Advertisment

ରହସ୍ୟଜନକ ଭାବେ ‘ଜିହାଦୀ ଗୁରୁ’ର ମୃତ୍ୟୁ

ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା।

author-image
Hemant Lenka
Terrorist

Terrorist

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ତଥା ଜିହାଦୀ ଗୁରୁ ଭାବେ ପରିଚିତ ଅବଦୁଲ୍ଲା ଶାହୀନ ପ୍ରାଣ ହରାଇଛି। ପାକିସ୍ତାନର କସୌର ଠାରେ ବେଶ ରହସ୍ୟଜନକ ଭାବେ ଗୋଟିଏ ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି।

Advertisment

ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା। ତେବେ ଗାଡ଼ି କେଉଁମାନେ ଚଳାଉଥିଲେ ଓ କେଉଁ ଗାଡ଼ି ଧକ୍କା ଦେବାରୁ ତା’ର ମୃତ୍ୟୁ ହେଲା, ସେକଥା ଜଣାପଡ଼ିନି। ଏହାକୁ ମିଶାଇ ବିଗତ କିଛି ମାସ ହେଲାଣି ୨୦ରୁ ଅଧିକ ଚର୍ଚ୍ଚିତ ଆତଙ୍କବାଦୀ ପାକିସ୍ତାନରେ ରହସ୍ୟଜନକ ଭାବେ ପ୍ରାଣ ହରାରଇବା ସମସ୍ତଙ୍କୁ ଚକିତ କରିଛି।

ଅବଦୁଲ୍ଲା ଜିହାଦୀ ଗୁରୁ ଭାବେ ବେଶ ପରିଚିତ। ଲସ୍କରର ସେ ଜଣେ ସକ୍ରିୟ ସଦସ୍ୟ ରହିଥିଲା। ସେ ଏକାଧିକ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ଥିଲା। ସେ ଲସ୍କରରେ ଯୁବକମାନଙ୍କୁ ସାମିଲ କରୁଥିଲା। ସେମାନଙ୍କୁ ହିଂସାକାଣ୍ଡ ଘଟାଇବା ପାଇଁ ଉସକାଉଥିଲା।

Advertisment

ତେବେ କିଏ ଓ କାହିଁକି ଗାଡ଼ି ମଡ଼ାଇ ଅବଦୁଲ୍ଲାକୁ ହତ୍ୟା କଲା, ସେକଥା ଜଣାପଡ଼ିନି। ସେହିପରି ଏହା ଗୋଟିଏ ସୁକଳ୍ପିତ ହତ୍ୟାକାଣ୍ଡ ନା ଏହା ଏକ ଦୁର୍ଘଟଣା, ସେକଥା ବି ସ୍ପଷ୍ଟ ହୋଇନି।

କସୌର ଅଞ୍ଚଳର ଯୁବପିଢ଼ିକୁ ଅବଦୁଲ୍ଲା ଲସ୍କରରେ ସାମିଲ କରୁଥିଲା। ଉକ୍ତ ଅଞ୍ଚଳରେ ତା’ର ବେଶ ଦବଦବା ମଧ୍ୟ ରହିଥିଲା। ସମ୍ଭବତଃ ଲସ୍କରରେ ତା’ର ଦବଦବା ବଢ଼ୁଥିବାରୁ ସଂଗଠନର କୌଣସି ସଦସ୍ୟ ତାକୁ ହତ୍ୟା କରିଛି ବୋଲି ମଧ୍ୟ କୁହାଯାଉଛି।

ଏହାପୂର୍ବରୁ ଚଳିତ ମାସ ଆରମ୍ଭରେ ଲସ୍କର ଅନ୍ୟତମ ସଦସ୍ୟ ହବିବୁଲ୍ଲାକୁ କିଛି ଅଜଣା ବନ୍ଧୁକଧାରୀ ଖାୟବର ପାଖତୁନଖ୍ୱାରେ ଗୁଳି କରି ହତ୍ୟା କରିଥିଲେ। ସେହିପରି ହାଫିଜ ସୟିଦର ଘନିଷ୍ଠ ସହଯୋଗୀ ଅଦନାନ ଅହମଦକୁ ମଧ୍ୟ କରାଚିରେ ଗୁଳି କରି ହତ୍ୟା କରାଯାଇଥିଲା।

Pakistan Terrorist