ଆଜି ପଞ୍ଚୁକର ତୃତୀୟ ଦିନ। ପୁରୀ ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳେ ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କୁ ଏହି ବେଶରେ ବିଭୂଷିତ କରାଯାଇଥିଲା।
ପୁଷ୍କାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥିଲେ। ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଛି। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି।
Also Read
ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କର ପୁରୀରେ ସମାଗମ ହୋଇଛି। ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ପୁରୀ ବଡଦାଣ୍ଡ। ବେଶ ଦର୍ଶନ ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଦର୍ଶନ କରୁଛନ୍ତି।
ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର। ବିଶ୍ୱାସ ରହିଛି ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏଇ ପଞ୍ଚୁକ ଯାତ୍ରା। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Events & Festivals
ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀରେ ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି।

Events & Festivals
ଭିଡ଼ ନିୟନ୍ତ୍ରଣରେ ପୁଲିସ ପ୍ରଶାସନ ଫେଲ୍ : ମାତ୍ର ଖୋଜେ ଗଡ଼ିଲା ‘ନନ୍ଦିଘୋଷ’ ରଥ
୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ରଥଟଣା ବନ୍ଦ ରହିଥିଲା ।

Culture & Literature
ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ପୁରସ୍କାର ଉତ୍ସବରେ ଯୋଗ ଦେଇପାରି ନଥିବା ଗୀତିକାର ତଥା କବି ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ସେ ଗୁଲଜାରଜୀଙ୍କର ଦ୍ରୁତ ଆରୋଗ୍ୟ କାମନା କରିବା ସହିତ କଳା, ସାହିତ୍ୟ, ସମାଜ ଏବଂ ଦେଶ ପ୍ରତି ଅବଦାନ ଜାରି ରଖିବେ ବୋଲି ଆଶା କରିଥିଲେ।

National
‘ଭାରତର ପ୍ରତି ପଥରରେ କାହାଣୀ, ପ୍ରତି ପାହାଡ଼ରେ ଗୀତ, ପ୍ରତି ନଦୀରେ ଗୁଞ୍ଜରଣ’
ଭାରତର ପ୍ରତ୍ୟେକ ପଥରରେ ଏକ କାହାଣୀ ରହିଛି, ପ୍ରତ୍ୟେକ ପାହାଡ଼ର ଏକ ଗୀତ ରହିଛି, ପ୍ରତ୍ୟେକ ନଦୀର କିଛି ନା କିଛି ଗୁଞ୍ଜରଣ ରହିଛି। ଯଦି ଆପଣ ଭାରତର ୬ଲକ୍ଷରୁ ଅଧିକ ଗ୍ରାମକୁ ଯିବା, ତେବେ ପ୍ରତ୍ୟେକ ଗାଁର ନିଜସ୍ୱ ଲୋକକଥା ରହିଛି, କାହାଣୀ କହିବାର ନିଜସ୍ୱ ଶୈଳୀ ରହିଛି।

Guest Column
ଅଦୃଶ୍ୟ ଶ୍ରମ, ଅପରିଚିତ ହାତ
ଓଡ଼ିଶାରେ ପ୍ରାୟ ଏକ କୋଟି ଶ୍ରମିକ ଅଛନ୍ତି, ଯାହାର ଏକ ବଡ଼ ଅଂଶ ହେଲେ ମହିଳା। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୮୫% ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମହିଳା। କିନ୍ତୁ ସେମାନଙ୍କ ପାଇଁ ଏକ ନିଶ୍ଚିତ ଆୟ, ଭରସା ଯୋଗ୍ୟ କର୍ମ ସଂସ୍ଥାନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନ ବୀମା କିମ୍ଵା ସୁରକ୍ଷିତ ବାର୍ଦ୍ଧକ୍ୟ ଜୀବନ ସବୁକିଛି ଅନିଶ୍ଚିତ ଅଟେ।