ସମ୍ବିଧାନ ଅନୁସାରେ ନ୍ୟାୟପାଳିକା ଠିକ

ଆଇନ ପ୍ରଣୟନ କରିବା ନିମନ୍ତେ ସଂସଦର ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ଏହି ଆଇନ ଯଦି ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥାଏ ତେବେ ତାହାକୁ ନ୍ୟାୟପାଳିକା ସମୀକ୍ଷା କରି ଯଦି ଆଇନ ଅସମ୍ବିଧାନିକ ତାହା ସ୍ଥିର କରନ୍ତି। ସେହିପରି ବିଧାନସଭାରେ ଗୃହୀତ କୌଣସି ବ୍ୟବସ୍ଥା ବା ଆଇନ ଯଦି କେନ୍ଦ୍ରୀୟ ଆଇନର ବିରୋଧାଚରଣ କରୁଥାଏ ବା ସମ୍ବିଧାନ କ୍ଷମତାରେ ଏହା ରାଜ୍ୟ ତାଲିକାଭୁକ୍ତ ହୋଇନଥାଏ କିମ୍ବା ମୌଳିକ ଅଧିକାରକୁ ଉଲଂଘନ କରୁଥାଏ, ତେବେ ତାହାକୁ ଅବୈଧ ଘୋଷଣା କରିବାର ଅଧିକାର ନ୍ୟାୟପାଳିକାର ରହିଛି।

Supreme Court Of India

Supreme Court Of India

Debendra Prusty
  • Published: Friday, 25 April 2025
  • Updated: 25 April 2025, 05:34 PM IST

