ୱାର୍ଲଡ୍ ରେକର୍ଡରେ ସୁଦର୍ଶନଙ୍କ ବାଲୁକା କଳା

ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ

ବାଲି ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତୀ

  • Published: Sunday, 21 January 2024
  • , Updated: 21 January 2024, 10:26 PM IST

ଆଉ ଏକ କୀର୍ତ୍ତିମାନ ଅର୍ଜନ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟାରେ ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ।

ୱାର୍ଲଡ୍ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରଭୁ ରାମଙ୍କ ପ୍ରତିକୃତୀର ଉଚ୍ଚତା ୨୩ ଫୁଟ, ଲମ୍ବ ୫୫ ଫୁଟ୍ ଏବଂ ଓସାର ୩୫ ଫୁଟ୍ ଥିଲା। ଏଭଳି ଭାବେ ସରଜୁ ଘାଟ ନିକଟ ରାମକଥା ପାର୍କରେ ୫ଶହଟି ଛୋଟ ଛୋଟ ରାମମନ୍ଦିରର ପ୍ରତିକୃତୀ ନିଜ ଟିମ୍ ସହ ନିର୍ମାଣ କରିଥିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ।

Related story