Advertisment

ଅଜଣା ରୋଗରେ ୩ ଦିନରେ ୪ ଜଣଙ୍କ ମୃତ୍ୟୁ! ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ଟିମ୍‌

ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Village

Village

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ କୁଚେଇପର ପଞ୍ଚାୟତର କେ. କୋରଳ ଗାଁରେ ଅଜଣା ରୋଗରେ ତିନି ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି- ଚମ୍ପା ସାହୁ, ଖଗ ଝଡ଼ିଆ, ଅଭି ଘଣ୍ଟିଆ ଓ ବନ ଝଡ଼ିଆ। ସେହିପରି ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

କେଉଁ କାରଣରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହିତ ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି, ତାହା ଜଣାପଡ଼ିନାହିଁ। ଗାଁ ଲୋକେ ଝରଣାରୁ ପାଣି ପିଉଛନ୍ତି। ଦୂଷିତ ଜଳ ଯୋଗୁ ଗାଁରେ ଏଭଳି ଘଟିଛି ନା କୌଣସି ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଏମିତି ଘଟିଛି ନା ଗାଁରେ ସତରେ କୌଣସି ଅଜଣା ରୋଗ ବ୍ୟାପିଛି, ତାହା ସ୍ପଷ୍ଟ ହୋଇପାରିନି। ତେବେ ଗାଁ ଲୋକଙ୍କ କହିବା ଅନୁଯାୟୀ ପୀଡ଼ିତମାନଙ୍କଠାରେ ପେଟ ବ୍ୟଥା ହେବା ଓ ଅଧିକ ଥଣ୍ଡା ଅନୁଭବ କରିବା ଭଳି ଲକ୍ଷଣ ଦେଖାଯାଉଛି।

ରାୟଗଡ଼ା ସିଡିଏମ୍‌ଓ ଲଳିତମୋହନ ରାଉତରାୟ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍ ସେଠାକୁ ଯାଇଛନ୍ତି। ସେମାନେ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ କାହିଁକି ସେହି ଲୋକଙ୍କ ମୃତ୍ୟୁ ଘଟିଲା, ତାହା ଜଣାପଡ଼ିବ। ସେହିଭଳି ବର୍ତ୍ତମାନ ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ରାୟଗଡ଼ାରୁ ମାଉଡ଼ି ବାରିକଙ୍କ ରିପୋର୍ଟ

Unknown Diseases