Advertisment

ଇସ୍ରାଏଲ ଉପରକୁ ଏମ ୯୦ ରକେଟ ମାଡ଼ କଲା ହମାସ

ରକେଟ ମାଡ଼ ପରେ ହୋଇଥିବା ବିସ୍ଫୋରଣର ଶବ୍ଦ ତେଲ ଅଭିଭରେ ଶୁଣିବାକୁ ମିଳିଛି। ହେଲେ ଏଯାଏ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।

author-image
Hemant Lenka
Hamas

Hamas

ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଆଜି ହମାସର ଅଲ କସାମ ବ୍ରିଗେଡ ପକ୍ଷରୁ ଇସ୍ରାଏଲକୁ ଟାର୍ଗେଟ କରାଯାଇଛି। ତେଲ ଅଭିଭ ଓ ଏହାର ଉପକଣ୍ଠ ଅଞ୍ଚଳ ଉପରେ ହମାସ ପକ୍ଷରୁ ୨ଟି ଏମ ୯୦ ରକେଟ ମାଡ଼ କରାଯାଇଛି।

Advertisment

ଇସ୍ରାଏଲ ସେନା କହିଛି ଯେ “କିଛି ସମୟ ପୂର୍ବରୁ ଗାଜା ଷ୍ଟ୍ରିପରେ ଗୋଟିଏ ରକେଟକୁ ଠାବ କରାଯାଇଛି। ଏହା ଦେଶର କେନ୍ଦ୍ର ଭାଗରେ ଥିବା ମାରିଟାଇମ ସ୍ପେଶ ଭିତରେ ପଡ଼ିଛି। ଏହାକୁ ନେଇ କୌଣସି ପ୍ରକାରର ବିପଦ ନାହିଁ।

ଏହି ସମୟରେ ଆଉ ଏକ ରକେଟକୁ ମଧ୍ୟ ଠାବ କରାଯାଇଥିଲା। ଏହା ଇସ୍ରାଏଲ ଅତିକ୍ରମ କରିପାରି ନାହିଁ।” ରକେଟ ମାଡ଼ ପରେ ହୋଇଥିବା ବିସ୍ଫୋରଣର ଶବ୍ଦ ତେଲ ଅଭିଭରେ ଶୁଣିବାକୁ ମିଳିଛି। ହେଲେ ଏଯାଏ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।

Advertisment

ହମାସ ପୂର୍ବଭଳି ଗାଜାରେ ଅସ୍ତ୍ରବିରତି ଦାବି କରି ଚାଲିଛି। ଏହି ଦାବି ସମ୍ପର୍କରେ ଇସ୍ରାଏଲ ଓ ମଧ୍ୟସ୍ଥିଙ୍କ ସହ ଆଲୋଚନା ହୋଇଛି। ଏସବୁ ଭିତରେ ଇସ୍ରାଏଲ ପକ୍ଷରୁ ମଙ୍ଗଳବାର କେନ୍ଦ୍ରୀୟ ଓ ସର୍ଦ୍ଦନ ଗାଜାରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏଥିରେ ୧୯ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲର ଆକ୍ରମଣ ପରେ ହମାସ ମଧ୍ୟ ରକେଟ ମାଡ଼ କରିଛି।

ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବାରୁ ସ୍ଥିତି ଆଗକୁ ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।

Israel Hamas