Advertisment

ଆରମ୍ଭ ହେଲା ଆଦିବାସୀ ମେଳା; ପଡ଼ିଛି ୧୦୯ ଷ୍ଟଲ୍

ଆଦିବାସୀ ମେଳାରେ ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ଟି ଜନଜାତିଙ୍କ ଘର।

Adivasi mela

Adivasi mela

Advertisment

ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ ମାଧ୍ୟମରେ ଉଦଘାଟନ କରିଥିଲେ। ଆଦିବାସୀ ମେଳାରେ ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ଟି ଜନଜାତିଙ୍କ ଘର।

Advertisment

ବିଶେଷକରି ଜନଜାତି ସମ୍ପ୍ରଦାୟର ଚାଲି ଚଳଣି, ସେମାନଙ୍କ ଘର ସ୍ମାର୍ଟସିଟି ବାସୀଙ୍କ ମନୋରଞ୍ଜନ କରୁଛି। ଉଦଘାଟନୀ ଅବସରରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଷ୍ଟଲ୍ ଗୁଡ଼ିକ ବୁଲିବା ସହ ଦାରିଙ୍ଗିବାଡିର ହର୍ବାଲ ଟି’ ପିଇଥିଲେ। କିଛି ବ୍ୟବସାୟୀଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ଚଳିତ ବର୍ଷ ଆଦିବାସୀ ମେଳା ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଦିବାସୀ ମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ।

Advertisment
Bhubaneswar Adivasi Mela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe