ସରିଛି ୨୦୨୪। ଆରମ୍ଭ ହୋଇ ସାରିଲାଣି ୨୦୨୫। କିନ୍ତୁ ୨୦୨୪ରେ ଇରାନରେ ୯୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି। ଏପରି କି ଡିସେମ୍ବର ମାସର ଗୋଟିଏ ସପ୍ତାହରେ ରେକର୍ଡ ୪୦ ଜଣଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ। ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ଭୋଲକର ଟୁର୍କ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବର୍ଷକୁ ବର୍ଷ ଇରାନରେ ଅଧିକରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ଆମକୁ ଦେଖିବାକୁ ପଡ଼ୁଛି। ଏହା ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ୨୦୨୪ରେ ଇରାନରେ ୯୦୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଅଯାଇଛି। ଏହା ଉପରେ ଇରାନ ରୋକ ଲଗାଇବା ଦରକାର।
Also Read
ଇରାନରେ ହତ୍ୟା, ନିଶା ଦ୍ରବ୍ୟ ଚାଲାଣ, ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଚାଇନା ବ୍ୟତୀତ ଇରାନରେ ପ୍ରତିବର୍ଷ ମୃତ୍ୟୁ ଦଣ୍ଡ ପାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଚାଇନାରେ ମଧ୍ୟ ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳୁଛି। କିନ୍ତୁ ଏହାର ତଥ୍ୟ ଚାଇନା ସାର୍ବଜନୀନ କରୁନାହିଁ। ଆଶଙ୍କା କରାଯାଉଛି ଯେ ଇରାନ ତୁଳନାରେ ଚାଇନାରେ ଅଧିକ ଲୋକ ସର୍ବୋଚ୍ଚ ଦଣ୍ଡରେ ଦଣ୍ଡିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

International
ଆମେରିକାନ ଡ୍ରିମ୍ କ’ଣ? କାହିଁକି ଜୀବନକୁ ବାଜି ଲଗାଇ ସମସ୍ତେ ଆମେରିକା ଯାଉଛନ୍ତି?
ଟ୍ରମ୍ପ ପ୍ରଶାସନ ନିକଟରେ ଭାରତର ୧୦୪ ଜଣ ବେଆଇନ ପ୍ରବାସୀଙ୍କୁ ଅମୃତସର ପଠାଇ ଦେଇଛନ୍ତି।

Guest Column
ଏହା ବନ୍ଧୁ ରାଷ୍ଟ୍ରର ବ୍ୟବହାର ନୁହେଁ
ଭାରତର ଯେଉଁ ଅନୁପ୍ରବେଶକାରୀମାନଙ୍କୁ ଆମେରିକା ଭାରତକୁ ପଠାଇଲା ସେମାନଙ୍କ ସଂଖ୍ୟା ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୦୪ ଜଣ। କିନ୍ତୁ ପ୍ରଥମ ଥର ପାଇଁ ଏହି ଅନୁପ୍ରବେଶକାରୀମାନଙ୍କୁ ଆମେରିକାର ସାମରିକ ବିମାନରେ ସେମାନଙ୍କ ହାତରେ ଓ ଗୋଡ଼ରେ ଜଞ୍ଜିର ଦେଇ ଭାରତକୁ ଯେପରି ପଠାଇ ଦିଆଗଲା ତାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

International
ଆମେରିକାରୁ କେଉଁମାନେ ବିଦା ହେଉଛନ୍ତି ଓ କେଉଁମାନେ ହେଉନାହାନ୍ତି? ପୂରା ତଥ୍ୟ ଉପରେ ନଜର ପକାନ୍ତୁ
ଆମେରିକାରେ ରହି ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖରାପ ଦିନ ଆସୁଛି। ସେମାନେ ଚେନରେ ବନ୍ଧା ହୋଇ ବିମାନରେ ନିଜ ନିଜ ଦେଶକୁ ଫେରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

International
ଭାରତୀୟଙ୍କୁ ବିଦା କରୁଛି ଆମେରିକା, ଖର୍ଚ୍ଚ ହେଉଛି କେତେ ଟଙ୍କା?
ପ୍ରବାସୀ ଭାରତୀୟମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ ୧୭ରୁ ୧୮ଟି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥିଲା। ଯଦି କାହାର ଗୋଡ଼ ସେଠାରେ ଖସିବ, ତା’ହେଲେ ବଞ୍ଚିବାର କୌଣସି ଆଶା ନଥିଲା।

International
ଭାରତର ରକ୍ତ ଝରାଉଛି ହାଫିଜର ଲସ୍କର, କିନ୍ତୁ ଟଙ୍କା ଯୋଗାଇ ଚାଲିଛି ଆମେରିକା!
ଏହି ଫାଉଣ୍ଡେସନର ଲିଙ୍କ ଲସ୍କର-ଇ-ତାଏବା ସହ ରହିଛି। ଏସବୁ ସଂସ୍ଥାର ମୁଖିଆ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ।