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ସ୍କ୍ରିନିଂ ପରେ ଆଇଏଫ୍‌ଏଫ୍‌ଆଇର ଜୁରୀ ହେଡ୍ ଏହି ଫିଲ୍ମକୁ ଅଶ୍ଳୀଳ ଓ ପ୍ରୋପାଗଣ୍ଡା ବୋଲି କହିଥିଲେ। ଏହାପରେ ନାନା ବିବାଦ ଉପୁଜିଛି। ଏହାରି ଭିତରେ ଦ କଶ୍ମୀର ଫାଇଲ୍ସର ସିକ୍ୱେଲ ଆସିବ ବୋଲି ଘୋଷଣା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଏଭଳି ଏକ ଘୋଷଣା […]

vivek-agnihotri

Madhupriya Mistry
  • Published: Wednesday, 30 November 2022
  • , Updated: 30 November 2022, 01:30 PM IST

ମୁମ୍ବାଇ: ଲୋକଙ୍କ ପାଖରେ କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ବଖଣିଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗୋଆରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ସ୍କ୍ରିନିଂ ପରେ ଆଇଏଫ୍‌ଏଫ୍‌ଆଇର ଜୁରୀ ହେଡ୍ ଏହି ଫିଲ୍ମକୁ ଅଶ୍ଳୀଳ ଓ ପ୍ରୋପାଗଣ୍ଡା ବୋଲି କହିଥିଲେ। ଏହାପରେ ନାନା ବିବାଦ ଉପୁଜିଛି। ଏହାରି ଭିତରେ ଦ କଶ୍ମୀର ଫାଇଲ୍ସର ସିକ୍ୱେଲ ଆସିବ ବୋଲି ଘୋଷଣା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଏଭଳି ଏକ ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ନିକଟରେ ଏକ ସାକ୍ଷାତକରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦଶ୍ମୀର ଫାଇଲ୍ସ ସିକ୍ୱେଲ ଆଣିବେ ବୋଲି କହିଛନ୍ତି। ସେ କହିଛନ୍ତି, ‘ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ‘ଦ କଶ୍ମରା ଫାଇଲ୍ସ-ଅନରିପୋର୍ଟେଡ୍‌’ ତିଆରି ହେବ। ଏହି ଫିଲ୍ମ ଉପରେ ଖୁବଶୀଘ୍ର କାମ ଆରମ୍ଭ ହେବ।’

ବାସ୍ତବରେ ଗୋଆରେ ଆୟୋଜିତ ୫୩ତମ ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ମହୋତ୍ସବରେ ଦ କଶ୍ମୀର ଫାଇଲ୍ସର ସ୍କ୍ରିନିଂ କରାଯାଇଥିଲା। ଏହି ଫିଲ୍ମ ଦେଖିବା ପରେ ଆଇଏଫଏଫଆଇର ଜୁରୀ ହେଡ୍ ତଥା ଇସ୍ରାଏଲ୍ ଫିଲ୍ମ ନିର୍ମାତା ନାଦବ ଲାପିଡ୍ ଏହାକୁ ଅଶ୍ଳୀଳ ଓ ପ୍ରୋପାଗଣ୍ଡା ବୋଲି କହିଥିଲେ। ନାଦବଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି।

ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି ଲୋକେ। ଗୋଟିଏ ପଟେ ଫିଲ୍ମକୁ ସମର୍ଥନ କରୁଥିବା ଲୋକ ଥିବାବେଳେ ଅନ୍ୟ ପଟେ କିଛି ତାରକା ମଧ୍ୟ ନାଦବଙ୍କ ଏହି ବିବୃତ୍ତି ଉପରେ ନିଜର ସହମତି ପ୍ରକାଶ କରୁଛନ୍ତି। ସେହିପରି ଅନେକ ଲୋକେ ଓ ଫିଲ୍ମ କଳାକାର ନାଦବଙ୍କ ବୟାନକୁ ନିନ୍ଦା କିରଛନ୍ତି।

 

View this post on Instagram

 

A post shared by Vivek Ranjan Agnihotri (@vivekagnihotri)

Related story