ବାତ୍ୟାର କାରଣ ତାପମାତ୍ରା ବୃଦ୍ଧି, ତାପମାତ୍ରା ବୃଦ୍ଧିର କାରଣ...?

ବାତ୍ୟା ସୃଷ୍ଟି ହେବାର ମୂଳ କାରଣ ହେଉଛି ପ୍ରଥମରେ, ସମୁଦ୍ରର ଉପର ଜଳସ୍ତରର ତାପମାତ୍ରା ବଢ଼ିବା ଓ ଦ୍ଵିତୀୟରେ, ସମୁଦ୍ରର ଉପର ଜଳରାଶିର ଲବଣାଂଶ କମିବା। ସ୍କୁଲ ପାଠ୍ୟ ପୁସ୍ତକରେ ଏହା ବର୍ଣ୍ଣିତ ହୋଇଛି। ବଙ୍ଗୋପସାଗରରେ ଯେ କାହିଁକି ଅଧିକ ସଂଖ୍ୟକ ବାତ୍ୟା ଗଲା କିଛି ଦଶନ୍ଧି ହେଲା ଦେଖା ଯାଉଛି ତାହା କୌଣସି ପାଠ୍ୟ ପୁସ୍ତକରେ ରହିଥିବା ମୋର ଦୃଷ୍ଟିକୁ ଆସିନାହିଁ।

What Causes Cyclone?

What Causes Cyclone?

Debendra Prusty
  • Published: Monday, 05 June 2023
  • Updated: 05 June 2023, 12:53 PM IST

News Highlights

  • ପ୍ରତି ବର୍ଷ ବାତ୍ୟା ହେବା ଦ୍ଵାରା ଦେଶର ସମୁଦାୟ ଉତ୍ପାଦନର ୨ ପ୍ରତିଶତ ନଷ୍ଟ ହେଉଛି। ଏହା କିଛି କମ ସଂଖ୍ୟା ନୁହେଁ।
  • ପ୍ରତି ବର୍ଷ କେନ୍ଦ୍ର ସରକାରଙ୍କ ସମୁଦାୟ ଆୟ ବା ରେଭେନ୍ୟୁର ୧୨ ପ୍ରତିଶତ ବାତ୍ୟା ହେତୁ କ୍ଷତିଗ୍ରସ୍ତ ହେଉଛି। ଏହା ମଧ୍ୟ ଆଦୌ କମ ନୁହେଁ।
  • ଉପକୂଳରେ ଦେଶର ୪୦ କୋଟି ଲୋକ ବସବାସ କରୁଛନ୍ତି। ସେଥିମଧ୍ୟରୁ ଅନ୍ୟୁନ ୩୨ କୋଟି ଲୋକ ସିଧାସଳଖ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସୁଛନ୍ତି। ଏହି ସଂଖ୍ୟା ମଧ୍ୟ କିଛି କମ ନୁହେଁ।

Sports

Latest News

୨୦୧୯ ମସିହାରେ ବାତ୍ୟା ‘ଫନି’ ଓଡ଼ିଶାର ଉପକୂଳ ଜିଲ୍ଲାମାନଙ୍କରେ ଅନେକ କ୍ଷତି ଘଟାଇଥିଲା। ଏହି ବର୍ଷ, ‘ମୋଚା’ ଓଡ଼ିଶା ଉପକୂଳ ଆଡ଼କୁ ନଆସି ମିଆଁମାର ଉପକୂଳର ଜନଜୀବନରେ ଅନେକ କ୍ଷତି ଘଟାଇଛି।

ଉଭୟ ‘ଫନି’ ଓ ‘ମୋଚା’ ମଇ ମାସରେ ଅର୍ଥାତ ସମାନ ସମୟରେ ଆସିଛନ୍ତି। ଉଭୟଙ୍କର ପବନର ବେଗ ପ୍ରାୟ ସମାନ ଥିଲା। ଉଭୟ ସେହି ବଙ୍ଗୋପସାଗରରୁ ଉତ୍ପତ୍ତି ହୋଇଥିଲେ। ଉଭୟ ଉପକୂଳ ଜିଲ୍ଲାରେ ଅନେକ କ୍ଷତି ଘଟାଇଲେ।