Sports

Latest News

ରବି ଦାସ

ନିକଟରେ ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସିଧାସଳଖ ଭାବେ ସୁପ୍ରିମ କୋର୍ଟକୁ ସମାଲୋଚନା କରି କହିଛନ୍ତି ଯେ ନ୍ୟାୟପାଳିକା ଅତ୍ୟଧିକ କ୍ଷମତାର ଅଧିକାରୀ ହୋଇ ଆଇନ ଓ ଶାସନ ଚଳାଇବା ପାଇଁ ଥିବା ସଂସଦ ଓ ସରକାରୀ ମୁଖ୍ୟଙ୍କୁ ଯେପରି ନିର୍ଦ୍ଦେଶନାମା ଜାରି କରିଛନ୍ତି, ସେଥିରେ ଭାରତୀୟ ଗଣତନ୍ତ୍ରରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସଂସଦ ଓ କାର୍ଯ୍ୟବାହୀ ଅଧିକାରୀମାନେ ନ୍ୟୂନ ବିବେଚିତ ହେଉଛନ୍ତି। ସମ୍ବିଧାନରେ ନ୍ୟାୟପାଳିକାକୁ ଦିଆଯାଇଥିବା ସମ୍ପୂର୍ଣ୍ଣ ନ୍ୟାୟ ନାମରେ ୧୪୨ ଧାରାକୁ ଏକ କ୍ଷେପଣାସ୍ତ୍ର ଭଳି ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି। ଯଦିଓ ଉପରାଷ୍ଟ୍ରପତି ଭଲ ଭାବରେ ଜାଣନ୍ତି ଯେ, ରାମ ଜନ୍ମଭୂମି ବିବାଦ ଯାହାକି ଏକ ଦେୱାନୀ ମାମଲା ତାହାର ସମାଧାନ ସୁପ୍ରିମ କୋର୍ଟ ୧୪୨ ଧାରାର ଉପଯୋଗ ନକରି କରିବା ସମ୍ଭବ ହୋଇନଥାନ୍ତା। ଏଥିରେ ମୁସଲ୍‌ମାନମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ସୁପିମ୍ କୋର୍ଟ ଉପଲବ୍ଧି କରି ୧୪୨ ଧାରା ପ୍ରୟୋଗ କରି ସମ୍ପୂର୍ଣ୍ଣ ନ୍ୟାୟ ପାଇଁ ମୁସଲ୍‌ମାନମାନଙ୍କୁ ୫ ଏକର ଜମି ସହିତ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେ ଯିଏକି ୪ ଥର ଲୋକସଭାକୁ ନିର୍ବାଚିତ ହେଲେଣି ଓ ଜଣେ ଉଚ୍ଚଶିକ୍ଷିତ ସାଂସଦ ଭାବରେ ପରିଚିତ ସେ ମଧ୍ୟ ସିଧାସଳଖ କହିଲେ ଯେ, ନ୍ୟାୟପାଳିକା ଏହାର ସୀମା ଅତିକ୍ରମ କରୁଛି ଓ ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ୍ ଖାନ୍ନା ଭାରତରେ ସାମ୍ପ୍ରଦାୟିକ ଗୃହଯୁଦ୍ଧ ପାଇଁ ଦାୟୀ ହେବେ। ଉପରାଷ୍ଟ୍ରପତିଙ୍କର ମୂଳକଥା ହେଲା ଯେ, ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍ ରବି ଯେଉଁଭଳି ଭାବରେ ତାମିଲନାଡୁ ବିଧାନସଭା ଦ୍ୱାରା ଗୃହୀତ ବିଲ୍‌ଗୁଡ଼ିକୁ ମାସ ମାସ ଧରି ଗ୍ରହଣ ନକରିବା ଓ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଚାପ ସୃଷ୍ଟି ପରେ ସେଗୁଡ଼ିକ ବିଧାନସଭାକୁ ପୁଣି ପଠାଇବା ପରେ ବିଧାନସଭା ସେଗୁଡ଼ିକୁ ପୁଣି ଥରେ ପାସ୍‌ କରିବା ପରେ ଏହାର ବିଚାର ପାଇଁ ରାଷ୍ଟ୍ରପତିଙ୍କୁ ପଠାଇଦେବା ଘଟଣାରୁ ସୁପ୍ରିମ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। କାରଣ ସମ୍ବିଧାନର ୨୦୦ ଧାରାରେ ରାଜ୍ୟପାଳଙ୍କ ବିଲ୍‌କୁ ଯଥାଶୀଘ୍ର ଗ୍ରହଣ କରିବା ପାଇଁ ଓ ଅନ୍ୟକିଛି ପ୍ରସ୍ତାବ ଥିଲେ ତାହାକୁ ବିଧାନସଭାକୁ ପୁଣି ଥରେ ପଠାଇଦେବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ବିଧାନସଭା ଯଦି ଦ୍ୱିତୀୟ ଥର ଏହି ବିଲ୍‌କୁ ପଠାଇଲା ତେବେ ତାହାକୁ ରାଜ୍ୟପାଳ ଗ୍ରହଣ କରିନେବାର ବିଧି ରହିଛି। କେବଳ ଯେଉଁ ବିଧେୟକ କୌଣସି କେନ୍ଦ୍ରୀୟ ଆଇନର ବିରୋଧାଚରଣ କରୁଛି ବା ସମ୍ବିଧାନ ବ୍ୟବସ୍ଥାରେ ଏହା ରାଜ୍ୟସୂଚୀରେ ନାହିଁ, ତାହାକୁ ପ୍ରଥମରୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇପାରିବେ। ମାତ୍ର, ଗୋଟିଏ ବିଲ୍ ଉପରେ ବହୁମାସ ଧରି ଅଟକାଇ ରଖିବା ଏବଂ ଶେଷରେ ଦ୍ୱିତୀୟଥର ବିଲ୍ ଆସିଲେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ବାସ୍ତବରେ ବିଧିସମ୍ମତ ନୁହେଁ।

