Advertisment

ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ୧୭ ଶ୍ରଦ୍ଧାଳୁ ମୃତ

୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ହୋଇଛନ୍ତି।

author-image
Madhupriya Mistry
Bus Accident

Bus Accident

ଭୟଙ୍କର ଦୁର୍ଘଟଣା। ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୧୭ ଶ୍ରଦ୍ଧାଳୁ। ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭାରତୀ ପଡୋଶୀ ଦେଶ ପାକିସ୍ତାନରେ ଇଦ୍‌ ଅବସରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ପାକିସ୍ତାନର ସିନ୍ଧ ଓ ବଲୁଚିସ୍ତାନ ଅଞ୍ଚଳର ସୀମାବର୍ତ୍ତୀ ସହର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ଅନୁଯାୟୀ, ତୀର୍ଥଯାତ୍ରୀମାନେ ବାଲୁଚିସ୍ତାନର ଖୁଜଦାର ଜିଲ୍ଲାର ସୁଦୂର ମୁସଲିମ ସୁଫି ଶ୍ରୀ ଶାହ ନୁରାନୀଙ୍କ ଦର୍‌ଘାକୁ ଯାଉଥିବାବେଳେ ହବ ସହରର ନିକଟରେ ତାଙ୍କ ବସ୍‌ ଖାଇକୁ ଖସିପଡିଥିଲା। କରାଚି ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା।

ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ମଧ୍ୟ ପୁଲିସକୁ ସହାୟତା କରିଛନ୍ତି। ସେପଟେ ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନାକଭି ଏହି ଦୁର୍ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି। ନିୟନ୍ତ୍ରଣ ହରାଇ ବସ୍‌ଟି ଖାଇକୁ ଖସିପଡିଥିବା ସେ କହିଛନ୍ତି। ସମସ୍ତ ଯାତ୍ରୀ ସିନ୍ଧ ଅଞ୍ଚଳର ଥାଟ୍ଟା ସହରର ବାସିନ୍ଦା ଥିବା ସୂଚନା ମିଳିଛି।

Advertisment

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ମୃତକ ଓ ଆହତଙ୍କୁ କରାଚିର ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହ ଗୁଡିକୁ ଚିହ୍ନଟ କରାଯାଇଛି। ଏଥିରେ ଗୋଟିଏ ପରିବାରର ହିଁ ଅନେକ ଲୋକେ ସାମିଲ ଥିବା ଜଣାପଡିଛି।

Pakistan Accident