ମାତ୍ର ‘ମୋଚା’ ମିଆଁମାର ଆଡ଼କୁ ଚାଲିଯିବା ପରେ ଏ ନେଇ ସାମାନ୍ୟ ମାତ୍ର ଆଲୋଚନା କୌଣସି ବି ଗଣମାଧ୍ୟମରେ ଦେଖିବାକୁ ମିଳିଲା ନାହିଁ। ଓଡ଼ିଆ ଖବରକାଗଜରେ ମିଆଁମାରରେ ‘ମୋଚା’ ରଚିଥିବା ତାଣ୍ଡବ ସମ୍ପର୍କରେ ଛୋଟ ଖବରଟିଏ ମଧ୍ୟ ପ୍ରକାଶ ପାଇଲା ନାହିଁ।

ବାତ୍ୟା କୌଣସି ଚିଠି ନୁହେଁ ଯେ ଏହା ନିର୍ଦ୍ଦିଷ୍ଟ ଠିକଣା ନେଇ ଆସିବ! କୌଣସି ଏକ ବଡ଼ ଦୁର୍ବିପାକର ପ୍ରଭାବକୁ କ୍ଷୁଦ୍ର ଭୌଗୋଳିକ ସୀମା ମଧ୍ୟରେ ଦେଖିବା ଦ୍ଵାରା ଦୁର୍ବିପାକର ଅନେକ ଦିଗ ଅନ୍ଧାରରେ ରହିଯାଇଥାଏ।

ବିଶ୍ଵ ତାପମାତ୍ରାରେ ବୃଦ୍ଧି-

ବାୟୁମଣ୍ଡଳ ବିଭିନ୍ନ କାରଣରୁ ପ୍ରଦୂଷିତ ହେବା ହେତୁ ଅଙ୍ଗାରକାମ୍ଳ ଗ୍ୟାସ ବାୟୁ ମଣ୍ଡଳରେ ଅଧିକ ମାତ୍ରାରେ ମିଶୁଛି।

ଅଙ୍ଗାରକାମ୍ଳ ଗ୍ୟାସ ଅଧିକ ହେଲେ ପୃଥିବୀ ଉପରର ଓଜୋନ ସ୍ତରକୁ ଏହା ପତଳା କରିଦେଇଥାଏ, ଏକ ଜଣାଶୁଣା କଥା। ଓଜୋନ ସ୍ତର କମିବା କାରଣରୁ ଅତିବାଇଗଣୀ ରଶ୍ମି ବା ଅଲଟ୍ରା ଭାୟୋଲେଟ ରଶ୍ମି ପୃଥିବୀ ସ୍ତରକୁ ଅଧିକ ମାତ୍ରାର ଆସି ଏଠାକୁ ଅଧିକ ଉତ୍ତପ୍ତ କରୁଛି। ବିଶ୍ଵ ତାପମାତ୍ରା ବଢ଼ିବାର ଏହା ମୁଖ୍ୟ କାରଣ।

ଆଜି ବିଶ୍ଵ ତାପମାତ୍ରା ବଢୁଥିବା କାରଣରୁ ବଙ୍ଗୋପସାଗରର ଉପର ଜଳସ୍ତରର ତାପମାତ୍ରା ମଇ – ଜୁନ ମାସରେ ୨୮ ଡିଗ୍ରୀ ସେଲସିୟସରେ ପହଞ୍ଚି ଯାଉଛି।

