ଝାରସୁଗୁଡ଼ାରେ ଜିତିବ ଟଙ୍କା!

ସେ ରାଜନୀତି ବିଷୟରେ ମତ ଦେବେ ନାହିଁ ବୋଲି କହିବା ପରେ ମୁଁ ତାଙ୍କୁ ସେହି ସବୁ ଅଞ୍ଚଳର ସ୍ଥିତି ସଂପର୍କରେ ପଚାରିଥିଲି। ସେ କହିଥିଲେ ଯେ ଲୋକମାନଙ୍କ ପାଖରେ ଟଙ୍କା ନାହିଁ। ଏଣୁ ପ୍ରତ୍ୟେକ ଲୋକ ଟଙ୍କା ପାଇଁ ବ୍ୟାକୁଳ ହେଉଛନ୍ତି। ୫ କିଲୋ ଚାଉଳରେ ଅଭାବ ମେଂଟିଯାଉ ନାହିଁ। ଏହି ଟଙ୍କାର ଅଭାବ ପୂରଣ କରିବା ଦିଗରେ ମହିଳା ସଂଗଠନମାନେ ଯାହାଙ୍କୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କୁହାଯାଉଛି, ସେହିମାନେ କିଛିମାତ୍ରାରେ ସହାୟକ ହେଉଛନ୍ତି। ଏଣୁ ନିର୍ବାଚନରେ ଟଙ୍କା ହିଁ, ଯାହାକୁ ସେ ଗାନ୍ଧି ବୋଲି ସମ୍ବୋଧନ କରିଥିଲେ, ତାହା ମୁଖ୍ୟ ଭୂମିକା ଗ୍ରହଣ କରିବ।

Money Power

Money Power

Debendra Prusty
  • Published: Wednesday, 19 April 2023
  • Updated: 19 April 2023, 12:05 PM IST

Sports

Latest News

ଗତ କିଛି ମାସ ହେଲା ସ୍ଥାୟୀ ଜାମିନରେ ବାହାରିଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଓ ପୁରୁଖା ନେତା ଅନୁପ ସାଏଙ୍କ ସହିତ ସାକ୍ଷାତ ହେବା ପରେ ସ୍ୱାଭାବିକ ଭାବରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ଝାରସୁଗୁଡ଼ା ଉପନିର୍ବାଚନ ସଂକ୍ରାନ୍ତରେ ପ୍ରଶ୍ନ କଲାରୁ ସେ କହିଥିଲେ ଯେ ସେ ରାଜନୀତି ବିଷୟରେ କିଛି ବି କହିବେ ନାହିଁ। ସେ ଝାରସୁଗୁଡ଼ା ଜିଲ୍ଲାର ଜଣେ ପୁରୁଖା ନେତା ଓ ତିନି ଥର ବ୍ରଜରାଜନଗରରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଛନ୍ତି ଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପରାଜିତ ହୋଇଛନ୍ତି। ଏହି ଉଭୟ କଂଗ୍ରେସ ଓ ବିଜେଡିର ରାଜନୀତି ସେ ଭଲଭାବେ ଜାଣନ୍ତି। ନବକିଶୋର ଦାସଙ୍କ ସହିତ ମଧ୍ୟ ତାଙ୍କର ବେଶ୍ ଭଲ ସଂପର୍କ ଥିଲା। କିନ୍ତୁ ସେ ରାଜନୀତି ବିଷୟରେ ମତ ଦେବେ ନାହିଁ ବୋଲି କହିବା ପରେ ମୁଁ ତାଙ୍କୁ ସେହି ସବୁ ଅଞ୍ଚଳର ସ୍ଥିତି ସଂପର୍କରେ ପଚାରିଥିଲି। ସେ କହିଥିଲେ ଯେ ଲୋକମାନଙ୍କ ପାଖରେ ଟଙ୍କା ନାହିଁ। ଏଣୁ ପ୍ରତ୍ୟେକ ଲୋକ ଟଙ୍କା ପାଇଁ ବ୍ୟାକୁଳ ହେଉଛନ୍ତି। ୫ କିଲୋ ଚାଉଳରେ ଅଭାବ ମେଂଟିଯାଉ ନାହିଁ। ଏହି ଟଙ୍କାର ଅଭାବ ପୂରଣ କରିବା ଦିଗରେ ମହିଳା ସଂଗଠନମାନେ ଯାହାଙ୍କୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କୁହାଯାଉଛି, ସେହିମାନେ କିଛିମାତ୍ରାରେ ସହାୟକ ହେଉଛନ୍ତି। ଏଣୁ ନିର୍ବାଚନରେ ଟଙ୍କା ହିଁ, ଯାହାକୁ ସେ ଗାନ୍ଧି ବୋଲି ସମ୍ବୋଧନ କରିଥିଲେ, ତାହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଅର୍ଥାତ୍ ଯେଉଁ ଦଳ ବା ପ୍ରାର୍ଥୀ ଟଙ୍କା ଖର୍ଚ୍ଚ କରି ଭୋଟରଙ୍କ ପାଖରେ ପହଞ୍ଚାଇ ପାରିବେ ସେହି ଦଳ ବା ପ୍ରାର୍ଥୀର ବିଜୟ ହେବ।

