Advertisment

ସ୍ପେଶାଲ ସେଣ୍ଟ୍ରାଲ ଗାଜା ଅପରେସନ: ୪ ପଣବନ୍ଦୀଙ୍କୁ ଉଦ୍ଧାର କଲା ଇସ୍ରାଏଲ୍

ଉଦ୍ଧାର ହୋଇଥିବା ସମସ୍ତ ୪ ପଣବନ୍ଦୀ କହିଛନ୍ତି ସେମାନେ ଠିକଠାକ ରହିଛନ୍ତି ଓ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଶେବା ତେଲ-ହାଶୋମେର ମେଡିକାଲ କେନ୍ଦ୍ରକୁ ପଠାଯାଇଛି।

author-image
Hemant Lenka
Israel

Israel

ସେଣ୍ଟ୍ରାଲ ଗାଜାରେ ଅକ୍ଟୋବର ୭ରୁ ପଣବନ୍ଦୀ ହୋଇ ରହିଥିବା ୪ ଜଣଙ୍କୁ ଉଦ୍ଧାର କରିଛି ଇସ୍ରାଏଲ ସେନା। ଏମାନେ ପାଲେଷ୍ଟାଇନ ସଂଗଠନ ହମାସ କବଳରେ ରହିଥିଲେ। ଶନିବାର ଇସ୍ରାଏଲ ସେନା ସ୍ପେଶାଲ ସେଣ୍ଟ୍ରାଲ ଗାଜା ଅପରେସନ ଦ୍ୱାରା ଏମାନଙ୍କୁ ହମାସ କବଳରୁ ମୁକୁଳାଇଛି।

Advertisment

ଉଦ୍ଧାର ହୋଇଥିବା ପଣବନ୍ଦୀମାନେ ହେଲେ ୨୫ ବର୍ଷୀୟ ନୋଆ ଅରଗାମାନି, ୨୧ ବର୍ଷୀୟ ଅଲମୋଗ ମୈର ଜାନ, ୨୭ ବର୍ଷୀୟ ଆଣ୍ଡ୍ରେ କୋଜଲୋଭ ଓ ୪୦ ବର୍ଷୀୟ ଶଲୋମି ଜିଭ। ଏମାନଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ସୁପରନୋଭା ମ୍ୟୁଜିକ କାର୍ଯ୍ୟକ୍ରମରୁ ଅପହରଣ କରି ନେଇଥିଲେ। ସେବେଠାରୁ ସେମାନଙ୍କୁ ସେଣ୍ଟ୍ରାଲ ଗାଜାର ବନ୍ଦୀ କରି ରଖାଯାଇଥିଲା।

ଉଦ୍ଧାର ହୋଇଥିବା ସମସ୍ତ ୪ ପଣବନ୍ଦୀ କହିଛନ୍ତି ସେମାନେ ଠିକଠାକ ରହିଛନ୍ତି ଓ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଶେବା ତେଲ-ହାଶୋମେର ମେଡିକାଲ କେନ୍ଦ୍ରକୁ ପଠାଯାଇଛି।

Advertisment

ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୁହାଯାଇଛି ଯେ ନୋଆ ଅରଗାମାନି, ଅଲମୋଗ ମୈର ଜାନ, ଆଣ୍ଡ୍ରେ କୋଜଲୋଭ ଓ ଶଲୋମି ଜିଭଙ୍କୁ ସେନାର କମାଣ୍ଡୋମାନେ ସ୍ପେଶାଲ ଅପରେସନ ମାଧ୍ୟମରେ ଉଦ୍ଧାର କରିଛନ୍ତି। ଅପରେସନରେ ଆଇଡିଏଫ, ଆଇଏସ୍‌ ଓ ଇସ୍ରାଏଲ ପୁଲିସ୍‌ ସାମିଲ ରହିଥିଲା।

ନୁସେଇରାଟରର ଦୁଇଟି ଠିକଣାରୁ ଏକକାଳୀନ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ଇସ୍ରାଏଲ ସେନା ଏବେ ବି ପଣବନ୍ଦୀ ହୋଇ ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ଡିଫେନ୍ସ ଫୋର୍ସ କହିଛି।

ରିପୋର୍ଟ ଅନୁସାରେ, ଇସ୍ରାଏଲର କମାଣ୍ଡମାନେ ଗାଜାର ନୁସେଇରାଟରରେ ଥିବା ହମାସର ଦୁଇଟି ଠକଣାରେ ଏକକାଳୀନ ରେଡ କରିଥିଲେ। ଗୋଟିଏ ଠିକଣାରୁ କେବଳ ଅରଗାମାନିଙ୍କୁ ଉଦ୍ଧାର କରାଯାଇଥିଲା। ଦ୍ୱିତୀୟ ଠିକଣାରୁ ବାକି ୩ ଜଣ ଉଦ୍ଧାର ହୋଇଥିଲେ।

Israel Hamas