ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ। ଲାଲକିଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସଜେଇ ହେଉଛି ଲାଲକିଲା। ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଦିଲ୍ଲୀ ପୁଲିସ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ୧୦ ହଜାର ପୁଲିସ କର୍ମଚାରୀ ସମେତ ଆଉ ୩ ହଜାର ଟ୍ରାଫିକ ପୁଲିସଙ୍କୁ ନିୟୋଜିତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିବାରେ ସହାୟକ ହେବ।
Also Read
ସେହିପରି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମଲ୍ ଏବଂ ବଜାର ସମେତ ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସ୍ ଟିମ୍ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି।
ସ୍ୱାଧୀନତା ଦିବସ ଅବସରରେ ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ୩୦୦୦ରୁ ଅଧିକ ଟ୍ରାଫିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଏମାନେ ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥ ଏବଂ ଲାଲକିଲାକୁ ସଂଯୋଗ କରୁଥିବା ରାସ୍ତାରେ ନିୟୋଜିତ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Culture & Literature
ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ପୁରସ୍କାର ଉତ୍ସବରେ ଯୋଗ ଦେଇପାରି ନଥିବା ଗୀତିକାର ତଥା କବି ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ସେ ଗୁଲଜାରଜୀଙ୍କର ଦ୍ରୁତ ଆରୋଗ୍ୟ କାମନା କରିବା ସହିତ କଳା, ସାହିତ୍ୟ, ସମାଜ ଏବଂ ଦେଶ ପ୍ରତି ଅବଦାନ ଜାରି ରଖିବେ ବୋଲି ଆଶା କରିଥିଲେ।

National
‘ଭାରତର ପ୍ରତି ପଥରରେ କାହାଣୀ, ପ୍ରତି ପାହାଡ଼ରେ ଗୀତ, ପ୍ରତି ନଦୀରେ ଗୁଞ୍ଜରଣ’
ଭାରତର ପ୍ରତ୍ୟେକ ପଥରରେ ଏକ କାହାଣୀ ରହିଛି, ପ୍ରତ୍ୟେକ ପାହାଡ଼ର ଏକ ଗୀତ ରହିଛି, ପ୍ରତ୍ୟେକ ନଦୀର କିଛି ନା କିଛି ଗୁଞ୍ଜରଣ ରହିଛି। ଯଦି ଆପଣ ଭାରତର ୬ଲକ୍ଷରୁ ଅଧିକ ଗ୍ରାମକୁ ଯିବା, ତେବେ ପ୍ରତ୍ୟେକ ଗାଁର ନିଜସ୍ୱ ଲୋକକଥା ରହିଛି, କାହାଣୀ କହିବାର ନିଜସ୍ୱ ଶୈଳୀ ରହିଛି।

Guest Column
ଅଦୃଶ୍ୟ ଶ୍ରମ, ଅପରିଚିତ ହାତ
ଓଡ଼ିଶାରେ ପ୍ରାୟ ଏକ କୋଟି ଶ୍ରମିକ ଅଛନ୍ତି, ଯାହାର ଏକ ବଡ଼ ଅଂଶ ହେଲେ ମହିଳା। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୮୫% ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମହିଳା। କିନ୍ତୁ ସେମାନଙ୍କ ପାଇଁ ଏକ ନିଶ୍ଚିତ ଆୟ, ଭରସା ଯୋଗ୍ୟ କର୍ମ ସଂସ୍ଥାନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନ ବୀମା କିମ୍ଵା ସୁରକ୍ଷିତ ବାର୍ଦ୍ଧକ୍ୟ ଜୀବନ ସବୁକିଛି ଅନିଶ୍ଚିତ ଅଟେ।

National
ୱାମ୍! ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ
ମାଙ୍ଗା ହେଉଛି କେବଳ ଏକ ପ୍ରକାର କମିକ୍ ବହି କିମ୍ବା ଗ୍ରାଫିକ୍ ଉପନ୍ୟାସ ଯାହା ଜାପାନରେ ଆରମ୍ଭ ହୋଇଥିଲା। ଏହା ଆପଣ ପଢ଼ି ପାରୁଥିବା କମିକ୍ସ ପରି, କିନ୍ତୁ ଏଥିରେ ସମସ୍ତ ପ୍ରକାରର କାହାଣୀ, ସାହସିକ କାହାଣୀ, ପ୍ରେମ କାହାଣୀ, ଭୟଙ୍କର କାହାଣୀ କିମ୍ବା ଯାଦୁକରୀ କଳ୍ପନା ଅନ୍ତର୍ଭୁକ୍ତ ଥାଏ।

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।