ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ବଳଭଦ୍ର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।
ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ ପରିଧାନ କରି ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଓ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Culture & Literature
ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ପୁରସ୍କାର ଉତ୍ସବରେ ଯୋଗ ଦେଇପାରି ନଥିବା ଗୀତିକାର ତଥା କବି ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ସେ ଗୁଲଜାରଜୀଙ୍କର ଦ୍ରୁତ ଆରୋଗ୍ୟ କାମନା କରିବା ସହିତ କଳା, ସାହିତ୍ୟ, ସମାଜ ଏବଂ ଦେଶ ପ୍ରତି ଅବଦାନ ଜାରି ରଖିବେ ବୋଲି ଆଶା କରିଥିଲେ।

National
‘ଭାରତର ପ୍ରତି ପଥରରେ କାହାଣୀ, ପ୍ରତି ପାହାଡ଼ରେ ଗୀତ, ପ୍ରତି ନଦୀରେ ଗୁଞ୍ଜରଣ’
ଭାରତର ପ୍ରତ୍ୟେକ ପଥରରେ ଏକ କାହାଣୀ ରହିଛି, ପ୍ରତ୍ୟେକ ପାହାଡ଼ର ଏକ ଗୀତ ରହିଛି, ପ୍ରତ୍ୟେକ ନଦୀର କିଛି ନା କିଛି ଗୁଞ୍ଜରଣ ରହିଛି। ଯଦି ଆପଣ ଭାରତର ୬ଲକ୍ଷରୁ ଅଧିକ ଗ୍ରାମକୁ ଯିବା, ତେବେ ପ୍ରତ୍ୟେକ ଗାଁର ନିଜସ୍ୱ ଲୋକକଥା ରହିଛି, କାହାଣୀ କହିବାର ନିଜସ୍ୱ ଶୈଳୀ ରହିଛି।

Guest Column
ଅଦୃଶ୍ୟ ଶ୍ରମ, ଅପରିଚିତ ହାତ
ଓଡ଼ିଶାରେ ପ୍ରାୟ ଏକ କୋଟି ଶ୍ରମିକ ଅଛନ୍ତି, ଯାହାର ଏକ ବଡ଼ ଅଂଶ ହେଲେ ମହିଳା। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୮୫% ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମହିଳା। କିନ୍ତୁ ସେମାନଙ୍କ ପାଇଁ ଏକ ନିଶ୍ଚିତ ଆୟ, ଭରସା ଯୋଗ୍ୟ କର୍ମ ସଂସ୍ଥାନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନ ବୀମା କିମ୍ଵା ସୁରକ୍ଷିତ ବାର୍ଦ୍ଧକ୍ୟ ଜୀବନ ସବୁକିଛି ଅନିଶ୍ଚିତ ଅଟେ।

National
ୱାମ୍! ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ
ମାଙ୍ଗା ହେଉଛି କେବଳ ଏକ ପ୍ରକାର କମିକ୍ ବହି କିମ୍ବା ଗ୍ରାଫିକ୍ ଉପନ୍ୟାସ ଯାହା ଜାପାନରେ ଆରମ୍ଭ ହୋଇଥିଲା। ଏହା ଆପଣ ପଢ଼ି ପାରୁଥିବା କମିକ୍ସ ପରି, କିନ୍ତୁ ଏଥିରେ ସମସ୍ତ ପ୍ରକାରର କାହାଣୀ, ସାହସିକ କାହାଣୀ, ପ୍ରେମ କାହାଣୀ, ଭୟଙ୍କର କାହାଣୀ କିମ୍ବା ଯାଦୁକରୀ କଳ୍ପନା ଅନ୍ତର୍ଭୁକ୍ତ ଥାଏ।

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।