Advertisment

ଆଜି ପବିତ୍ର ନୀଳପର୍ବ; ଅର୍ଘ୍ୟ ପାଣି ପାଇ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ

୧୩ ଦିନ ଧରି ବ୍ରତ ଧାରଣା କରିବା ପରେ ମନସ୍କାମନା ପୂରଣ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Chadak Mela

Chadak Mela

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱରଙ୍କର ଆଜି ନୀଳ ପର୍ବ। ନୀଳପର୍ବରେ ଉପବିତ ଅର୍ଘ୍ୟ ପାଣି ପାଇବା ସହ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ। ୧୩ ଦିନ ଧରି ବ୍ରତ କରିବା ପରେ ମନସ୍କାମନା ପୂରଣ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି। ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ନୀଳପର୍ବ ନାମ କରଣ ସମ୍ପର୍କରେ ଦୁଇଟି ଭିନ୍ନ ମତ ରହିଛି। ପ୍ରଥମତଃ ସାଗରମନ୍ଥନ କାଳରେ ହଳାହଳ ବିଷକୁ ପାନ କରି ବିଶ୍ୱ ବାସୀଙ୍କୁ ବିଷ ଜ୍ୱାଳାରୁ ମୁକ୍ତ କରି ନୀଳକଣ୍ଠ ହୋଇ ଯାଇଥିଲେ ଶିବ।

ବିଷ ଜ୍ୱାଳାରୁ ରକ୍ଷା କରିବା ପାଇଁ ଉପବିତଧାରୀ ମାନେ ଶିବଙ୍କ ମସ୍ତକରେ ପଇଡ଼ ପାଣି, କ୍ଷୀର ଓ ଜଳ ଢାଳିଥାନ୍ତି, ଏପରି କିମ୍ବ ଦନ୍ତୀ ଅଛି। ଦ୍ୱିତୀୟରେ ନୀଳଚାଷ ପାଇଁ ଅତ୍ୟଚାରିତ କୃଷକମାନେ ଆଶୁତୋଷଙ୍କ ଶରଣାପନ୍ନ ହୋଇଥିବାରୁ ଏହି ପର୍ବକୁ ନୀଳ ପର୍ବ କୁହାଯାଉଛି। 

Advertisment
Balasore