ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଗଲା କଳାଜିରା ଚାଉଳ

କୋରାପୁଟର କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ ଜରାଯାଏ।

ଶ୍ରୀକ୍ଷେତ୍ର ଗଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ

  • Published: Friday, 02 February 2024
  • , Updated: 02 February 2024, 08:32 AM IST

ଶ୍ରୀକ୍ଷେତ୍ର ଗଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ। ନିକଟରେ ଜିଆଇ ଟ୍ୟାଗ୍ ହାସଲ କରିଥିବା କୋରାପୁଟ ଜିଲ୍ଲାରେ ଉତ୍ପାଦିତ କଳାଜିରା ଚାଉଳକୁ ପୁରୀ ଜଗନ୍ନାଥ ମନ୍ଦିରରେ ଭୋଗ ଲାଗି ପାଇଁ ପଠାଯାଇଛି। କୋରାପୁଟର କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ ଜରାଯାଏ।

ଏହାକୁ ଜଗନ୍ନାଥ ମନ୍ଦିର ପ୍ରାସାଦରେ ବ୍ୟବହାର ପାଇଁ ୧୨ ଜଣିଆ ଦଳ ମହାପ୍ରଭୁଙ୍କ ପାଖରେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

କୋରାପୁଟ ଜଗନ୍ନାଥ ମନ୍ଦିର ଠାରୁ ୧ କୁଇଣ୍ଟାଲ ଚାଉଳ ପୁରୀ ଅଭିମୁଖେ ପଠାଯାଇଛି।

ଆଗକୁ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରକୁ ମଧ୍ୟ ପଠାଯିବ ବୋଲି ଉତ୍ପାଦନକାରୀ ଜୈବିକ ସଂସ୍ଥାର ଅଧିକାରୀ କହିଛନ୍ତି।

Related story