ରାଷ୍ଟ୍ରପତି ମଧ୍ୟ ଏପରି ବିଲ୍‌କୁ ଗ୍ରହଣ କରିବା ବା ଅଗ୍ରାହ୍ୟ କରିବା ନେଇ ୨୦୧ ଧାରାରେ ବ୍ୟବସ୍ଥା ରହିଛି। ଏପରି ବିଲ୍‌କୁ ରାଷ୍ଟ୍ରପତି ମଧ୍ୟ ମାସ ମାସ ଧରି ପକାଇ ରଖିବାର କୌଣସି କାରଣ ନାହିଁ। ଏହା ସମସ୍ତେ ଜାଣନ୍ତି ଯେ, ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ହିଁ ଯାହାକିଛି ନିଷ୍ପତି ନିଅନ୍ତି। ଯଦି ବିଲ୍‌ରେ କୌଣସି ସାମ୍ବିଧାନିକ ପ୍ରସଙ୍ଗ ଥାଏ ତେବେ ରାଷ୍ଟ୍ରପତିଙ୍କର ସୁପ୍ରିମ୍‌କୋର୍ଟର ପରାମର୍ଶ ନେବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଗୋଟିଏ ନିର୍ବାଚିତ ବିଧାନସଭା ଯାହାର କାର୍ଯ୍ୟକାଳ ୫ ବର୍ଷ ସେଥିରୁ ୩ ବର୍ଷରୁ ଊର୍ଦ୍ଧ୍ୱ ଯଦି ସେମାନେ ଗୃହୀତ କରିଥିବା ବିଧେୟକଗୁଡ଼ିକ ଆଇନରେ ପରିଣତ ନହେଲା ତେବେ ନିର୍ବାଚିତ ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବ କିପରି?

ତେଣୁ ଏହି ସମସ୍ତ ବିଷୟକୁ ବିଚାର କରି ପୂର୍ବରୁ ସୁପ୍ରିମ୍‌କୋର୍ଟ ପଞ୍ଜାବ ମାମଲାରେ ଦେଇଥିବା ରାୟର ଆଧାର ଉପରେ ତାମିଲନାଡୁ ରାଜ୍ୟପାଳଙ୍କ କାର୍ଯ୍ୟକୁ ଅନୈତିକ ବୋଲି ଘୋଷଣା କରି ପ୍ରଥମଥର ପାଇଁ ଏକ ଆଦେଶ ଦେଲେ ଯେ, ବିଲ୍ ଉପରେ ରାଜ୍ୟପାଳ ସର୍ବାଧିକ ତିନିମାସ ଭିତରେ ମଞ୍ଜୁରୀ ଦେବାକୁ ପଡ଼ିବ କିମ୍ବା ଫେରାଇବାକୁ ପଡ଼ିବ। ସେହିପରି ରାଷ୍ଟ୍ରପତି ମଧ୍ୟ ଏହିସବୁ ବିଲ୍ ତିନିମାସରୁ ଊର୍ଦ୍ଧ୍ୱ ନିଜ ପାଖରେ ରଖିବା ଉଚିତ୍ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ମତଦେଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରା ଉପରେ ନ୍ୟାୟପାଳିକା ସୀମା ଲଗାଇବା ପାଇଁ କିପରି ସାହସ କଲେ ବୋଲି ପ୍ରଶ୍ନ ଆସୁଛି। କିନ୍ତୁ ସମ୍ବିଧାନକୁ ଅଧ୍ୟୟନ କରିଥିବା ଏବଂ ଦେଶର ସଂଘୀୟ ବ୍ୟବସ୍ଥାକୁ ବୁଝିଥିବା ଯେକେହି ନ୍ୟାୟପାଳିକାର କାର୍ଯ୍ୟ ସମ୍ପୂର୍ଣ୍ଣ ନ୍ୟାୟୋଚିତ ବୋଲି ସ୍ୱୀକାର କରିବେ।

ସେହିପରି ୱାକଫ୍ ସଂଶୋଧନ ଆଇନ ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ବହୁଗୁଡ଼ିଏ ରିଟ୍‌ର ଶୁଣାଣି କରି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ ଭାବରେ ଇଙ୍ଗିତ ଦେଲେ ଯେ, ଏଥିରେ ଥିବା ତିନୋଟି ବ୍ୟବସ୍ଥା ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ତେଣୁ ରିଟ୍ ଗୁଡ଼ିକ ଉପରେ କୌଣସି ନିଷେଧାଦେଶ ସିଧାସଳଖ ଜାରି ନକରି କେନ୍ଦ୍ର ସରକାରଙ୍କ ଠାରୁ ସ୍ୱୀକୃତି ଆଦାୟ କଲେ ଯେ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ୱାକଫ୍ ସଂଶୋଧିତ ଆଇନର ବିବାଦୀୟ ତିନୋଟି ବ୍ୟବସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ। ସମ୍ଭବତଃ ଏହା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ କ୍ରୋଧାନ୍ୱିତ କରିଥିଲା। ପୂର୍ବରୁ ସୁପ୍ରିମ୍‌କୋର୍ଟର ସେହି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପୂଜାସ୍ଥଳୀ ଆଇନ ସଂକ୍ରାନ୍ତୀୟ ବ୍ୟବସ୍ଥା ଅନୁସାରେ ସମ୍ଭଲର ଜୁମା ମସ୍‌ଜିଦ୍ ଓ ଅନ୍ୟ କେତେକ ସ୍ଥାନରେ ସର୍ଭେ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଥିଲେ।

