Snake
ଅଜଗର ପେଟରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ। ତିନି ଦିନ ହେବ କୌଣସି ପତ୍ତା ମିଳୁନଥିଲା, ଶେଷରେ ଅଜଗର ପେଟରୁ ଶବ ମିଳିଛି। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଇଣ୍ଡୋନେସିଆରେ।
ସୂଚନା ଅନୁସାରେ, ୪୫ ବର୍ଷୀୟ ଫରିଦା ୩ ଦିନ ହେବ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ। ସେ କୌଣସି କାମରେ ଘରୁ ଯିବା ପରେ ଆଉ ଫେରିନଥିଲେ। ଫଳରେ ଫରିଦାଙ୍କ ସ୍ୱାମୀ ଓ ପଡ଼ୋଶୀ ମିଶି ଆଖ ପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ।
ଏହି ପରି ଦୁଇ ଦିନ ଖୋଜିବା ପରେ ତୃତୀୟ ଦିନ ପଡ଼ୋଶୀ ନିକଟରେ ଏକ ବିରାଟ ଅଜଗର ସାପକୁ ଦେଖିବାକୁ ପାଇଥିଲେ, ଯାହାର ପେଟ ଫୁଲି ବିରାଟକାୟ ହୋଇ ଯାଇଥିଲା। ଫଳରେ ସମସ୍ତଙ୍କ ସନ୍ଦେହ ଉପୁଜିଥିଲା। ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ଅଜଗର ପେଟ କଟାଯିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ରିପୋର୍ଟ ମୁତାବକ, ଅଜଗରର ଲମ୍ବ ୧୬ ଫୁଟ ହେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଇଣ୍ଡୋନେସିଆରେ ଏହିପରି ଘଟଣା ପୂର୍ବରୁ ଅନେକ ଥର ଘଟିଛି। ଗତ ବର୍ଷ ମଧ୍ୟ ଜଣେ ନିଖୋଜ ବ୍ୟକ୍ତିଙ୍କୁ ଅଜଗର ପେଟରୁ ଉଦ୍ଧାର କରାଯାଇଥିଲା। ସେପରି ୨୦୧୮ରେ ମଧ୍ୟ ସମାନ ଘଟଣା ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
