Advertisment

ପାକିସ୍ତାନ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି: ଦେଶରେ ଧାର୍ମିକ ସଂଖ୍ୟାଲଘୁ ସୁରକ୍ଷିତ ନୁହନ୍ତି

ପାକିସ୍ତାନ ସଂସଦରେ ସେ ନିଜ ଦେଶର ଅସଲ ଚେହେରା ବିଶ୍ୱ ଆଗରେ ଖୋଲି ଦେଇଛନ୍ତି।

author-image
Hemant Lenka
Pakistani

Pakistani

ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଆଦୌ ସୁରକ୍ଷିତ ନୁହନ୍ତି। ଧର୍ମ ନାଁରେ ସେମାନଙ୍କୁ ଟାର୍ଗେଟ କରାଯାଉଛି ଓ ଦେଶ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏମିତି କିଛି ଆଜି ସ୍ୱୀକାର କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ।

Advertisment

ପାକିସ୍ତାନ ସଂସଦରେ ସେ ନିଜ ଦେଶର ଅସଲ ଚେହେରା ବିଶ୍ୱ ଆଗରେ ଖୋଲି ଦେଇଛନ୍ତି। ସେ କହିଛନ୍ତି, “ସଂଖ୍ୟାଲଘୁ ମାନଙ୍କୁ ଏଠାରେ ଦୈନିକ ହତ୍ୟା କରାଯାଉଛି। କୌଣସି ଧାର୍ମିକ ସଂଖ୍ୟାଲଘୁ ପାକିସ୍ତାନରେ ସୁରକ୍ଷିତ ନୁହନ୍ତି। ଏପରି କି ମୁସଲିମ ସଂପ୍ରଦାୟର ଛୋଟିଆ ବର୍ଗ ମଧ୍ୟ ଏଠାରେ ଅସୁରକ୍ଷିତ।”

ଅପବିତ୍ରକରଣ ନାଁରେ ହୋଇଥିବା ମବ ଲିଚିଂ ଘଟଣାକୁ କେନ୍ଦ୍ର କରି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଗୋଟିଏ ସଂକଳ୍ପ ଗୃହରେ ଉପସ୍ଥାପନ କରିଥିଲେ। ଏପରି ଆକ୍ରମଣକୁ ଚିନ୍ତା ଓ ଲଜ୍ଜାର ବିଷୟ ବୋଲି ଅବିହିତ କରି ଆସିଫ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସଂକଳ୍ପ ଆଣିବା ସପକ୍ଷରେ ମତ ରଖିଛନ୍ତି। ଅନେକ ପୀଡ଼ିତଙ୍କ ସମ୍ପର୍କ ଅପବିତ୍ରକରଣ ସହ ନଥିବା ବେଳେ ବ୍ୟକ୍ତିଗତ ଆକ୍ରୋଶ ପାଇଁ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି।

Advertisment

ଆସିଫ କହିଛନ୍ତି, “ଆମେ ଆମର ସଂଖ୍ୟାଲଘୁ ଭାଇ ଓ ଭଉଣୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ପଡ଼ିବ। ସଂଖ୍ୟାଗରିଷ୍ଠଙ୍କ ଭଳି ସେମାନଙ୍କର ମଧ୍ୟ ଏଠାରେ ରହିବାର ଅଧିକାର ରହିଛି। ପାକିସ୍ତାନ ସମସ୍ତ ପାକିସ୍ତାନୀଙ୍କର।

ସେମାନେ ମୁସଲିମ, ଖ୍ରୀଷ୍ଟିୟାନ, ଶିଖ କିମ୍ବା ଯେକୌଣସି ଧାର୍ମିକ ବିଶ୍ୱାସର ହୁଅନ୍ତୁ ପଛେ, ଏଠାରେ ରହିବାର ଅଧିକାର ସେମାନଙ୍କର ରହିଛି। ଆମ ସମ୍ବିଧାନ ସଂଖ୍ୟାଲଘୁମାନଙ୍କର ପୂର୍ଣ୍ଣ ସୁରକ୍ଷା ପାଇଁ ଗ୍ୟାରେଣ୍ଟୀ ଦେଇଛି।”

ତେବେ ପିଟିଆଇର ଜୋରଦାର ବିରୋଧ ଯୋଗୁ ସରକାର ଏ ସଂକ୍ରାନ୍ତ ସଂକଳ୍ପକୁ ଗୃହରେ ଉପସ୍ଥାପନ କରିବାରେ ସକ୍ଷମ ହୋଇନାହାନ୍ତି।

Pakistan Minorities Right