ଏମାନେ ସମସ୍ତେ ବୁଝିବା ଦରକାର ଯେ, ଭାରତୀୟ ଗଣତନ୍ତ୍ରରେ ପ୍ରକୃତ କ୍ଷମତା ଲୋକମାନଙ୍କ ହାତରେ ରହିଛି। କେବଳ ନିର୍ବାଚନ ଜରିଆରେ କ୍ଷମତାକୁ ଆସୁଥିବା ସରକାର ବା ସଂଖ୍ୟାଗରିଷ୍ଠ ଥିବା ସଂସଦ ଯାହା ଚାହିଁବ ତାହା କରିପାରିବ ନାହିଁ। ଭାରତୀୟ ବ୍ୟବସ୍ଥାରେ ‘ଉଇ ଦି ପିପୁଲ୍‌’ ନାମରେ ରଚନା କରାଯାଇଥିବା ସମ୍ବିଧାନ ହିଁ ସମସ୍ତଙ୍କ ଉପରେ। ସେଥିରେ ସାଂସଦ ଓ କାର୍ଯ୍ୟନିର୍ବାହୀ ସହିତ ନ୍ୟାୟପାଳିକାର କାର୍ଯ୍ୟଧାରା ବଂଟାଯାଇଛି। ଏମାନେ ପ୍ରତ୍ୟେକ କ୍ଷମତା ଗ୍ରହଣ କରିବା ସମୟରେ ସମ୍ବିଧାନ ନାମରେ ଶପଥ ନିଅନ୍ତି। ଏପରିକି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀମାନେ, ସାଂସଦ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସହିତ ନ୍ୟାୟପାଳିକାର ଜଜ୍‌ମାନେ ସମ୍ବିଧାନ ନାମରେ ଶପଥ ନିଅନ୍ତି। ଅର୍ଥାତ୍ ଏମାନଙ୍କର କାର୍ଯ୍ୟଧାରାରେ ସମ୍ବିଧାନ ମୌଳିକ ମାର୍ଗଦର୍ଶକ ହୋଇ ରହିବ। ଏପରିକି ଅମଲାତନ୍ତ୍ରର ଅଂଶ ଆଇଏଏସ୍ ଓ ଆଇପିଏସ୍ ଆଦି ଅଫିସରମାନେ ମଧ୍ୟ ସମ୍ବିଧାନ ନାମରେ ଶପଥ ନେଇ କାର୍ଯ୍ୟରେ ଯୋଗ ଦିଅନ୍ତି।

