Advertisment

ଫେବୃଆରୀରେ ପାକିସ୍ତାନ ଆସିବେ ନୱାଜ ଶରିଫ, ଋଣ ପ୍ରଦାନ ଉପରେ ରୋକ ଲଗାଇଲା ବିଶ୍ୱ ବ୍ୟାଙ୍କ

ନୱାଜଙ୍କ ଭାଇ ଶେହବାଜ ଶରିଫ ଏବେ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ସ୍ୱଦେଶ ଫେରୁଛନ୍ତି। ଏହାକୁ ନେଇ ପାକିସ୍ତାନ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି।

author-image
Hemant Lenka
Nawaz Sharif

Nawaz Sharif

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆସନ୍ତା ମାସରେ ଫରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ। ତାଙ୍କ ଭାଇ ଶେହବାଜ ଶରିଫ ଏବେ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ନୱାଜ ସ୍ୱଦେଶ ଫେରୁଛନ୍ତି। ଏହାକୁ ନେଇ ପାକିସ୍ତାନ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ତେବେ ଏସବୁ ଭିତରେ କାଙ୍ଗାଳ ସ୍ଥିତିକୁ ଚାଲି ଆସିଥିବା ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଝଟକା ଦେଇଛି। ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଦେବାକୁ ଥିବା ଋଣକୁ ବର୍ତ୍ତମାନ ଅଟକାଇ ଦେଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ମାସରେ ନୱାଜ ଶରିଫ ଲଣ୍ଡନରୁ ପାକିସ୍ତାନ ଫେରିବେ। ସେ ଦୀର୍ଘ ସାଢ଼େ ୩ ବର୍ଷ ହେଲା ପାକିସ୍ତାନରୁ ବାସନ୍ଦ ହୋଇ ବ୍ରିଟେନରେ ରହୁଛନ୍ତି। ସେହିପରି ନୱାଜଙ୍କ ଝିଅ ତଥା ପିଏମଏଲ-ଏନର ସାଂଗଠନିକ ମୁଖ୍ୟ ମାରୟାମ ନୱାଜ ମଧ୍ୟ ଦଳର କାର୍ଯ୍ୟକ୍ରମକୁ ବୁଝିବା ପାଇଁ ଲଣ୍ଡନରୁ ପାକିସ୍ତାନ ଆସିବେ।

ଆସନ୍ତା ୩ ମାସ ପରେ ପଞ୍ଜାବ ଓ ଖାୟବର ପାଖତୁନଖ୍ୱାରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନୱାଜ ଓ ମାରୟାମ ପ୍ରଚାର କରିବାକୁ ପାକିସ୍ତାନ ଆସୁଛନ୍ତି। ସେହିପରି ଚଳିତ ବର୍ଷ ଶେଷ ଭାଗରେ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ନୱାଜଙ୍କ ପ୍ରତ୍ୟାବର୍ତ୍ତନ ବେଶ ଗୁରୁତ୍ୱ ବହନ କରୁଛି।

Advertisment

ଅନ୍ୟପକ୍ଷରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପାକିସ୍ତାନକୁ ଦିଆଯିବାକୁ ଥିବା ୧.୧ ବିଲିୟନ ଡଲାରର ଋଣକୁ ବିଳମ୍ବିତ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ନ ହେବା ଯାଏ ବିଶ୍ୱବ୍ୟାଙ୍କ ଋଣ ଦେବାକୁ ମନା କରି ଦେଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ବନ୍ୟା ଯୋଗୁ ପାକିସ୍ତାନ ଆମଦାନୀ ହେଉଥିବା ଜିନିଷ ଉପରେ ଅତିରିକ୍ତ ଟିକସ ଲଗାଉଥିବାରୁ ଏହାକୁ ବିଶ୍ୱବ୍ୟାଙ୍କ ବିରୋଧ କରିଛି।

Pakistan Election