ଯାତ୍ରା ଟାଇଗରଙ୍କ ଆଖିରେ ଲୁହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା ଟାଇଗରଙ୍କ ଆଖିରେ ଲୁହ। ରାଇମୋହନଙ୍କ ସହିତ ଥିବା ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହେଲେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ଆଉ କହିଲେ, ମୁଁ ଭାବୁଛି ସେ ମରିନାହାନ୍ତି। ଆଜି ମୁଁ ମରିଯାଇଛି। ସାର୍‌ ଆପଣ କାହିଁକି ଆତ୍ମହତ୍ୟା କଲେ? ଦୈତାରୀ କହିଛନ୍ତି, ଆଜକୁ ୩୫ ବର୍ଷ ତଳେ ତାରିଣୀ ଗଣନାଟ୍ୟର “ଭଙ୍ଗା ଆଇନା” ନାଟକରେ ସେ(ରାଇମୋହନ) ଓ ଅଶ୍ରୁମୋଚନ ମହାନ୍ତି ଥିଲେ ମୋ ନିର୍ଦ୍ଦେଶକ। ତାଙ୍କର ସ୍ନେହ, ଭଲ ପାଇବା ଓ […]

Daitari-panda

Manoranjan Sial
  • Published: Friday, 24 June 2022
  • , Updated: 24 June 2022, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା ଟାଇଗରଙ୍କ ଆଖିରେ ଲୁହ। ରାଇମୋହନଙ୍କ ସହିତ ଥିବା ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହେଲେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ଆଉ କହିଲେ, ମୁଁ ଭାବୁଛି ସେ ମରିନାହାନ୍ତି। ଆଜି ମୁଁ ମରିଯାଇଛି। ସାର୍‌ ଆପଣ କାହିଁକି ଆତ୍ମହତ୍ୟା କଲେ?

ଦୈତାରୀ କହିଛନ୍ତି, ଆଜକୁ ୩୫ ବର୍ଷ ତଳେ ତାରିଣୀ ଗଣନାଟ୍ୟର “ଭଙ୍ଗା ଆଇନା” ନାଟକରେ ସେ(ରାଇମୋହନ) ଓ ଅଶ୍ରୁମୋଚନ ମହାନ୍ତି ଥିଲେ ମୋ ନିର୍ଦ୍ଦେଶକ। ତାଙ୍କର ସ୍ନେହ, ଭଲ ପାଇବା ଓ ନାଟକର ନିର୍ଦ୍ଦେଶନା ଶୈଳୀ ଥିଲା ସ୍ୱତନ୍ତ୍ର। ସେ ଥିଲେ ଜଣେ ଧର୍ମପରାୟଣ ବ୍ୟକ୍ତି। ସେପରି ଲୋକ କେମିତି ଆତ୍ମହତ୍ୟା କରିପାରିବେ? ସାର ଆମକୁ କାହିଁକି ଏତେବଡ଼ ଦୁଃଖ ଦେଇଗଲେ? ଆମେ କଳାକାରମାନେ କଳଙ୍କିତ। ଏହା ଜାଣି ପୁଣି ଆପଣ ଆତ୍ମହତ୍ୟା କରି ଆମକୁ କଳଙ୍କ ଦେଇଗଲେ। ସାର୍‌ ଆପଣ କାହିଁକି ଏମିତି କଲେ? ହେ ମହାପ୍ରଭୁ ଜଗନ୍ନାଥ କଳାକାରଙ୍କୁ କାହିଁକି ଏତେ ଦୁଃଖ ଦେଉଛ। ମୋ’ ଆଗରେ ମୀନକେତନ ଦାସ ମରିଗଲେ, ମହିର ଦାସ ଚାଲିଗଲେ। ଶେଷରେ ରାଇ ସାରଙ୍କୁ ନେଇଗଲେ। ଏମାନେ ସମସ୍ତେ ମୋଠାରୁ ବହୁତ ସାନ। ରାଇମୋହନ ମୋ ପରିବାର ସଦସ୍ୟ ଥିଲେ। ସେ ମୋ ପରିବାର ଲୋକଙ୍କ ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ। ମୁଁ ମନେ ମନେ ଗର୍ବ କରେ ରାଇମୋହନ ପରିଡ଼ାଙ୍କ ପରି କଳାକାରଙ୍କ ପାଖରେ କାମ କରୁଛି।

ପୁରୁଣା ସ୍ମୃତିକୁ ମନେ ପକାଇ ସେ କହିଛନ୍ତି, ଯାତ୍ରା ଜଗତରେ ରାଇମୋହନ ପରିଡ଼ା ଗୋଟିଏ ପିଢ଼ି ତିଆରି କରିଛନ୍ତି। ସେ ଯାତ୍ରା ଜଗତକୁ ଆଉ ଦି’ ପାଦ ଆଗକୁ ନେଇଛନ୍ତି। ସେଥିପାଇଁ ଆମ ପରି ଯାତ୍ରା କଳାକାରମାନେ ଗର୍ବିତ। ଚଳଚ୍ଚିତ୍ର ଦୁନିଆର ନମ୍ୱର ୱାନ୍‌ କଳାକାର ଯାତ୍ରାକୁ ଆସିଥିବାରୁ ଆମେ ଗର୍ବିତ। ହେଲେ ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ଲାଗୁଛି ସେ ମରିନାହାନ୍ତି, ମୁଁ ନିଜେ ମରିଯାଇଛି।

ଯାତ୍ରା ଟାଇଗର ଦୈତାରୀ ପଣ୍ଡା କହିଛନ୍ତି, ସାର(ରାଇମୋହନ) ଆପଣ କାହିଁକି ଆତ୍ମହତ୍ୟା କଲେ? ସେ ବିଷୟରେ ମୁଁ ଜାଣିବାକୁ ଚାହୁଁନାହିଁ। ହେଲେ ଆପଣ କୁହନ୍ତୁ, କେଉଁମାନେ ଆତ୍ମହତ୍ୟା କରନ୍ତି? ଯେଉଁମାନଙ୍କର ଆତ୍ମା ଓ ପରମାତ୍ମାଙ୍କ ବିଷୟର ଜ୍ଞାନ ନଥାଏ, ସେମାନେ ଆତ୍ମହତ୍ୟା କରନ୍ତି। ହେଲେ ସାର ଆପଣ କାହିଁକି ଆତ୍ମହତ୍ୟା କଲେ? ଆମକୁ କାହିଁକି ଏ କଳଙ୍କ ଦେଲେ? ଆତ୍ମହତ୍ୟା କିଏ ଦିଏ ଓ କେମିତି ଦିଏ, ସେକଥା ଜଣେ କଳାକାର ଭଲଭାବେ ଜାଣିଛି। ସବୁକଥା ଜାଣିଶୁଣି ଆପଣ କାହିଁକି ଏପରି କଲେ? ହେ ମହାପ୍ରଭୁ, ଏପରି ଦୁଃଖ ଆଉ କୌଣସି କଳାକାରଙ୍କୁ ଦିଅନ୍ତୁ ନାହିଁ।

Related story