ସମୁଦ୍ରର ଉପର ଜଳସ୍ତରର ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସରୁ ଅଧିକ ଯଦି ବେଶ କିଛି ଘଣ୍ଟା ରହିଯାଏ ତେବେ ତାହା ବାତ୍ୟା ସୃଷ୍ଟି କରେ। ପାଠ କହୁଛି ଯେ, ସମୁଦ୍ର ଉପର ଜଳସ୍ତରର (୫୦ ମିଟର ଗଭୀର ପର୍ଯ୍ୟନ୍ତ) ବାୟୁ ଗରମ ହେଲେ ଉପରକୁ ଉଠିଯାଇଥାଏ ଓ ତାହାର ସ୍ଥାନ ନେବା ଲାଗି, ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ବାୟୁ, ଅଧିକ ଜଳକଣା ନେଇ ସେହି ଶୂନ୍ୟସ୍ଥାନ ଆଡ଼କୁ ଚାଲିଆସିଥାଏ।

ବଙ୍ଗୋପସାଗରର ଆକାର ବିଶାଳ ହୋଇଥିବା କାରଣରୁ ଆଠରୁ ଦଶ କିଲୋମିଟର ପରିଧିର ଥଣ୍ଡା ବାୟୁ ଅର୍ଥାତ ଅଧିକ ଜଳକଣା ବୋହି ଆଣୁଥିବା ବାୟୁ ଗରମ ଅଞ୍ଚଳକୁ ତୀବ୍ର ବେଗରେ ଆସିଥା’ନ୍ତି। ଏହା କେବେ କେବେ ବାତ୍ୟାର ରୂପ ନେଇଥାଏ ପୁଣି କେବେ ନୁହେଁ।

ପୃଥିବୀ ନିଜ ଚାରିପାଖରେ ଘୂରୁଥିବା ଏକ ଜଣାଶୁଣା କଥା। ବିଷୁବ ରେଖା ନିକଟରେ ପୃଥିବୀର ନିଜ ଚାରିପାଖରେ ଘୂର୍ଣ୍ଣନ ବେଗ ସର୍ବାଧିକ, ପ୍ରାୟ ୧୬୦୦ କିମି ପ୍ରତି ଘଣ୍ଟା। ମେରୁରେ ଏହି ବେଗ ପ୍ରାୟ ଶୂନ ଥାଏ।

ଗ୍ଳାସ ଭରା ଜଳକୁ ଜୋରରେ ଘୂରାଇଲେ ଯେମିତି ଏଥିରେ ଥିବା ପାଣି ଘୂରୁଥାଏ, ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା ହେତୁ ସମୁଦ୍ର ଉପରର ବାୟୁ ବୋହିଲା ବେଳେ ଘୂର୍ଣ୍ଣନ ପ୍ରକ୍ରିୟା ତିଆରି କରିଥାଏ।

ପୃଥିବୀରେ ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାତ୍ୟା ସର୍ବଦା ବିଷୁବ ରେଖାର ଉଭୟ ପାଖରେ ବା ମକର କ୍ରାନ୍ତିରୁ କର୍କଟ କ୍ରାନ୍ତି ଅଞ୍ଚଳରେ ଗଭୀର ଓ ବିଶାଳ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଛି। ଏହାକୁ ସେଥିଲାଗି ତ୍ରପିକାଲ ସାଇକ୍ଳୋନ ବା କ୍ରାନ୍ତୀୟ ବାତ୍ୟା କୁହାଯାଏ। ମେରୁ ନିକଟବର୍ତ୍ତୀ ଦେଶ ବାତ୍ୟା ସମ୍ପର୍କରେ କୌଣସି ଧାରଣା କରିପାରନ୍ତି ନାହିଁ।

