Advertisment

ଟ୍ରେନ ଅପହରଣ କଲେ ଆତଙ୍କବାଦୀ: ଶତାଧିକ ପଣବନ୍ଦୀ, ୬ ସେନା ଅଧିକାରୀଙ୍କୁ ମାରିଲେ

ଆତଙ୍କବାଦୀମାନେ ବନ୍ଧୁକମୁନରେ ଟ୍ରେନକୁ ଅପହରଣ କରି ଶତାଧିକ ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଏମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ପାକିସ୍ତାନ ସେନା ଅଧିକାରୀ ଓ କର୍ମଚାରୀ ରହିଛନ୍ତି।

ଅଦ୍ୟତନ ହୋଇଛି
Train

Train

Advertisment

ପାକିସ୍ତାନରେ ହୋଇଛି ବଡ଼ଧରଣର ଆତଙ୍କବାଦୀ ହମଲା। ବେଲୁଚିସ୍ତାନ ଲିବେରେସନ ଆର୍ମି ପକ୍ଷରୁ ଜାଫର ଏକ୍ସପ୍ରେସକୁ ଅପହରଣ କରାଯାଇଛି। ଆତଙ୍କବାଦୀମାନେ ବନ୍ଧୁକମୁନରେ ଟ୍ରେନକୁ ଅପହରଣ କରି ଶତାଧିକ ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଏମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ପାକିସ୍ତାନ ସେନା ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ସେହିପରି ଅପହରଣ ପରେ ସେମାନେ ୬ ଜଣ ସେନା କର୍ମଚାରୀଙ୍କୁ ହତ୍ୟା କରିସାରିଲେଣି।

Advertisment

ପାକିସ୍ତାନ ସରକାରଙ୍କୁ ବିଏଲଏ ପକ୍ଷରୁ ନରସଂହାରର ଧମକ ଦିଆଯିବା ସହ ସ୍ୱତନ୍ତ୍ର ବେଲୁଚିସ୍ତାନ ଗଠନ ପ୍ରକ୍ରିୟା ଉପରେ ମୋହର ମାରିବାକୁ ଦାବି କରିଛନ୍ତି। ସ୍ଥିତି ଅତ୍ୟନ୍ତ ଭୟଙ୍କର ଥିବା ବେଳେ ବେଲୁଚିସ୍ତାନ ସରକାର ଏମର୍ଜେନ୍ସି ଜାରି କରିଛନ୍ତି। ଅପହରଣ ଯୋଗୁ ଟ୍ରେନଟି ରେଳ ଧାରଣା ଉପରେ ରହିଛି। ସେଠାରେ ସୁରକ୍ଷାକର୍ମୀମାନେ ପହଞ୍ଚିଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବିଏଲଏର ଆତଙ୍କବାଦୀମାନେ ଜାଫର ଏକ୍ସପ୍ରେସକୁ ଅପହରଣ କରି ଯାତ୍ରୀମାନଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଟ୍ରେନଟି ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟ୍ଟାରୁ ଖାୟବର ପାଖତୁନଖ୍ୱାର ପେଶାୱରକୁ ଯାଉଥିଲା।  ଏହାର ୯ଟି ବଗିରେ ମୋଟ ୪୦୦ ଜଣ ଯାତ୍ରୀ ଥିଲେ। ମୋଟ ୩୦ ଘଣ୍ଟାର ଯାତ୍ରା ସକାଳ ୯ଟାରୁ ଆରମ୍ଭ ହୋଇଥିଲା। କିନ୍ତୁ ଦିନ ପ୍ରାୟ ୨ଟା ବେଳେ ବିଏଲଏର ସଦସ୍ୟମାନେ ବେଲାନ ଜିଲ୍ଲା ମୁଶକାଫ ଦେଇ ଯାଇଥିବା ରେଳ ଧାରଣାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଫଳରେ ଟ୍ରେନଟି ବାଧ୍ୟ ହୋଇ ସେଠାରେ ଅଟକିଥିଲା। ଏହାପରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ଟ୍ରେନରେ ଚଢ଼ି ଯାତ୍ରୀମାନଙ୍କୁ ପଣବନ୍ଦୀ କରିଛନ୍ତି। 

Advertisment

ଏନେଇ ବିଏଲଏ ପକ୍ଷରୁ ଗୋଟିଏ ବିବୃତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ସେମାନେ କହିଛନ୍ତି ଯେ ପଣବନ୍ଦୀ ହୋଇ ରହିଥିବା ଲୋକଙ୍କ ମଧ୍ୟରେ ପାକିସ୍ତାନ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟ ରହିଛନ୍ତି। ପାକିସ୍ତାନ ସେନା ବ୍ୟତୀତ, ପୁଲିସ୍‌, ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏଏଫ), ଆଇଏସଆଇ ସଦସ୍ୟଙ୍କୁ ସେମାନେ ପଣବନ୍ଦୀ କରିଛନ୍ତି। ଏମାନେ ସମସ୍ତେ ଛୁଟି କାଟିବାକୁ ପଞ୍ଜାବ ଯାଉଥିବା ସେମାନଙ୍କୁ ପଣବନ୍ଦୀ କରାଯାଇଛି।

ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ଟ୍ରେନରେ ଥିବା ମହିଳା, ଛୋଟ ପିଲା ଓ ବେଲୁଚି ଯାତ୍ରୀଙ୍କୁ ମୁକ୍ତ କରି ଦେଇଛନ୍ତି। ଟ୍ରେନରେ କେବଳ ପାକିସ୍ତାନର ବିଭିନ୍ନ ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ସଦସ୍ୟ ରହିଛନ୍ତି। ଯଦି ସରକାରଙ୍କ ପକ୍ଷରୁ କୌଣସି ଅପରେସନ ଆରମ୍ଭ କରାଯିବ, ତା’ହେଲେ ଏହାର ଦୃଢ଼ ଜବାବ ଦିଆଯିବ। ଏଯାଏ ୬ ଜଣ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଛି ଓ ଶତାଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି ବୋଲି ବିଏଲଏ କହିଛି। 

ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଛାଡ଼ି ଦେଇଥିବା କହୁଥିଲେ ହେଁ ଏବେ ବି ଜାଫର ଏକ୍ସପ୍ରେସରେ ୪୦୦ରୁ ଅଧିକ ଲୋକ ପଣବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି। ତେବେ ବେଲୁଚି ସରକାର କିମ୍ବା ରେଳବାଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଅପହରଣ ଓ ପଣବନ୍ଦୀ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଆତଙ୍କବାଦୀମାନଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି। 

Pakistan Train Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe