ଇରାନର ଧମକ : ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ ନହେଲେ ଆଉ ଗୋଟେ ପଟୁ ଯୁଦ୍ଧ ହେବ

ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଧମକ ଦେଲା ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି...

ଇରାନ ବୈଦେଶିକ ମନ୍ତ୍ରୀ

  • Published: Friday, 13 October 2023
  • , Updated: 13 October 2023, 01:57 PM IST

ଘନଉଛି ଇସ୍ରାଏଲ-ହମାସ ଯୁଦ୍ଧ। ଏହି ଯୁଦ୍ଧରେ କିଛି ରାଷ୍ଟ୍ର ହମାସକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ରାଷ୍ଟ୍ର ଇସ୍ରାଏଲ ସପକ୍ଷରେ ଅଛନ୍ତି। ଏସବୁ ମଧ୍ୟରେ ଇସ୍ରାଏଲକୁ ଧମକ ଦେଇଛି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି, ଯଦି ଗାଜା ଉପରେ ଇସ୍ରାଏଲର ବୋମା ମାଡ଼ ବନ୍ଦ ନହୁଏ, ତେବେ ଅନ୍ୟ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇପାରେ। 

ଗୁରୁବାର ବିଳମ୍ବିତ ରାତିରେ ବେରୁଟରେ ପହଞ୍ଚିଥିଲେ ଅମିର ଅବ୍ଦୋଲାହିଆନ। ସେଠାରେ ଲେବାନନର ଅଧିକାରୀଙ୍କ ସହ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦର ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବାବଦେର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଇସ୍ରାଏଲର କ୍ରମାଗତ ଭାବେ ଆକ୍ରମଣ, ଯୁଦ୍ଧ ଅପରାଧ ଏବଂ ଗାଜାକୁ ଅବରୋଧ କରିବା ଅନ୍ୟ ପକ୍ଷରୁ ଯୁଦ୍ଧ ସମ୍ଭାବନାକୁ ଅଧିକ ଖୋରାଗ ଯୋଗାଉଛି।

ଗୁରୁବାର ଅମିର ଅବ୍ଦୋଲାହିଆନ ଇରାକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀଙ୍କ ସହ ସାକ୍ଷାତ କରିବା ପରେ ଏଭଳି ବିବୃତ୍ତି ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ହମାସର ଅତର୍କିତ ଆକ୍ରମଣ ଉପରେ ଇରାନର ହାତକୁ ନେଇ ଚର୍ଚ୍ଚା ହେଉଛି।

ଶନିବାର ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯେପରି ଭାବେ ଅତର୍କିତ ଆକ୍ରମଣ କରିଛି ଏଥିରେ ଇରାନର ଭୂମିକା ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ହମାସ ସଦସ୍ୟମାନେ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ୱ କୌଣସି ସରକାର ଏହି ଆକ୍ରମଣର ଆୟୋଜନ କରିଥିବା ନେଇ ସିଧାସଳଖ ପ୍ରମାଣ ମିଳିନାହିଁ। ତଥାପି କେତେକ ଦିଗକୁ ବିଚାରକୁ ନେଲେ ଇରାନ ହମାସମାନଙ୍କୁ ତାଲିମ, ଅର୍ଥ ଏବଂ ଅର୍ଥଶସ୍ତ୍ର ଯୋଗାଇ ଦେଇଥିବା କୁହାଯାଉଛି। 

Related story