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପରେ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା କାରଣରୁ ଏହା ସ୍ଥଳ ଭାଗ ଆଡ଼କୁ ଆସିଥାଏ। ପୃଥିବୀର ଘୂର୍ଣ୍ଣନ ଗତି ବିଶୁବ ରେଖାରେ ସର୍ବାଧିକ ଓ ମେରୁ ଅଞ୍ଚଳରେ କମ ରହିଥିବା କାରଣରୁ ବାତ୍ୟା ମଧ୍ୟ ସ୍ଥିର ଅଞ୍ଚଳ ଅଥବା ମେରୁ ଆଡ଼କୁ ମୁହାଁଇଥାଏ। ମାତ୍ର ସ୍ଥଳ ଭାଗରେ ବିଭିନ୍ନ ବାଧା ପାଇବା ଦ୍ଵାରା ଏହାର ଘୂର୍ଣ୍ଣନ ପ୍ରକ୍ରିୟା ବନ୍ଦ ହୋଇଯାଏ।

ଏହି ହେତୁ ବଙ୍ଗୋପ ସାଗରରେ ଉତ୍ପନ୍ନ ସମସ୍ତ ବାତ୍ୟାର ଗୁଣ ସମାନ। ଯଦି ଫନି ଓଡ଼ିଶାରେ ମାଡ଼ ହୁଏ ଅଥଚ ମୋଚା ମିଆଁମାରରେ ମାଡ଼ ହୁଏ, ଏହାର ଅର୍ଥ ନୁହେଁ ଯେ ଉଭୟ ଭିନ୍ନ। ତେଣୁ ଓଡ଼ିଶାରେ ବାତ୍ୟା ହେଲେ ପ୍ରମୁଖ ଖବର ହେବ, ଅଥଚ ମିଆଁମାରରେ ମାଡ଼ ହେଲେ ଏହା ଆଦୌ ଖବର ନହେବା ଉଚିତ ବିଚାର ନୁହେଁ।

ବାତ୍ୟା ସୃଷ୍ଟି ହେବାର ଅନ୍ୟତମ କାରଣ ହେଲା ସମୁଦ୍ର ପାଣିର ଲବଣ ଅଂଶ କିଛି ସମୟ ଲାଗି କମିଯିବା। ବଙ୍ଗୋପ ସାଗରରେ ଅତି ବିଶାଳ ନଦୀ ସମୁଦ୍ର ମଧ୍ୟରେ ଲୀନ ହୋଇଛି। ନଦୀମାନଙ୍କର ମଧୁର ଜଳ ଏକକାଳୀନ ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ପରେ ସମୁଦ୍ରର ଉପରିଭାଗ ଜଳର ଲବଣ ଅଂଶ କମିଯାଏ। ସମୁଦ୍ରର ଲବଣ ଅଂଶ କମ ରହିଥିବା ଜଳ ଶୀଘ୍ର ଉତ୍ତପ୍ତ ହୋଇଯାଇଥାଏ। ସମୁଦ୍ରର ଉପର ଜଳସ୍ତରର ଲବଣ ଅଂଶ କମ ହେବା କାରଣରୁ ଏହାର ତାପମାତ୍ରା ବଢ଼ି ବାତ୍ୟା ସୃଷ୍ଟି କରିଥାଏ।

ବର୍ଷା ଛାଡ଼ିବାର ଠିକ ପରେ ପରେ ବଙ୍ଗୋପ ସାଗରରେ ଏକ କାଳୀନ ବନ୍ୟାଜଳ ସମୁଦ୍ରରେ ମିଶି ସମୁଦ୍ର ପାଣିର ଲବଣ ଅଂଶକୁ କମ କରିଦେଇଥାଏ। ଯାହା ହେତୁ ଉପର ଜଳସ୍ତର ଶୀଘ୍ର ଗରମ ହୋଇ ବାତ୍ୟା ସୃଷ୍ଟି ହୁଏ।

