Advertisment

୬.୧ ତୀବ୍ରତା ଭୂକମ୍ପରେ ‌ଥରିଲା ନ୍ୟୁଜିଲାଣ୍ଡ

ୱେଲିଙ୍ଗଟନରୁ  ୭୮କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଛି।

author-image
Tapas Behera
undefined

earthquake

ବୁଧବାର ନ୍ୟୁଜିଲାଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ ୱେଲିଙ୍ଗଟନରୁ  ୭୮କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଛି। ୪୮ କିଲୋମିଟର (୩୦ ମାଇଲ) ଗଭୀରରେ ଏହି କମ୍ପନ ଅନୁଭୂତ ହୋଇଛି ବୋଲି ସୂଚନା ମିଳିଛି।  ପାରାପାରାମୁ ସହରଠାରୁ ୫୦କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଆକଳନ କରାଯାଇଛି। ଏହି ଭୂକମ୍ପ ଯୋଗୁ କୌଣସି ମୃତାହତର ସୂଚନା ମିଳିନାହିଁ।  ଅତି ବିପଜନ୍ନକ ‘ରିଙ୍ଗ ଅଫ୍ ଫାୟାର” ଉପରେ ଅବସ୍ଥିତ ନ୍ୟୁଜିଲାଣ୍ଡର  ୪୦,୦୦୦ କିମି ଆଗ୍ନେୟଗିରି ବଳୟରେ ରହିଛି। ଏହା ପ୍ରଶାନ୍ତ ମହାସାଗରର ବହୁ ଅଂଶକୁ ବ୍ୟାପିଛି ।

Advertisment

ସିରିଆ ଏବଂ ତୁର୍କୀର ଭୂକମ୍ପର ୧୦ ଦିନ ପରେ ନ୍ୟୁଜିଲାଣ୍ଡରେ ଭୂକମ୍ପ ସଙ୍ଗଠିତ ହୋଇଛି। ଭୂକମ୍ପ ଯୋଗୁଁ ତୁର୍କୀରେ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୪୧,୦୦୦ ଅତିକ୍ରମ କରିଛି। ଗତ ୬ ତାରିଖ ଦିନ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ହୋଇଛି । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ରବିବାର ପୁଣି ସିରିଆରେ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା।

Advertisment
Earthquake