ଆତ୍ମହତ୍ୟା ଚେତାବନୀ ଦେଲେ ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା

ସୋର(ନିରଞ୍ଜନ ବେହେରା): ଆତ୍ମହତ୍ୟା ଚେତାବନୀ ଦେଲେ ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଲିଉଡ୍‌ ଓ ବଲିଉଡ୍‌ରେ ଆତ୍ମହତ୍ୟା ଟ୍ରେଣ୍ଡ ଚାଲିଥିବା ଦୈତାରୀ ପଣ୍ଡାଙ୍କ ଏପରି ଚେତାବନୀ ଯାତ୍ରା ପ୍ରେମୀଙ୍କୁ ଚକିତ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, କ’ଣ ହେଲା କି ଦୈତାରୀ ପଣ୍ଡାଙ୍କ ପରି ଜଣେ ଭେଟ୍‌ରାନ୍‌ କଳାକାର ଆଜି ଆତ୍ମହତ୍ୟା ଚେତାବନୀ ଦେଉଛନ୍ତି। ସେ ବିଷୟରେ ଜାଣିବାକୁ ହେଲେ ଦୁଇଦିନ ତଳକୁ ଯିବାକୁ ପଡ଼ିବ। ଦୁଇଦିନ ତଳେ ରାଜଧାନୀ ମିଡିଆ ହାଉସ୍‌ର […]

daitari

Manoranjan Sial
  • Published: Friday, 08 July 2022
  • , Updated: 08 July 2022, 09:54 PM IST

ସୋର(ନିରଞ୍ଜନ ବେହେରା): ଆତ୍ମହତ୍ୟା ଚେତାବନୀ ଦେଲେ ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଲିଉଡ୍‌ ଓ ବଲିଉଡ୍‌ରେ ଆତ୍ମହତ୍ୟା ଟ୍ରେଣ୍ଡ ଚାଲିଥିବା ଦୈତାରୀ ପଣ୍ଡାଙ୍କ ଏପରି ଚେତାବନୀ ଯାତ୍ରା ପ୍ରେମୀଙ୍କୁ ଚକିତ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, କ’ଣ ହେଲା କି ଦୈତାରୀ ପଣ୍ଡାଙ୍କ ପରି ଜଣେ ଭେଟ୍‌ରାନ୍‌ କଳାକାର ଆଜି ଆତ୍ମହତ୍ୟା ଚେତାବନୀ ଦେଉଛନ୍ତି। ସେ ବିଷୟରେ ଜାଣିବାକୁ ହେଲେ ଦୁଇଦିନ ତଳକୁ ଯିବାକୁ ପଡ଼ିବ।

ଦୁଇଦିନ ତଳେ ରାଜଧାନୀ ମିଡିଆ ହାଉସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ଅନ୍‌ଲାଇନ୍‌ରେ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଏକ ଏତଲା ଦେଇଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ ୨୦୨୨-୨୩ ବର୍ଷ ପାଇଁ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟଠାରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇଥିଲେ। ଆଡ୍‌ଭାନ୍ସ ନେବା ସତ୍ତ୍ୱେ ସେ ଧରାଛୁଆଁ ଦେଉନାହାନ୍ତି। ଆମେ ତାଙ୍କ ସହିତ ଯୋଗାଯୋଗ କରିପାରୁନାହୁଁ। ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରକୁ ଆସୁନାହାନ୍ତି ବୋଲି ଏତଲାରେ ଦର୍ଶା ଯାଇଛି।

ସେପଟେ ହର ବାରିକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରୀ ପଣ୍ଡା। ସେ କହିଛନ୍ତି, ପାର୍ବତୀ ଗଣନାଟ୍ୟ ସହିତ କୌଣସି ଚୁକ୍ତି କରିନାହିଁ। ସେହି ଯାତ୍ରା ପାର୍ଟିରେ ଯେତିକି ଦିନ କାମ କରିଛି, ସେତିକି ଦିନର ଟଙ୍କା ଆଣିଛି। ବାରମ୍ବାର ହର ବାରିକ ମୋର ସମ୍ମାନହାନୀ କରୁଛନ୍ତି। ସେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଦୈତାରୀ ପଣ୍ଡା।

https://youtu.be/Y2a8Pm_gQMQ

Related story