ନିର୍ବାଚନରେ ସଭା-ସମିତି ଓ ଭାଷଣର ଆବଶ୍ୟକତା ଅପେକ୍ଷା ଟଙ୍କାର ଆବଶ୍ୟକତା ଅଧିକ। ବିଭିନ୍ନ ଦଳ କେତେକ ପ୍ରସଂଗ ଉତ୍ଥାପନ କରି ତାହାରି ବଳରେ ଭୋଟ ଆଦାୟ କରିବେ ବୋଲି ଭାବିବା ଭୁଲ ହେବ। ସେ ତାଙ୍କ ନିଜ ଅଭିଜ୍ଞତାରୁ କହିଥିଲେ ଯେ ଅପେକ୍ଷାକୃତ ସ୍ୱଚ୍ଛଳ ଜଣାପଡୁଥିବା ଲୋକମାନେ ମଧ୍ୟ ନିର୍ବାଚନରେ ପାଗଳ ହୋଇଯାଆନ୍ତି। ରାଜ୍ୟ ସରକାରଙ୍କ ପ୍ରମୁଖ ବିରୋଧୀ ଦଳ ଭାବରେ ସରକାରୀ ବିରୋଧୀ ବାତାବରଣର ଅଧିକ ଫାଇଦା ବିଜେପି ପାଇବା ସ୍ୱାଭାବିକ। କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତି ଓ ବିଶେଷ ଭାବେ ନବକିଶୋର ଦାସଙ୍କ ହତ୍ୟା ଘଟଣାଠାରୁ ଜଣେ ନାବାଳକଙ୍କ ଅପହରଣ ଓ ହତ୍ୟା ଘଟଣା ଲୋକମାନଙ୍କୁ ଯେତିକି ପ୍ରଭାବିତ କରିବା କଥା, ତାହା ନବକିଶୋର ଦାସଙ୍କ କନ୍ୟା ଦୀପାଳି ଦାସ ବିଜେଡିର ପ୍ରାର୍ଥୀ ହେବା ଫଳରେ ସେତିକି ପ୍ରଭାବ ପକାଇପାରିବ ନାହିଁ। କାରଣ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଂଗରେ କୌଣସି ଯୁବ-ମହିଳା ପ୍ରାର୍ଥୀଙ୍କ ବିରୋଧରେ ବିଶେଷ କାମ ଦେବ ନାହିଁ। ଯଦିଓ ନବକିଶୋର ଦାସଙ୍କ ହତ୍ୟା ଘଟଣାର ପ୍ରକୃତ ରହସ୍ୟ ଏବେ ମଧ୍ୟ ଉନ୍ମୋଚିତ ହୋଇନାହିଁ। ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଭିତରେ ଦୀପାଳି ଦାସ ବିଜେଡି ପ୍ରାର୍ଥୀ ହେବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକାଶ କରିବା ଯୋଗୁ ଯାହାକିଛି ସମାଲୋଚନା ହେବ ତାହା ଦୀପାଳିଙ୍କ ବିରୋଧରେ ହିଁ ହେବ। କିନ୍ତୁ ତାଙ୍କର ନାମାଙ୍କନପତ୍ର ଦାଖଲ ସମୟରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଚଣ୍ଡ ଗ୍ରୀଷ୍ମରେ ସାମିଲ ହେବା ତାଙ୍କ ପଛରେ ଥିବା ସଂଗଠନ ସହିତ ଅର୍ଥ ବଳର ପ୍ରଭାବ ପରିଷ୍କାର କରିଦେଇଛି।