ବାତ୍ୟା ସୃଷ୍ଟି ଲାଗି ଯେଉଁ ତିନି ଚାରୋଟି କାରଣ ସାମୁଦ୍ରିକ ବିଜ୍ଞାନୀମାନେ ଚର୍ଚ୍ଚା କରୁଛନ୍ତି ତାହା ମଧ୍ୟରେ ଏହି ଦୁଇ କାରଣ ପ୍ରମୁଖ। ପ୍ରଥମ ହେଲା ସମୁଦ୍ର ଜଳସ୍ତରର ତାପମାତ୍ରା ବୃଦ୍ଧି ଓ ଦ୍ଵିତୀୟ ହେଲା ସମୁଦ୍ର ଜଳସ୍ତରର ଲବଣ ଅଂଶ କମିଯିବା।

ଏହି ଉଭୟ କାରଣ ପ୍ରକୃତିର ସ୍ଵାଭାବିକ କାରଣ ନୁହେଁ। ଏହା ସଂପୂର୍ଣ୍ଣ ମନୁଷ୍ୟକୃତ। ମାତ୍ର ସେହି ମଣିଷ କୌଣସି କମ ଆୟକାରୀ ସାଧାରଣ ମଣିଷ ନୁହେଁ।

ବରଂ ଉକ୍ତ ମନୁଷ୍ୟ କୃତ ବିପର୍ଯ୍ୟୟ ଲାଗି ବିଶ୍ଵ ଧନିକ ଗୋଷ୍ଠୀ (ଅରବପତି) ମୁଖ୍ୟତଃ ଦାୟୀ। ଜଙ୍ଗଲ ଧ୍ଵଂସ କରି କାରଖାନା ଓ ଖଣି ସ୍ଥାପନ କରିବାଠାରୁ ଆରମ୍ଭ କରି ଯୁଦ୍ଧ ଅସ୍ତ୍ରର ବେପାର କରିବା ଲାଗି ଦେଶ ଦେଶ ମଧ୍ୟରେ କଳହ ଲଗାଇବା ପର୍ଯ୍ୟନ୍ତ ଏହି ଅରବପତିମାନଙ୍କର କାର୍ଯ୍ୟ।

ବିଶ୍ଵ ତାପମାତ୍ରା ବଢ଼ିବା ପଛରେ ସାଧାରଣ ଲୋକଙ୍କ ଭୂମିକା ନଗଣ୍ୟ। ତାପମାତ୍ରା ବୃଦ୍ଧି ଲାଗି ବଡ଼ କାରଣ ସବୁକୁ ବାଦ ଦେଇ ଏବେ ଦୋଷ ଲଦି ଦିଆଯାଉଛି ବ୍ୟକ୍ତିଗତ ଗାଡ଼ିମାନଙ୍କରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁ ଉପରେ। ଏହା କେବଳ ପ୍ରକୃତ କାରଣ ଦିଗରୁ ଦୃଷ୍ଟି ହଟାଇବା ଲାଗି କରାଯାଉଛି।

ବାତ୍ୟାର ବାରମ୍ବାରତା ସତ୍ୱେ-

ଓଡ଼ିଶାର ଉପକୂଳ ୧୯୯୯ ମସିହା ପରଠାରୁ ସାତଟି ବାତ୍ୟାକୁ ସାମ୍ନା କରିସାରିଲାଣି। ଯଦି ସମଗ୍ର ପୂର୍ବ ଉପକୂଳୀୟ ରାଜ୍ୟ ତାମିଲନାଡୁଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଧରାଯିବ ତେବେ ଏହି ସଂଖ୍ୟା ହୁଏତ ୨୦ ପହଞ୍ଚିଯିବ। ବଙ୍ଗଳାଦେଶ ଓ ମିଆଁମାରକୁ ମିଶାଇଲେ ଏହାର ସଂଖ୍ୟା ଆହୁରି ଅଧିକ। ଅର୍ଥାତ ବଙ୍ଗୋପ ସାଗର କୂଳରେ ପ୍ରତ୍ୟେକ ବର୍ଷ ଥରେ ବାତ୍ୟା ଅନୁଭୁତ ହେବା ନିଶ୍ଚିତ।

