Advertisment

ସହରକୁ ଛିନଛତ୍ର କରି ଦେଲା ଘୂର୍ଣ୍ଣିଝଡ଼, ଚାଲିଗଲା ୨୩ ଜଣଙ୍କ ଜୀବନ

ବିଶେଷଜ୍ଞମାନେ ଏହି ଘୂର୍ଣ୍ଣିଝଡ଼କୁ ୨୦୧୧ ମସିହାରେ ଜୋପଲିନ ତାଣ୍ଡବ ସହ ତୁଳନା କରିଛନ୍ତି। ସେତେବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଥିଲା।

author-image
Hemant Lenka
Tornado

Tornado

ଭୟଙ୍କର ଘୂର୍ଣ୍ଣିଝଡ଼, ବର୍ଷା ଓ ବିଜୁଳି ମାଡ଼ରେ ଆମେରିକାର ମିସିସିପିପ ସହର ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛଛି। ଏଥିରେ ଏଯାଏ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଘୂର୍ଣ୍ଣିଝଡ଼ ଯୋଗୁ ମାତ୍ର କିଛି ମିନିଟ ମଧ୍ୟରେ ପୂରା ସହରର ରୂପ ବଦଳି ଯାଇଛି। ଘର ଠାରୁ ଆରମ୍ଭ କରି ଗାଡ଼ି ଯାଏ ସବୁ କିଛି ପ୍ରକୃତିର ତାଣ୍ଡବଲୀଳାରେ କ୍ଷତିଗ୍ରସ୍ତ ହୋଇଛି।

Advertisment

ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି କହିଛି ଯେ ବିଶାଳକାୟ ଘୂର୍ଣ୍ଣଝଡ଼ର ପ୍ରଭାବ ପ୍ରାୟ ୧୬୦ କିମି ଅଞ୍ଚଳ ମଧ୍ୟରେ ଦେଖିବାକୁ ମିଳିଛି। ୨୩ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି। ପ୍ରକୃତି ଶାନ୍ତ ହେବା ପରେ ସେମାନଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ ହୋଇଛି। ପଶ୍ଚିମ ମିସିସିପିର ସିଲିଭର ସିଟିକୁ ଘୂର୍ଣ୍ଣିଝଡ଼ ଛାରଖାର କରି ଦେଇଛି।

Advertisment

ଝଡ଼ ଥମିବା ପରେ ଲୋକମାନେ ଧ୍ୱଂସାବଶେ ତଳୁ ନିଜ ପରିବାର ଲୋକ ଓ ଜନିଷକୁ ଖୋଜିବା ଆରମ୍ଭ କରିଛନ୍ତି। ସେହିପରି ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଏଜେନ୍ସି ଆକଳନ କରିଛି। ସିଲିଭର ସିଟି ବ୍ୟତୀତ ରୋଲିଂ ଫର୍କ ସହର ଉପରେ ମଧ୍ୟ ଝଡ଼ର ପ୍ରଭାବ ପଡ଼ିଛି। ସେଠାକୁ ମଧ୍ୟ ଉଦ୍ଧାରକାରୀ ଦଳ ଯାଇଛନ୍ତି।

ବ୍ରାଣ୍ତୀ ଶୋୱାହ କହିଛନ୍ତି, “ମୁଁ କେବେ ହେଲେ ଏମିତି ଭୟଙ୍କର ଦୃଶ୍ୟ ଦେଖି ନଥିଲି। ଏହା ଗୋଟିଏ ଛୋଟିଆ ସହର ଥିଲା। ଏବେ ସବୁ କିଛି ଶେଷ ହୋଇଯାଇଛି। ସହରର ନକ୍ସା ବଦଳି ଯାଇଛି। ଘୂର୍ଣ୍ଣିଝଡ଼ରେ ମୋ ଜେଜେ ମା’ଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ମୋ ସାଙ୍ଗ ତା’ ଘରେ ତଳେ ଫସି ଯାଇଥିଲା। ହେଲେ ଆମେ ତାକୁ ଉଦ୍ଧାର କରି ନେଇଛୁ। ହେଲେ ଏକାଧିକ ଘର ଭୁଶୁଡ଼ି ପଡ଼ିଥିବାରୁ ଅନେକ ଲୋକ ଏହା ତଳେ ଚାପି ହୋଇ ଏବେ ବି ରହିଛନ୍ତି।

ବିଶେଷଜ୍ଞମାନେ ଏହି ଘୂର୍ଣ୍ଣିଝଡ଼କୁ ୨୦୧୧ ମସିହାରେ ଜୋପଲିନ ତାଣ୍ଡବ ସହ ତୁଳନା କରିଛନ୍ତି। ସେତେବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ଶୁକ୍ରବାର ରାତିରେ ମିସିସିପିରେ ଘଟିଥିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ସବୁ କିଛି ଛିନଛତ୍ର ହୋଇ ଯାଇଥିବା ଦେଖିବାକୁ ମିଳିଛି।

ଗାଡ଼ି ଉପରେ ଗାଡ଼ି ମାଡ଼ି ଯାଇଥିବା ବେଳେ ଘର ଭୁଶୁଡ଼ି ପଡ଼ିଛି। ଦୋକାନ ବଜାର ସବୁ ମାଟିରେ ମିଶି ଯାଇଛି। ସହରରରେ ଥିବା ଗଛ ଓ ବିଜୁଳି ଖୁଣ୍ଟର ଅବସ୍ଥା ନ କହିଲେ ଭଲ। କାରଣ ଏଗୁଡ଼ିକ ଗୋଟିଏ ସ୍ଥାନରୁ ଯାଇ ଆଉ ଗୋଟିଏ ସ୍ଥାନରେ ପଡ଼ି ରହିଛି। ଏବେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ସବୁ କିଛି ଠିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

USA Tornado