Advertisment

୬୦ ବର୍ଷ ହେଲା ଆମେରିକାର ନାଗରିକ ଥିଲେ, ୬୧ରେ ନାଗରିକତ୍ୱ ରଦ୍ଦ

ବିଗତ ୬୦ବର୍ଷ ହେଲା ଆମେରିକାର ନାଗରିକ ପରିଚୟ ନେଇ ସେ ବଞ୍ଚିଥିଲେ। ମାତ୍ର ୬୧ ବର୍ଷ ବୟସରେ ତାଙ୍କୁ ଲାଗିଛି ଶକ୍ତ ଝଟକା।

author-image
Niharika Rout
Siavash Sobhani

Siavash Sobhani

ବିଗତ ୬୦ବର୍ଷ ହେଲା ଆମେରିକାର ନାଗରିକ ପରିଚୟ ନେଇ ସେ ବଞ୍ଚିଥିଲେ। ମାତ୍ର ୬୧ ବର୍ଷ ବୟସରେ ତାଙ୍କୁ ଲାଗିଛି ଶକ୍ତ ଝଟକା। କାରଣ ସେ ଆମେରିକାର ନାଗରିକ ନୁହନ୍ତି ବୋଲି ତାଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି। ନୂଆ ପାସପୋର୍ଟ ପାଇଁ ଆବେଦନ କରିବା ବେଳେ ତାଙ୍କୁ ଲାଗିଛି ଏହି ଝଟକା। ଏପରି ଭାବେ ନିଜ ଅନୁଭୂତି ବଖାଣିଛନ୍ତି ଆମେରିକାର ଜଣେ ବରିଷ୍ଠ ଡାକ୍ତର ସିଭାଶ ଶୋଭାନି।

Advertisment

ଡାକ୍ତର ସିଭାଶ ଶୋଭାନିଙ୍କ ବାପା ଇରାନ ଦୂତାବାସରେ ବୈଦେଶିକ ସଚିବ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଜନ୍ମ ହୋଇଥିବାରୁ ତାଙ୍କ ନାଗରିକତ୍ୱ ରଦ୍ଦ କରାଯାଇଥିବା ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର ଏହାକୁ ସହଜେ ଗ୍ରହଣ କରି ପାରି ନାହାନ୍ତି ଡାକ୍ତର ସିଭାଶ ।

ଗତ ୩୦ ବର୍ଷ ଧରି ଡାକ୍ତରୀ ପେସା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର ସିଭାଶ ପ୍ରଥମ ଥର ପାଇଁ ଏପରି ଝଟକା ପାଇଛନ୍ତି। କାରଣ ପୂର୍ବରୁ ବି ସେ ନିଜ ପାସପୋର୍ଟ ରିନ୍ୟୁ କରିବା ସମୟରେ ସବୁବେଳେ ସେ ଆମେରିକା ନାଗରିକ ବୋଲି ସ୍ପଷ୍ଟ ଭାବ ଲେଖା ହୋଇଥାଏ । ମାତ୍ର ଚଳିତ ଥର କ’ଣ ପାଇଁ ଏଥିରେ ବ୍ୟତିକ୍ରମ ହେଲା ତାହାକୁ ସେ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି।

Advertisment

ଡାକ୍ତର ସିଭାଶ ସବୁବେଳେ ଇରାନ ସରକାରଙ୍କ ବିରୋଧରେ ମତାମତ ଦେଉଥିବାରୁ ସେଠାକୁ ଫେରିବା ତାଙ୍କ ପାଇଁ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି। ଏଥିସହ ଆସନ୍ତା ବର୍ଷ ତାଙ୍କ ପୁଅ ପୁର୍ତ୍ତଗାଲରେ ବିବାହ କରୁଥିବା ବେଳେ ସେ ଉକ୍ତ ଉତ୍ସବରେ ଯୋଗ ଦେଇ ପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି।

ନିଜ ନାଗରିକତ୍ୱ ଫେରି ପାଇବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ୪୦ ହଜାର ଡଲାର ଖର୍ଚ୍ଚ କରି ସାରିଲେଣି। ଏହାସତ୍ତ୍ୱେ କେବେ ତାଙ୍କ ମାମଲାର ସମାଧାନ ହେବ ଓ ପୁଣି ଥରେ ସେ ନାଗରିକତ୍ୱ ଫେରି ପାଇବେ ସେ ନେଇ ଆଶାଆଶଙ୍କାରେ ରହିଛନ୍ତି। ମାତ୍ର ସମସ୍ତ ପ୍ରତିଘାତ ସତ୍ତ୍ୱେ ଆସନ୍ତା ୬ ମାସରେ ନିଜ ନାଗରିକତ୍ୱ ଫେରି ପାଇବାକୁ ସେ ଆଶା ବାନ୍ଧି ବସିଛନ୍ତି।

USA