କିନ୍ତୁ ବାତ୍ୟାକୁ ନେଇ ଯେଉଁଭଳି ବ୍ୟସ୍ତତା ପ୍ରକାଶ ପାଇବା ଓ ଏହାର ନିରାକରଣ ଦିଗରେ ଉଦ୍ୟମ ହେବା ଆବଶ୍ୟକ ତାହା ହେଉ ନାହିଁ।

ସମସ୍ତେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଧରିନେଇ ପ୍ରକୃତିକୁ ଦୋଷ ଦେବାରେ ବ୍ୟସ୍ତ। ଗଲା କିଛି ଦଶନ୍ଧି ମଧ୍ୟରେ ବଙ୍ଗୋପ ସାଗରରେ ଯେତେ ସଂଖ୍ୟାରେ ବାତ୍ୟା ସୃଷ୍ଟି ହୋଇଛି ତାହାକୁ ହିସାବ କଲେ ଏହା କଦାପି ପ୍ରାକୃତିକ ବିପର୍ଯ୍ୟୟ ମନେହୁଏ ନାହିଁ।

ଭାରତର ଗଣମାଧ୍ୟମ ଯଦି ବାତ୍ୟା ସମ୍ପର୍କିତ ବିପଦକୁ କେବଳ ଛୋଟ ଛୋଟ ସମ୍ବାଦ ମଧ୍ୟରେ ବାଣ୍ଟିଦେବ ଓ ଏହାକୁ ଆଞ୍ଚଳିକ କରି ରଖିବ ତେବେ ଏ ଦିଗରେ ସରକାର କଦାପି ନିଜର ଦାୟିତ୍ଵକୁ ଉପଲବ୍ଧି କରିବେ ନାହିଁ। ଭାରତୀୟ ଗଣମାଧ୍ୟମ ନିଜର ଦାୟିତ୍ଵକୁ ବୁଝିବା ଜରୁରୀ।

ବିଶ୍ଵର ବିଭିନ୍ନ ରାଷ୍ଟ୍ର ମୁଖ୍ୟମାନେ ଜି-୭ ନାମରେ ଜାପାନରେ ଏକାଠି ହୋଇଥିଲେ। ଏସୀୟ ରାଷ୍ଟ୍ର ମଧ୍ୟରେ ଜାପାନ ସର୍ବାଧିକ ଥର ବାତ୍ୟାର ସାମ୍ନା କରୁଛି। ଅଥଚ ଜି-୭ ଦେଶମାନେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କୌଣସି ଠୋସ ନିଷ୍ପତ୍ତି ନେଲେ ନାହିଁ। ଏହା ସାଧାରଣ ଜାପାନବାସୀ ଲାଗି କମବଡ଼ ଧୋକ୍କା ନୁହେଁ।

ଭାରତରେ ଜି-୨୦ ସମ୍ମିଳନୀ ହେଉଛି। ଏଠାରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଉନାହିଁ। ସାଧାରଣ ଭାରତବାସୀ ଆଜି ସବୁଠାରୁ ଅଧିକ ବିଶ୍ଵ ତାପମାତ୍ରା ବୃଦ୍ଧି ହେତୁ କଷ୍ଟ ପାଉଥିବା ବେଳେ ରାଷ୍ଟ୍ରମୁଖ୍ୟ ଠୋସ ପଦକ୍ଷେପ ନେବା ଦିଗରେ ଅସମର୍ଥ।

