Advertisment

ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ଗୀତା ଧରି ଶପଥ ନେଲେ ସାଂସଦ

କନଜରଭେଟିଭ୍ ପାର୍ଟିର ଦୁଇ ସାଂସଦ ଭାରତୀୟ ବଂଶୋଦ୍ଭବ ୨୯ ବର୍ଷୀୟା ଶିବାନୀ ରାଜା ଓ ବବ୍ ବ୍ଲାକମ୍ୟାନ ଶପଥ ନେବା ବେଳେ ଭାଗବତ ଗୀତା ଧରି ଶପଥ ନେଇଛନ୍ତି।

author-image
Biswajit Samal
British Parliament

British Parliament

ଭାରତରେ ନୁହେଁ ବିଦେଶରେ ବି ରହିଛି ଭାରତର ସର୍ବପୁରାତନ ମହାନ ଗ୍ରନ୍ଥ ଭାଗବତ ଗୀତାର ଖ୍ୟାତି। ଏମିତି ଦେଖିବାକୁ ମିଳିଛି ବ୍ରିଟିଶ ପାର୍ଲ୍ୟାମେଣ୍ଟରେ। ଏଠାକାର କନଜରଭେଟିଭ୍ ପାର୍ଟିର ଦୁଇ ସାଂସଦ ଭାରତୀୟ ବଂଶୋଦ୍ଭବ ୨୯ ବର୍ଷୀୟା ଶିବାନୀ ରାଜା ଓ ବବ୍ ବ୍ଲାକମ୍ୟାନ ଶପଥ ନେବା ବେଳେ ଭାଗବତ ଗୀତା ଧରି ଶପଥ ନେଇଛନ୍ତି।

Advertisment

ଯଦିବା ଏଠାରେ ଲେବର ପାର୍ଟି କନରଭେଟିଭ ପାର୍ଟିକୁ ମାତ ଦେଇ କ୍ଷମତା ହାସଲ କରିଛି। ତଥାପି କନଭରଭେଟିଭ ପାର୍ଟିର ସାଂସଦ ଭାଗବତ ଗୀତା ଧରି ଶପଥ ପାଠ କରିବା ଦର୍ଶାଉଛି ଯେ ବିଦଶରେ ବି ରହିଛି ସନାତନ ଧର୍ମ ପ୍ରତି ଆସ୍ଥା। ଏହି ନିର୍ବାଚନରେ ୨୯ ବର୍ଷିାଆ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ପ୍ରଥମଥର ଲାଗି ଲିଷ୍ଟେସାୟର ପୂର୍ବ ଆସନରୁ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି।

ସେହପରି ବବ ବ୍ଲାକମ୍ୟାନ ବି ବିଜୟୀ ହୋଇ କନଜରଭେଟିଭ ପାର୍ଟିର ସମ୍ମାନ ରକ୍ଷା କରିଛନ୍ତି। ନିର୍ବାଚନରେ ଲେବର ପାର୍ଟି ୫୩୨ ସିଟରୁ ୪୧୧ ଜିତି ଶାସନ ହାତେଇଥିବା ବେଳେ କ୍ଷମତାରେ ଥିବା କନଜରଭେଟିଭ ପାର୍ଟି ମାତ୍ର ୧୨୧ ସିଟ୍ ଜିତିବାରେ ସକ୍ଷମ ହୋଇଛି।

Advertisment
Bhagavad Gita