ସ୍ଲୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ ହୋଇଛି ଗୁଳିମାଡ଼। ତାଙ୍କ ଶରୀରରେ ବାଜିଛି ଏକାଧିକ ଗୁଳି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ଲୋବାକିଆର ରାଜଧାନୀ ବ୍ରାଟିସ୍ଲାବାରୁ ପ୍ରାୟ ୧୫୦ କିଲୋମିଟର ଦୂର ହ୍ୟାଣ୍ଡଲୋବା ସହରରେ ଏହି ଘଟଣା ଘଟିଛି। ସେଠାରେ କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ହାଉସ୍ ଅଫ୍ କଲ୍ଚର ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସୋଶାଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।
Also Read
ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ପୁଲିସ ନିଜ କବଜାକୁ ନେଇଛି। ସେ ଜଣେ ଋଷ ସମର୍ଥକ ବୋଲି ଜଣାପଡ଼ିଛି। ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୂଚନା ଅନୁଯାୟୀ ସେମାନେ ଏକାଧିକ ରାଉଣ୍ଡ ଗୁଳି ଫୁଟିଥିବା ଶୁଣିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସମସ୍ତେ ସମାଲୋଚନା କରିଛନ୍ତି। ସ୍ଲୋବାକିଆ ରାଷ୍ଟ୍ରପତି ଜୁଜାନା ସାପୁତୋବା କହିଛନ୍ତି ଯେ ସେ ଏଭଳି ନୃଶଂସ ଆକ୍ରମଣରେ ସ୍ତବ୍ଧ ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

International
ଅଭିବୃଦ୍ଧି ନୁହେଁ ବନ୍ଧୁକ? ପ୍ରତିରକ୍ଷା ବଜେଟ ୨୦% ବଢ଼ାଇଲା କାଙ୍ଗାଳ ପାକିସ୍ତାନ
ଏକ ପ୍ରକାରର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନ କିନ୍ତୁ ଅଭିବୃଦ୍ଧିକୁ ଆଦୌ ଗୁରୁତ୍ୱ ଦେଉ ନାହିଁ। ବିକାଶ ଅପେକ୍ଷା ନିଜର ସାମାରିକ ଖର୍ଚ୍ଚକୁ ପାକିସ୍ତାନ ପ୍ରାଧ୍ୟାନ୍ୟ ଦେଉଛି।

International
ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଚାଲିଲା ଗୁଳି: ୩୬ ମୃତ, ୨୦୦ରୁ ଅଧିକ ଆହତ
ଲୋକମାନେ ଭୋକରେ ଆଉଟ ପାଉଟ ହେଉଥିବା ବେଳେ ସୀମିତ ସଂଖ୍ୟାରେ ସହାୟତା ଟ୍ରକ ଇସ୍ରାଏଲ ପକ୍ଷରୁ ଗାଜାକୁ ଛଡ଼ା ଯାଉଛି।

International
ସ୍କୁଲରେ ଆଖି ବୁଜା ଗୁଳିମାଡ଼, ଚାଲିଗଲା ୧୧ ଜୀବନ
ଗୁଳି ମାଡ଼ କରିଥିବା ସନ୍ଦିଗ୍ଧ ଜଣଙ୍କ ସେହି ସ୍କୁଲର ଛାତ୍ର। ସେ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛି। ତା’ର ମୃତଦେହକୁ ସ୍କୁଲ ୱାଶରୁମରୁ ଜବତ କରାଯାଇଛି।

International
ଜୁନ ୧୧ରେ ଜେଲରୁ ମୁକୁଳିବେ କି ଇମ୍ରାନ ଖାନ?
ଜୁନ ୧୧ରେ ଇମ୍ରାନ ଖାନଙ୍କୁ ଜାମିନ ମିଳିବାକୁ ଯାଉଥିବା ପିଟିଆଇର ମୁଖ୍ୟ ଗୋହର ଅଲୀ ଖାନ ଦାବି କରିଛନ୍ତି।

International
ରାଷ୍ଟ୍ରପତି ଆଶାୟୀଙ୍କୁ ଗୁଳିମାଡ଼, ଅବସ୍ଥା ସଂକଟାପନ୍ନ
ଏହି ଗୁଳିମାଡ଼ ଘଟଣାରେ ସିନେଟର ମିଗୁଏଲ ଉରୀବ ତୁର୍ବେଙ୍କୁ ମିଶାଇ ମୋଟ ୪ ଜଣ ଆହତ ହୋଇଛନ୍ତି।