ନିକଟରେ ବିଲ୍ ସଂକ୍ରାନ୍ତରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ ବିଷୟ ସମ୍ବିଧାନରେ ନଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟର ଏକ ଦୁଇ ଜଣିଆ ବେଂଚ କିପରି କଲା ବୋଲି ପ୍ରଶ୍ନ କରାଯାଉଛି। ଏପରିକି ସୁପ୍ରମ୍‌କୋର୍ଟର ଏହି ଆଦେଶ ବଳରେ ତାମିଲନାଡୁର ଯେଉଁ ୧୦ଟି ବିଧେୟକକୁ ରାଜ୍ୟପାଳ ମାସ ମାସ ଧରି କୌଣସି ନିଷ୍ପତି ନନେଇ ଅଟକାଇ ରଖୁଥିଲେ ସେଗୁଡ଼ିକ ସୁପ୍ରିମ୍‌କୋର୍ଟର ୧୪୨ ଧାରା ପ୍ରୟୋଗ ଫଳରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ବିନା ଆଇନରେ ପରିଣତ ହୋଇଛି। ଏହା ଭାରତ ବର୍ଷରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। କିନ୍ତୁ ଏହିଭଳି ଏକ ନିଷ୍ପତି ଫଳରେ କେନ୍ଦ୍ରରେ କ୍ଷମତା ଥିବା ଦଳର ଇଙ୍ଗିତରେ ପରିଚାଳିତ ହେଉଥିବା ରାଜ୍ୟପାଳମାନେ ସେମାନଙ୍କ ବିପରୀତ ଆଦର୍ଶରେ ଥିବା ରାଜ୍ୟ ସରକାରଙ୍କୁ ହଇରାଣ ହରକତ କରୁଥିବାର ଯେଉଁ ଅଭିଯୋଗ ହୋଇଆସୁଛି ତାହାର ଅବସାନ ଘଟିବ। ଭାରତରେ ସଂଘୀୟ ବ୍ୟବସ୍ଥା ପ୍ରତି ଏହା ଇତିହାସ ସୃଷ୍ଟିକାରୀ ଏକ ରାୟ ବୋଲି କୁହାଯିବ। ଯେପରି ବୋମାଇ ମାମଲା ପୂର୍ବରୁ କେନ୍ଦ୍ର ସରକାର ଯେତେବେଳେ ଚାହୁଁଥିଲେ ରାଜ୍ୟପାଳମାନଙ୍କୁ ବ୍ୟବହାର କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେଉଥିଲେ। କିନ୍ତୁ ବୋମାଇ ମାମଲାରେ ରାଜ୍ୟପାଳଙ୍କ ହାତରେ ଥିବା କ୍ଷମତାକୁ ସଂକୁଚିତ କରି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ ଭାବରେ କହିଲେ ଯେ, ଗୋଟିଏ ସରକାରର ସ୍ଥାୟିତ୍ୱ କେବଳ ବିଧାନସଭା ପରିସରରେ ହିଁ ସ୍ଥିରୀକୃତ ହେବ। ରାଜ୍ୟପାଳ ନିଜ ଇଚ୍ଛା ମୁତାବକ ସରକାର ପଛରେ ସମର୍ଥନ ନାହିଁ ଓ ସମ୍ବିଧାନ ଉପାୟରେ ସରକାର ଚାଲିପାରିବ ନାହିଁ ବୋଲି କହି ରାଷ୍ଟ୍ରପତି ଶାସନ ଜାରି କରିପାରିବେ ନାହିଁ। ବାସ୍ତବରେ ଏହି ରାୟ ପ୍ରକାଶ ପରେ କୌଣସି ରାଜ୍ୟରେ ୩୫୬ ଧାରର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଅସମ୍ଭବ ହୋଇପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନ୍ୟାୟପାଳିକା ବିରୋଧରେ ଏବେ ଶାସକ ବିଜେପି ଓ ଉପରାଷ୍ଟ୍ରପତିଙ୍କ ସମେତ ନିଶିକାନ୍ତ ଦୁବେଙ୍କ ପର୍ଯ୍ୟନ୍ତ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନେ କିଛି ନୂଆ କଥା କହୁନାହାନ୍ତି। ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ନ୍ୟାୟପାଳିକା ଉପରେ ଚାପ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ନ୍ୟାୟପାଳିକା ପ୍ରସଙ୍ଗ ଉଠାଇଥିଲେ। ତାହାର ଅର୍ଥ ହେଉଛି ସରକାର ଯାହା କରୁଛନ୍ତି ତାହା ଜନସାଧାରଣଙ୍କ ସ୍ୱାର୍ଥରେ ହେଉଥିବାରୁ ନ୍ୟାୟପାଳିକା ଏହା ଉପରେ ପ୍ରଶ୍ନ ନଉଠାଉ। ବ୍ୟାଙ୍କ ଜାତୀୟକରଣ ଓ ଇନ୍ଦିରା ଗାନ୍ଧୀଙ୍କର ଅନ୍ୟ କେତେଗୁଡ଼ିଏ ଜାତୀୟକରଣ କାର୍ଯ୍ୟକ୍ରମ ଯେଉଁଗୁଡ଼ିକ ସମ୍ବିଧାନ ବ୍ୟବସ୍ଥାର ବିରୋଧୀ ବୋଲି ବିଚାର କରାଯାଉଥିଲା ସେ ସମ୍ପର୍କରେ ଅଦାଲତମାନେ ପ୍ରଶ୍ନ ଉଠାଇଥିଲେ। ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ପକ୍ଷରୁ ଖୋଦ୍ ଜଣେ ଆଇନଜ୍ଞ ଭାବେ ପରିଚିତ ବାମପନ୍ଥୀ କୁମାର ମଙ୍ଗଳମ୍ ଏହି ପ୍ରତିବଦ୍ଧ ନ୍ୟାୟପାଳିକା କଥା କହୁଥିଲେ। ଏବେ ସେହିପରି ଆଇନ ବିଷୟରେ ଭଲ ଭାବରେ ଜାଣିଥିବା ଉପରାଷ୍ଟ୍ରପତି ଓ ନିଶିକାନ୍ତ ଦୁବେ ସମାନ ପ୍ରସଙ୍ଗ ଉଠାଉଛନ୍ତି। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଜରୁରୀ ପରିସ୍ଥିତି ସମୟରେ ଲୋକମାନଙ୍କର ମୌଳିକ ଅଧିକାରକୁ ସସ୍‌ପେଣ୍ଡ କରିଦିଆଯିବା ପ୍ରସଙ୍ଗ ଉପରେ ନ୍ୟାୟପାଳିକା ଦୃଢ଼ ହୋଇପାରିଲେ ନାହିଁ ବୋଲି ପରେ ନିନ୍ଦିତ ହୋଇଛନ୍ତି।

ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ ଯେ, ସେ ସମୟରେ ଏ ସଂକ୍ରାନ୍ତୀୟ ବିବାଦ ଏତେ ବାଟ ଯାଇଥିଲା ଯେ, ସୁପ୍ରିମ୍‌କୋର୍ଟ ଏକ ବଡ଼ ସାମ୍ବିଧାନିକ ବେଂଚରେ ମତ ଦେଲେ ଯେ, ସଂସଦ ଯାହା ବି କିଛି କଲେ ମଧ୍ୟ ସମ୍ବିଧାନର ମୌଳିକ ଢ଼ାଂଚାକୁ ଭାଙ୍ଗିବା ପରି କୌଣସି ପଦକ୍ଷେପ ନେଇପାରିବେ ନାହିଁ। ଏହି ମୌଳିକ ଢ଼ାଂଚାଗୁଡ଼ିକ ଭିତରେ ସେପାରେସନ୍ ଅଫ୍ ପାୱାର୍‌, ସଂଘୀୟ ବ୍ୟବସ୍ଥା, ଧର୍ମନିରପେକ୍ଷତା ଆଦି ବହୁ ପ୍ରସଙ୍ଗକୁ ସେମାନେ ଏଥିରେ ଅନ୍ତର୍ଭୁକ୍ତ କଲେ। ଅର୍ଥାତ୍ ସମ୍ବିଧାନ ହିଁ ଦେଶ ଶାସନର ମୂଳମନ୍ତ୍ର। ସଂସଦ ହେଉ, ରାଷ୍ଟ୍ରପତି ହୁଅନ୍ତୁ ବା ନ୍ୟାୟପାଳିକା ହୁଅନ୍ତୁ ସମସ୍ତେ ଏହି ସମ୍ବିଧାନର ଗଣ୍ଡି ଭିତରେ କାମ କରିବାକୁ ପଡ଼ିବ। ନ୍ୟାୟପାଳିକା ସମସ୍ତଙ୍କୁ ସାମ୍ବିଧାନିକ ସୀମାରେଖା ବତାଇଦେବାରେ ମୁଖ୍ୟଭୂମିକା ନେଉଥିବାରୁ ନ୍ୟାୟପାଳିକାର ଗୁରୁତ୍ୱକୁ କେହି ବି ନ୍ୟୂନ କରିପାରିବେ ନାହିଁ।

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story