Advertisment

ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ: କେବେ ଥମିବ ନିଶା କାରବାର ଓ ସେବନ

ବେଆଇନ ନିଶା କାରବାର ଓ ବ୍ୟବହାରକୁ ରୋକିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।

author-image
Debibandita Barick
ଅଦ୍ୟତନ ହୋଇଛି
Say No To Drugs

Say No To Drugs

ଦିନକୁ ଦିନ ନିଶା କାରବାର ତଥା ସେବନ ବଢିଚାଲିଛି। ବିଶେଷ ଭାବେ କିଶୋର ତଥା କମ୍ ବୟସର ପିଲାମାନେ ଏହାର କବଳିତ ହେଉଛନ୍ତି, ଯାହା ଏକ ସାମାଜିକ ବ୍ୟାଧିର ରୂପ ନେଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୬ ଜୁନକୁ ବିଶ୍ୱ ନିଶା ନିବାରଣ ଦିବସ ରୂପେ ପାଳନ କରାଯାଏ। ବେଆଇନ ନିଶା କାରବାର ଓ ବ୍ୟବହାରକୁ ରୋକିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। 

Advertisment

ଅନ୍ତର୍ଜାତୀୟ ନିଶା ନିବାରଣ ଦିବସର ଇତିହାସ 
୭ ସେପ୍ଟେମ୍ବର ୧୯୮୭ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ବେଆଇନ ନିଶା କାରବାର ତଥା ବ୍ୟବହାର ରୋକିବା ପାଇଁ ଆଲୋଚନା ହୋଇଥିଲା।

ଏହି ଦିନ ନିଶା ନିଷେଧ ପାଇଁ ଏକ ସ୍ୱତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ଏବଂ ୧୯୮୯, ଜୁନ୍ ୨୬ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ ହୋଇ ଆସୁଛି। 

Advertisment

ଅନ୍ତର୍ଜାତୀୟ ନିଶା ନିବାରଣ ଦିବସର ଗୁରୁତ୍ୱ
ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ନିଶା ସେବନରୁ ରକ୍ଷା କରିବା ଏବଂ କାରବାର ଉପରେ ପ୍ରତିବନ୍ଧକ ଲଗାଇବା। ଏହି ଦିନ ସମଗ୍ର ବିଶ୍ୱରେ ନିଶା ସେବନ ବିରୋଧରେ ସଚେତନତା ଅଭିଯାନ କରାଯାଏ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଅବଗତ କରାଯାଏ। ଏଥିସହ ବେଆଇନ ନିଶା କାରବାରଠୁ ଦୂରେଇ ରହିବାକୁ ସତର୍କ କରାଯାଏ।

ବେଆଇନ କାରବାରକୁ ରୋକିବା ପାଇଁ ଭାରତରେ ମଧ୍ୟ କଡା ନିୟମ ରହିଛି। ତଥାପି, ଲୋକମାନେ ସଚେତନ ହେବା ଆବଶ୍ୟକ। ସହଯୋଗ ବିନା ସମାଜରେ କୌଣସି ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ। ତେଣୁ ଲୋକେ ସଚେତନ ହେଲେ ନିଶ୍ଚିତ ରୂପେ ବେଆଇନ କାର୍ଯ୍ୟ ଦୂର ହୋଇପାରିବ।

World Drug Day 2024