ଝାରସୁଗୁଡ଼ାରେ ଯେଉଁ ମୁଖ୍ୟ ତିନି ଜଣଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ହେବ ସେମାନେ ସମସ୍ତେ ଯୁବ ବୟସର। ଦୀପାଳିଙ୍କ ବୟସ ଅନ୍ୟମାନଙ୍କଠାରୁ କମ୍ ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଧିକ। ଏହି ଉପନିର୍ବାଚନଟି ମାତ୍ର ବର୍ଷକ ପାଇଁ କରାଯାଉଛି। କାରଣ ଆସନ୍ତା ବର୍ଷ ଏହି ସମୟ ବେଳକୁ ୨୦୨୪ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବ। ସେହି ଦୃଷ୍ଟିରୁ ନିର୍ବାଚନ ବିଜୟ ଅପେକ୍ଷା ଏହି ଉପନିର୍ବାଚନରେ କେଉଁସବୁ ପ୍ରସଂଗ ଜନସାଧାରଣଙ୍କ ଆଗରେ ରାଜନୀତି ଦଳମାନେ ୨୦୨୪ ନିର୍ବାଚନ ପାଇଁ ଉପସ୍ଥାପିତ କରିବେ, ସେଗୁଡ଼ିକ ସ୍ପଷ୍ଟ ହୋଇଯିବ। ଅବଶ୍ୟ ବିଜେଡି ଯେହେତୁ ୨୩ ବର୍ଷ ହେଲା ରାଜ୍ୟ କ୍ଷମତାରେ ଅଛନ୍ତି ଓ ଏହି ସମୟରେ ଯାହାସବୁ ହୋଇଛି ସେସବୁର ସେମାନେ ପ୍ରଶଂସା ପାଇବାକୁ ହକଦାର ବୋଲି କହି ବିକାଶକୁ ମୁଖ୍ୟ ସ୍ଲୋଗାନ କରିଛନ୍ତି। ଏହା ସହିତ ମହିଳା ଶକ୍ତିକରଣ ସ୍ଲୋଗାନ୍, ଯାହାକି ମିଶନ ଶକ୍ତି ମାଧ୍ୟମରେ ପ୍ରଦାନ କରାଯାଇ ମହିଳାମାନଙ୍କୁ ଆର୍ଥିକ ଫାଇଦା ଦିଆଯାଉଛି ତାହାକୁ ମୁଖ୍ୟ ଆୟୁଧ କରିଛନ୍ତି। ବାସ୍ତବିକ ଏହି ସଂଗଠନ ଯୋଗୁ ପ୍ରତି ପରିବାରରେ ବିଜୁ ଜନତା ଦଳ ଅର୍ଥ ପହଞ୍ଚାଇଦେବାର କିଛି ଅସୁବିଧା ହେଉନାହିଁ।

ବିଜେପି ଜାତୀୟ ସ୍ତରରେ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ହେଉଥିବା ସ୍ଲୋଗାନ୍ ଦେଇ ରାଜ୍ୟରେ ବାସଗୃହ ଯୋଗାଣଠାରୁ ଆରମ୍ଭ କରି ବିଦ୍ୟୁତଶକ୍ତି ସଂଯୋଗ ଓ ରାସ୍ତାଘାଟ, ରେଳ ସବୁ ନିର୍ମାଣରେ କେନ୍ଦ୍ର ସରକାର ପ୍ରମୁଖ ଭୂମିକା ନେଉଥିବା ଦାବି ଜଣାଉଛି। ଏପରିକି କେନ୍ଦ୍ର ସରକାରଙ୍କ ଅର୍ଥକୁ ରାଜ୍ୟ ସରକାର ଠକି ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ କରାଯାଉଛି। ପ୍ରତ୍ୟେକ ଗରିବ ପରିବାରକୁ ଜଣପିଛା ୫ କିଲୋ ଚାଉଳ କେନ୍ଦ୍ର ସରକାର ମାଗଣା ଦେଉଛନ୍ତି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଏହାଛଡ଼ା ଅସଲ କଥା ହେଉଛି ଭୋଟରଙ୍କ ପାଖରେ ନିର୍ବାଚନ ସମୟରେ ଅର୍ଥ ପହଂଚିବା। ବାସ୍ତବିକ ଅନୁପ ସାଏ ଏହି ପ୍ରସଂଗ କହିଲା ବେଳେ ସ୍ପଷ୍ଟ କରିଦେଇଥିଲେ ଯେ ଶାସକ ବିଜୁ ଜନତା ଦଳ ଯେତିକି ଅର୍ଥ ଖର୍ଚ୍ଚ କରିପାରୁଛି, ତାହା ବିଜେପି ଅଧିକାଂଶ ସ୍ଥାନରେ ପାରୁନାହିଁ। ତା’ ଛଡ଼ା ବିଜେଡିର ଅର୍ଥ ପ୍ରତି ଭୋଟର ପାଖରେ ପହଂଚିବା ପାଇଁ ସଂଗଠନ ଓ ସରକାରୀ କଳ ରହିଛି। ଅପରପକ୍ଷରେ ବିଜେପିର ଯେଉଁ ଅର୍ଥ ଆସୁଛି, ତାହାର ପୂରା ଭାଗ ଭୋଟରମାନଙ୍କ ପାଖରେ ପହଂଚିବା ନିମନ୍ତେ ସେମାନଙ୍କ ନିକଟରେ ସେହି ଧରଣର ସଂଗଠନ ନାହିଁ।

