salman-khan
ମୁମ୍ବାଇ: ବଲିଉଡର ଦବଙ୍ଗ ଭାଇଜାନ ସଲମାନ ଖାନଙ୍କ ଆସିଛି ନୂଆ ଲୁକ । ସୋଶାଲ ମିଡିଆରେ ତାଙ୍କ ଏହି ନୂଆ ଲୁକକୁ ସଲମାନଙ୍କ ଭିଣେଇ ଆୟୁଷ ଶର୍ମା ସେଆର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସଲମାନଙ୍କ ଏହି ଲୁକକୁ ଦେଖିଲେ ତାଙ୍କୁ ଚିହ୍ନିବା ଟିକେ ମୁସକିଲ ହୋଇପଡୁଛି । ଭିଡିଓରେ ଶିଖ ପୁଲିସ ଅଫିସର ଲୁକରେ ସଲମାନ ନଜର ଆସିଛନ୍ତି। ପ୍ରକୃତ ଅପକମିଂ ଫିଲ୍ମ ‘ଅନ୍ତିମ’ରେ ଏ ହେଉଛି ସଲମାନ ଫାଷ୍ଟଲୁକ । ନିକଟରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ଶୁଟିଂ ସେଟରୁ ଆୟୁଷ ଶର୍ମା ସଲମାନଙ୍କ ଫାଷ୍ଟଲୁକର ଏକ ଭିଡିଓକୁ ସେଆର କରିଛନ୍ତି । ଭିଡିଓରେ ସଲମାନ ମୁଣ୍ଡରେ କଳା ପଗଡି ବାନ୍ଧି ପୁରା ମାଚୋ ଷ୍ଟାଇଲରେ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି । ଏଥିରେ ତାଙ୍କୁ ଜଣେ ଶିଖ ପୁଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ ।
ଗତ ୧୬ ନଭେମ୍ବରରୁ ‘ଅନ୍ତିମ’ ଫିଲ୍ମର ଶୁଟିଂ ପୁଣେରୁ ଆରମ୍ଭ ହୋଇଛି । ଫିଲ୍ମରେ ସଲମାନ ଖାନ ଲିଡ ରୋଲରେ ଥିବା ବେଳେ ଆୟୁଷ ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏଥିରେ ଆୟୁଷଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ‘ଅନ୍ତିମ’ ହେଉଛି ମରାଠୀ ଫିଲ୍ମ ‘ମୁଲ୍ସି ପ୍ୟାଟର୍ନ’ର ହିନ୍ଦୀ ରିମେକ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ମହେଶ ମଞ୍ଜରେକର ଅଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/salman-khan-2.jpg)