ହାତ ମିଳାଇଲେ ଶରିଫ-ଭୁଟ୍ଟୋ: ନିର୍ବାଚନକୁ ନେଇ ବଡ଼ ବୟାନ ଦେଲା ପାକିସ୍ତାନ ସେନା

ଇମ୍ରାନ ଖାନଙ୍କ ପାର୍ଟି କାଳେ ବାଜି ମାରିନେବ, ସେଥିପାଇଁ ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ ନବଜା ଶରିଫ ଓ ବିଲାୱଲ ଭୁଟ୍ଟୋ ହାତ ମିଳାଇଛନ୍ତି।

ଶରିଫ ଓ ଭୁଟ୍ଟୋ (ଫାଇଲ ଫଟୋ)

  • Published: Saturday, 10 February 2024
  • , Updated: 10 February 2024, 12:31 PM IST

ପାକିସ୍ତାନର ସାଧାରଣ ନିର୍ବାଚନ ରେଜଲ୍ଟକୁ ନେଇ ସସପେନ୍ସ ଜାରି ରହିଛି। ସବୁ ଦଳ ବିଜୟୀ ନେଇ ଦମ୍ଭୋକ୍ତି କରି ଚାଲିଛନ୍ତି। ତଥାପି ଜେଲରେ ଥିବା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମର୍ଥିତ ପ୍ରାର୍ଥୀ ଆଗରେ ରହିଛନ୍ତି।

କୌଣସି ଦଳକୁ ପାକିସ୍ତାନରେ ସରକାର ଗଠନ ପାଇଁ ଆବଶ୍ୟକ ୧୩୩ ଆସନ ମିଳିବାର ସମ୍ଭାବନା ନାହିଁ। ଏପରି ସ୍ଥିତିରେ ମେଣ୍ଟ ସରକାର ଗଠନ ହେବ। ଇମ୍ରାନ ଖାନଙ୍କ ପାର୍ଟି କାଳେ ବାଜି ମାରିନେବ, ସେଥିପାଇଁ ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ ନବଜା ଶରିଫ ଓ ବିଲାୱଲ ଭୁଟ୍ଟୋ ହାତ ମିଳାଇଛନ୍ତି।

ଉଭୟ ମିଳିତ ଭାବେ ପାକିସ୍ତାନରେ ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଉଭୟ ଦଳକୁ କେତେ ଆସନ ମିଳୁଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

ଏସବୁ ଭିତରେ ଇମ୍ରାନ ଖାନ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରିଛନ୍ତି। ସେ ଏଆଇ ଭର୍ସନ ଦ୍ୱାରା ସୃଷ୍ଟି କରାଯାଇଥିବା ଭିଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ବିଜୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ଦୁଇ ପକ୍ଷ ବିଜୟୀ ନେଇ ଦାବି କରିବା ଓ ରେଜଲ୍ଟ ବାହାରିବାରେ ବିଳମ୍ବ ଯୋଗୁ ଦେଶରେ ଅସ୍ଥିରତା ଦେଖା ଯିବାର ଆଶଙ୍କା ପ୍ରକାଶ ପାଇଛି।

ସେପଟେ ପାକିସ୍ତାନ ରାଜନୀତି ଓ ସରକାରକୁ ନିୟନ୍ତ୍ରଣ କରୁଥିବା ସେନାର ବୟାନ ସାମ୍ନାକୁ ଆସିଛି। ଆଇଏସ୍‌ପିଆର ପକ୍ଷରୁ ସେନା ମୁଖ୍ୟଙ୍କ ବୟାନ ଜାରି କରାଯାଇଛି। ଏଥିରେ ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନରୁ ଅରାଜକତା ଓ ତୁଷ୍ଟୀକରଣ ରାଜନୀତିରୁ ଉପରକୁ ଯିବାକୁ ପଡ଼ିବ।

ପାକିସ୍ତାନର ରାଜନୀତି ଉପରେ ସବୁବେଳେ ସେନାର ଦବଦବା ରହି ଆସିଛି। ୧୯୪୭ରେ ଭାରତ ଠାରୁ ଅଲଗା ହେବା ପରେ ପାକିସ୍ତାନକୁ ଅଧିକାଂଶ ସମୟ ଦେଶର ସେନା ମୁଖ୍ୟ ହିଁ ଚଳାଇ ଆସିଛନ୍ତି।

ଏବେ ସେନା ମୁଖ୍ୟ ଜେନେରାଲ ସୟିଦ ଅସୀମ ମୁନିର କହିଛନ୍ତି, “ଦେଶ ସ୍ଥିର ହାତରେ ରହିବା ଦରକାର। ଅରାଜକତା ଓ ତୁଷ୍ଟୀକରଣ ରାଜନୀତିରୁ ଉପରକୁ ଯିବା ପାଇଁ ଉପଯୁକ୍ତ ଉପଶମ ଆବଶ୍ୟ। କାରଣ ଅସ୍ଥିରତା ଓ ତୁଷ୍ଟୀକରଣ ରାଜନୀତି କେବେ ହେଲେ ୨୫୦ ମିଲିୟନ ଲୋକଙ୍କ ବିକାଶ ପାଇଁ ଠିକ ନୁହେଁ।

ନିର୍ବାଚନ ଓ ଗଣତନ୍ତ୍ର ପାକିସ୍ତାନର ଲୋକଙ୍କ ସେବା ପାଇଁ। ନିର୍ବାଚନର ଅର୍ଥ କେବଳ ହାରିବା କିମ୍ବା ଜିତିବା ନୁହେଁ। ଏହା ଲୋକଙ୍କ ଜନାଦେଶକୁ ଜାଣିବା ପାଇଁ ଗୋଟିଏ ବ୍ୟବସ୍ଥା। ରାଜନୀତିକ ଦଳର ନେତୃବୃନ୍ଦ ଓ ସେମାନଙ୍କ କର୍ମୀମାନେ ନିଜ ସ୍ୱାର୍ଥରୁ ଉପରକୁ ଉଠି ଲୋକଙ୍କ ସେବା ଓ ଉତ୍ତମ ନୀତି ପ୍ରଣୟନ କରନ୍ତୁ। ଗଣତନ୍ତ୍ରକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମ୍ଭବତଃ ଏହା ହିଁ ଉପଯୁକ୍ତ ମାଧ୍ୟମ।

ପାକିସ୍ତାନର ଲୋକମାନେ ମିଳିତ ଭାବେ ସେମାନଙ୍କ ବିଶ୍ୱାସ ପାକିସ୍ତାନର ସମ୍ବିଧାନ ଉପରେ ଦେଖାଇଛନ୍ତି। ଏବେ ସବୁ ରାଜନୀତିକ ଦଳ ସମାନ କାମ ରାଜୀତିକ ଶାଳୀନତା ଓ ଏକତା ସହ ପ୍ରଦାନ କରନ୍ତୁ।”

ପାକିସ୍ତାନର ରାଜନୀତି ଓ ରାଜନୀତିକ ଦଳଗୁଡ଼ିକ ସେନାର ସମର୍ଥନରେ ଉପରକୁ ଉଠନ୍ତି କିମ୍ବା ତଳକୁ ଖସନ୍ତୁ। ଏଥର ମଧ୍ୟ ସେନାର ବେଶ ଦବଦବା ରହିବ। ସେନା ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି।

Related story