କଂଗ୍ରେସ ଦଳର ଏକଦା ଝାରସୁଗୁଡ଼ା ଏକ ଦୁର୍ଗ ଥିଲା। ନବକିଶୋର ଦାସ ମଧ୍ୟ ଦୁଇଟି ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ତୃତୀୟ ନିର୍ବାଚନଟି ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ବାପା ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡ଼ାରୁ ତିନିଥର ବିଧାୟକ ଥିଲେ ଓ ଦୁଇଥର ଝାରସୁଗୁଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିଲେ। ଗତମାସରେ ତାଙ୍କର ମୃତ୍ୟୁ ହୋଇଛି ଏଣୁ ତାଙ୍କ ପ୍ରତି ପାଣ୍ଡେଙ୍କ ସମର୍ଥକଙ୍କ ଭିତରେ ଏକ ଅନୁକମ୍ପା ଅଛି। କିନ୍ତୁ ନବକିଶୋର ଦାସଙ୍କ ପରେ ଝାରସୁଗୁଡ଼ାରେ କଂଗ୍ରେସ ସଂଗଠନର ସ୍ଥିତି ଖରାପ ହୋଇଛି। ସାରା ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କଂଗ୍ରେସର ସ୍ଥିତିକୁ ଦେଖି ସେଠାରେ କଂଗ୍ରେସ କିଛି ଆଶାଜନକ ସଫଳତା ପାଇବ ବୋଲି ଆଶା କରାଯାଉନାହିଁ। କିନ୍ତୁ କଂଗ୍ରେସ ଯେଉଁ ସ୍ଲୋଗାନ୍ ରାୟପୁର ଅଧିବେଶନରେ ଉଠାଇଛି ଓ ଯାହାକୁ ସଂପ୍ରସାରିତ କରି ରାହୁଲ ଗାନ୍ଧି କର୍ଣ୍ଣାଟକ ନିର୍ବାଚନରେ ସାମାଜିକ ନ୍ୟାୟକୁ ଦଳ ପ୍ରାଥମିକତା ଦେଉଥିବା କଥା କହିଛନ୍ତି, ରାଜ୍ୟ କଂଗ୍ରେସ ଦଳ ଭିତରେ ସେହି ସ୍ଲୋଗାନ୍ ଓ ଚିନ୍ତାଧାରା ଏ ପର୍ଯ୍ୟନ୍ତ ପ୍ରତିଫଳିତ ହୋଇନାହିଁ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଅଘରିଆ ସଂପ୍ରଦାୟର ଓ ସେହି ନିର୍ବାଚନ ମଣ୍ଡଳୀରେ ଦଳିତ ଓ ଆଦିବାସୀମାନଙ୍କ ସଂଖ୍ୟା ଶତକଡ଼ା ୩୦ ଭାଗରୁ ଊର୍ଦ୍ଧ୍ୱ ରହିଛି। କଂଗ୍ରେସ ଦଳ ଯଦି କେବଳ ସାମାଜିକ ନ୍ୟାୟ ସ୍ଲୋଗାନ୍ ଉପରେ ଓଡ଼ିଶାରେ ଜାତି ଜନଗଣନା ପାଇଁ ଗୁରୁତ୍ୱ ଦେବା ସହିତ ପ୍ରତ୍ୟେକ ବଂଚିତ ଶ୍ରେଣୀଙ୍କୁ ସେମାନଙ୍କ ହକ୍ ପାଇଁ ସଂଗଠିତ କରିପାରନ୍ତା, ତେବେ ଝାରସୁଗୁଡ଼ାର ଫଳାଫଳ ଭିନ୍ନ ପ୍ରକାର ହୋଇପାରନ୍ତା। ୨୦୨୪ ନିର୍ବାଚନରେ କଂଗ୍ରେସ ଏହି ସ୍ଲୋଗାନ୍ ଉପରେ ଯିବ ବୋଲି କହିବାକୁ ସାହସ ପାଆନ୍ତା। କିନ୍ତୁ ରାଜ୍ୟ କଂଗ୍ରେସ ନେତୃତ୍ୱ ଏହି ନୀତିଗତ ପ୍ରସଂଗ ଉପରେ ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆଣିପାରି ନାହିଁ। ଝାରସୁଗୁଡ଼ା ଉପନିର୍ବାଚନରେ ଏହାହିଁ ସେମାନଙ୍କର ମୁଖ୍ୟ ନିର୍ବାଚନ ମୁଦ୍ଦା ହେବ ବୋଲି କଂଗ୍ରେସ ଦଳ କହିପାରୁ ନାହିଁ।

କିନ୍ତୁ ଅସଲକଥା ହେଉଛି, ଟଙ୍କା ହିଁ ନିର୍ବାଚନରେ ମୁଖ୍ୟ ଆକର୍ଷଣକାରୀ ଶକ୍ତି ଭାବରେ ରହିବ। ଜାତୀୟ ସ୍ତରରେ ବିଜେପି ଧନୀ ଦଳ ହେଲେ ମଧ୍ୟ ଆଞ୍ଚଳିକ ଦଳମାନଙ୍କ ଭିତରେ ବିଜେଡି ହିଁ ଦେଶର ସବୁଠାରୁ ଧନୀ ଦଳ। ଏଣୁ ରାଜ୍ୟ ସରକାର ସହିତ ଏହି ଧନବଳର ପ୍ରଭାବ ନିର୍ବାଚନରେ ପ୍ରତିଫଳିତ ହେବା ସମ୍ଭାବନା ଅଧିକ। ଯଦିଓ ଝାରସୁଗୁଡ଼ାରେ ଯେପରି ଭାବରେ ପରିବେଶ ଦ୍ରୁତଗତିରେ ନଷ୍ଟ ହେଉଛି, ଯେଉଁଥିପାଇଁ ସାରା ବିଶ୍ୱର ଉତ୍ତପ୍ତ ସହରମାନଙ୍କ ମଧ୍ୟରେ ଝାରସୁଗୁଡ଼ା ସ୍ଥାନ ପାଇଛି, ତାହାକୁ ଯଦି ଜନସାଧାରଣ ବିଚାର କରି ବିଜେଡିର କର୍ପୋରେଟ୍ ମଡେଲ୍ ବିକାଶକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ମଧ୍ୟ ପରିସ୍ଥିତି ଭିନ୍ନ ହୋଇପାରନ୍ତା। କିନ୍ତୁ କେଉଁ ବିରୋଧୀ ଦଳ ସ୍ପଷ୍ଟତା ସହିତ କୋଇଲା ଖଣି, ବିଦ୍ୟୁତ କାରଖାନା ଓ ଆଲୁମିନିୟମ କାରଖାନା ବିରୋଧରେ ମତ ଦେଇ ସେଠାରେ ରାଜନୀତିରେ ତିଷ୍ଠି ରହିପାରିବ, ସେହି ପକ୍ଷକୁ ହିଁ ଜନସାଧାରଣ ଆଜି ନହେଲେ ମଧ୍ୟ କାଲି ଭରସା କରିବେ। କିନ୍ତୁ ଏପରି ଚିତ୍ର ଝାରସୁଗୁଡ଼ାରେ ପ୍ରଚଣ୍ଡ ରୌଦ୍ର ତାପ ସତ୍ତ୍ୱେ କୌଣସି ଦଳ ସାହସର ସହିତ କହିବାକୁ ନିଷ୍ଠା ପ୍ରକାଶ କରୁନାହାନ୍ତି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story