/odisha-reporter/media/post_attachments/uploadimage/library/16_9/16_9_0/IMAGE_1720617141.jpg)
World Population Day
ଆଜି ବିଶ୍ୱ ଜନସଂଖ୍ୟା ଦିବସ। ୨୦୨୩ରେ ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରଥମ ଜନବହୁଳ ରାଷ୍ଟ୍ର ହୋଇଛି। ସେ ଦୃଷ୍ଟିରୁ ବିଶ୍ୱ ଜନସଂଖ୍ୟା ଦିବସ ଭାରତ ପାଇଁ ଅଧିକ ଗୁରୁତ୍ୱ ବହନ କରେ। ତେବେ ଏହି ଦିବସ ପାଳନ କାହିଁକି ଗୁରୁତ୍ୱପୂର୍ଣ୍ଣ, ଏହାର ଇତିହାସ ଏବଂ ଗୁରୁତ୍ୱ ବାବଦରେ ଜାଣନ୍ତୁ...
ବିଶ୍ୱ ଜନସଂଖ୍ୟା ଦିବସ
ପ୍ରତିବର୍ଷ ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ। ଗର୍ଭନିରୋଧକ ଏବଂ ପରିବାର ନିୟୋଜନ ଯୋଜନାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା।
ବିଶ୍ୱ ଜନସଂଖ୍ୟା ଦିବସର ଇତିହାସ
୧୯୮୯ରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ମାଧ୍ୟମରେ ବିଶ୍ୱ ଜନସଂଖ୍ୟା ଦିବସ ଆରମ୍ଭ ହୋଇଥିଲା। ଏହା ପରେ ମିଳିତ ଜାତିସଂଘ ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ
ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ଅନେକ ସମସ୍ୟା ସୃଷ୍ଟି କରେ, ଯେପରିକି ସମ୍ବଳ ହ୍ରାସ, ପରିବେଶ ପ୍ରଦୂଷଣ ଏବଂ ଜୀବନଧାରଣ ମାନ ହ୍ରାସ ଇତ୍ୟାଦି। ତେଣୁ ଲୋକଙ୍କୁ ଏହି ସମସ୍ୟାଗୁଡିକ ବିଷୟରେ ଅବଗତ କରାଇବା ଏବଂ ସମାଧାନର ପନ୍ଥା ଉପସ୍ଥାପନା କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।
ସେହିପରି ମହିଳାମାନଙ୍କୁ ସଶକ୍ତକରଣ କରିବା ମଧ୍ୟ ବିଶ୍ୱ ଜନସଂଖ୍ୟା ଦିବସର ଆଉ ଏକ ଉଦ୍ଦେଶ୍ୟ। କାରଣ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପରିବାର ଯୋଜନା କ୍ଷେତ୍ରରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ଦିବସ ମାଧ୍ୟମରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଯାଏ ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ।
ବିଶ୍ୱ ଜନସଂଖ୍ୟା ଦିବସର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ମାତୃ ସ୍ୱାସ୍ଥ୍ୟ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସାହାଯ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରାଯାଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