ଏହା ନୁହେଁ ଯେ ସମଗ୍ର ଦେଶ ଲାଗି ବାତ୍ୟା ଏକ ଗମ୍ଭୀର ବିଷୟ ନୁହେଁ।

ନ୍ୟାସିନାଲ ସାଇକ୍ଳୋନ ରିସ୍କ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟର ତଥ୍ୟ ଅନୁସାରେ, ପ୍ରତି ବର୍ଷ ବାତ୍ୟା ହେବା ଦ୍ଵାରା ଦେଶର ସମୁଦାୟ ଉତ୍ପାଦନର ୨ ପ୍ରତିଶତ ନଷ୍ଟ ହେଉଛି। ଏହା କିଛି କମ ସଂଖ୍ୟା ନୁହେଁ। ଉକ୍ତ ଏଜେନ୍ସି ପୁଣି ଉଲ୍ଲେଖ କରେ ଯେ, ପ୍ରତି ବର୍ଷ କେନ୍ଦ୍ର ସରକାରଙ୍କ ସମୁଦାୟ ଆୟ ବା ରେଭେନ୍ୟୁର ୧୨ ପ୍ରତିଶତ ବାତ୍ୟା ହେତୁ କ୍ଷତିଗ୍ରସ୍ତ ହେଉଛି। ଏହା ମଧ୍ୟ ଆଦୌ କମ ନୁହେଁ।

ଉପକୂଳରେ ଦେଶର ୪୦ କୋଟି ଲୋକ ବସବାସ କରୁଛନ୍ତି। ସେଥିମଧ୍ୟରୁ ଅନ୍ୟୁନ ୩୨ କୋଟି ଲୋକ ସିଧାସଳଖ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସୁଛନ୍ତି। ଏହି ସଂଖ୍ୟା ମଧ୍ୟ କିଛି କମ ନୁହେଁ।

ତଥାପି ଦେଶରେ ଓ ରାଜ୍ୟ ସରକାରମାନେ ବାତ୍ୟାର ଉତ୍ପତ୍ତିକୁ ରୋକିବା ଲାଗି ଦେଶ ମଧ୍ୟରେ ଓ ଆନ୍ତର୍ଜାତିକ ସ୍ତରରେ ଯେଉଁ ଭୂମିକା ନେବା ଆବଶ୍ୟକ ତାହା ନେଉନାହାନ୍ତି। ଏହା ଯେ ସେମାନଙ୍କ ଅବହେଳା ତାହା ବିଶ୍ୱାସଯୋଗ୍ୟ ନୁହେଁ।

ବିଶ୍ଵ ତାପମାତ୍ରାରେ ବୃଦ୍ଧିକୁ ରୋକିବା ଲାଗି ସରକାରୀ ପଦକ୍ଷେପ ନେବାର ଅର୍ଥ ବିଶ୍ଵର ଆରବପତିଙ୍କ ପୁଞ୍ଜି ନିବେଶ କ୍ଷେତ୍ରରେ ବାଧା ଆଣିବା। ଏଥିଲାଗି କୌଣସି ରାଷ୍ଟ୍ରମୁଖ୍ୟ ପ୍ରସ୍ତୁତ ନୁହନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ସରକାରଙ୍କୁ କିଛି କରୁଥିବାର ଦେଖାଯିବା ଆବଶ୍ୟକ। ରାଷ୍ଟ୍ରମୁଖ୍ୟମାନେ ତ ରାଜା ପରିବାରର ନୁହନ୍ତି ଯେ ନିଜ ପୋଷ୍ଟକୁ ସ୍ଥାୟୀ ଭାବିନେବେ।

ଗଣମାଧ୍ୟମ ବାତ୍ୟାର ପ୍ରଭାବକୁ ଅତି ସୀମିତ ଢଙ୍ଗରେ ଉପସ୍ଥାପନ କରିବା ପ୍ରକୃତରେ ସରକାରଙ୍କ ଅସମର୍ଥତାକୁ ଘୋଡ଼ାଉଛି ଓ କମ୍ପାନୀଙ୍କ ସ୍ଵାର୍ଥର ସୁରକ୍ଷା କରୁଛି। ପରିବେଶର ସୁରକ୍ଷା ଲାଗି ଉଦ୍ୟମରତ ସମସ୍ତ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକୁ ବଳିଷ୍ଠ କରିବା ଆମର ସାମାଜିକ ଦାୟିତ୍ଵ।

ଦେବ ରଞ୍ଜନ

ମୋ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story