Advertisment

ଆଜି ବିଶ୍ୱ ଡାଉନ ସିଣ୍ଡ୍ରୋମ ଦିବସ, କ'ଣ ଏହି ରୋଗ ଜାଣନ୍ତୁ

ଡାଉନ ସିଣ୍ଡ୍ରୋମ୍ ହେଉଛି ଏକ ଜେନେଟିକ୍ ଅର୍ଥାତ୍ ବଂଶଗତ ବ୍ୟାଧି।

author-image
Debibandita Barick
Representative Image

Representative Image

ଡାଉନ ସିଣ୍ଡ୍ରୋମ୍ ହେଉଛି ଏକ ଜେନେଟିକ୍ ଅର୍ଥାତ୍ ବଂଶଗତ ବ୍ୟାଧି। ପ୍ରତିବର୍ଷ କିଛି ପିଲା ଏହି ରୋଗ ସହ ଜନ୍ମ ନିଅନ୍ତି। ଜନ୍ମରୁ ଏହି ରୋଗ ଥିଲେ ଜୀବନ ତମାମ ଭଲ ହୋଇନଥାଏ। କିନ୍ତୁ ବର୍ତ୍ତମାନ ଚିକିତ୍ସାର ଅଗ୍ରଗତି ଫଳରେ ଏହାକୁ ଗର୍ଭାବସ୍ଥାରୁ ଚିହ୍ନଟ କରାଯାଇ ପାରୁଛି। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରୋଗ ବାବଦରେ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧କୁ ବିଶ୍ୱ ଡାଉନ ସିଣ୍ଡ୍ରୋମ୍ ଦିବସ ରୂପେ ପାଳନ କରାଯାଉଛି। 

Advertisment

ଡାଉନ୍ ସିଣ୍ଡ୍ରୋମର କ’ଣ?
ପ୍ରାୟ ସମସ୍ତେ ଅବଗତ ଯେ, ବାପା-ମାଆଙ୍କ ଜିନରୁ ପିଲାଟିଏ ସୃଷ୍ଟି ହୁଏ। ଏହି ଜିନଗୁଡିକ କ୍ରୋମୋଜୋମ ବା ଗୁଣସୂତ୍ରକୁ ସ୍ଥାନାନ୍ତରିତ ହୁଏ। ଯେତେବେଳେ ଶିଶୁର କୋଷଗୁଡ଼ିକ ବିକଶିତ ହୁଏ, ପ୍ରତ୍ୟେକ କୋଷକୁ ମୋଟ ୪୬ ଗୁଣସୂତ୍ର ପାଇଁ ୨୩ ଯୋଡ଼ା ଗୁଣସୂତ୍ର ଗ୍ରହଣ କରିବାକୁ ପଡେ। ଗୁଣସୂତ୍ରର ଅଧା ମାଆ ଏବଂ ଅଧା ବାପାଙ୍କଠାରୁ ଆସିଥାଏ। 

ଡାଉନ ସିଣ୍ଡ୍ରୋମରେ ପୀଡିତ ପିଲାଙ୍କ ଗୁଣସୂତ୍ର ମଧ୍ୟରୁ ଗୁଣସୂତ୍ର ୨୧ର ଗୋଟିଏ ଅତିରିକ୍ତ କପି ସୃଷ୍ଟି ହୋଇଥାଏ। ଏହି ଅତିରିକ୍ତ କପିକୁ ଡାକ୍ତରୀ ଭାଷାରେ ଟ୍ରାଇଜୋମି-୨୧ କୁହାଯାଏ। ଅତିରିକ୍ତ ଗୁଣସୂତ୍ର ନେଇ ଜନ୍ମିତ ପିଲାଙ୍କର ମସ୍ତିଷ୍କ ଏବଂ ଶାରୀରିକ ଗୁଣ ବିକାଶରେ ବାଧା ସୃଷ୍ଟି ହୋଇଥାଏ। 

Advertisment

ଡାଉନ୍ ସିଣ୍ଡ୍ରୋମ ଲକ୍ଷଣ
ଜନ୍ମ ସମୟରେ, ଡାଉନ୍ ସିଣ୍ଡ୍ରୋମ ଥିବା ଶିଶୁମାନଙ୍କର ସାଧାରଣତଃ କିଛି ଲକ୍ଷଣ ଥାଏ, ସେଗୁଡିକ...

  • ଶାରୀରିକ ଗଠନରେ ଭିନ୍ନତା।
  • ମୁଣ୍ଡ, ବେକ ଏବଂ କାନ ଛୋଟ।
  • ମାନସିକ ଏବଂ ସାମାଜିକ ବିକାଶରେ ବିଳମ୍ବ।
  • ଅପ୍ରାକୃତିକ ଆଚରଣ।
  • ପଢିବା ଏବଂ ଲେଖିବାରେ ଅସୁବିଧା।
  • ଶିକ୍ଷଣ କ୍ଷମତା କ୍ଷିଣ।
  • ଶାରୀରିକ ଅଭିବୃଦ୍ଧି ଦୁର୍ବଳ।

ଡାଉନ ସିଣ୍ଡ୍ରୋମ୍ ଚିକିତ୍ସା
ଗର୍ଭାବସ୍ଥାରେ ଡାଉନ୍ ସିଣ୍ଡ୍ରୋମ ଚିହ୍ନଟ କରିବା ପାଇଁ ଦୁଇଟି ମୌଳିକ ପ୍ରକାରର ପରୀକ୍ଷା ଉପଲବ୍ଧ, ଗୋଟିଏ ସ୍କ୍ରିନିଂ ପରୀକ୍ଷା ଏବଂ ଅନ୍ୟଟି ଡାଇଗ୍ନୋଷ୍ଟିକ୍ ପରୀକ୍ଷା। ଏହି ପରୀକ୍ଷା ମାଧ୍ୟମରେ ଶିଶୁକୁ ଡାଉନ ସିଣ୍ଡ୍ରୋମ ଆକ୍ରାନ୍ତ କରିଛି କି ନାହିଁ ଜଣାପଡେ। ଏହା କେବଳ ଗର୍ଭାବସ୍ଥାରେ ଚିହ୍ନଟ ହୋଇପାରିବ। ରୋଗ ଚିହ୍ନଟ ହେଲେ ଡାକ୍ତରମାନେ ସିଠିକ୍ ଚିକିତ୍ସା ପାଇଁ ପରାମର୍ଶ ଦେଇଥାନ୍ତି। 

World Down Syndrome Day Genetic Disorder Down Syndrome