Advertisment

ମଣିପୁର ଓ ଜମ୍ମୁ-କଶ୍ମୀର ନ ଯିବାକୁ ନିଜ ଦେଶର ଲୋକଙ୍କୁ କହିଲା ଆମେରିକା

ଭାରତ ପାଇଁ ସଂଶୋଧିକ ଆଡଭାଇଜରୀରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନର୍ଦ୍ଦନ ରାଜ୍ୟଗୁଡ଼ିକ ସମ୍ପର୍କରେ ସୂଚନା ପାଇବା ପରେ ଏପରି ନୂଆ ପରାମର୍ଶ ଦିଆଯାଇଛି।

author-image
Hemant Lenka
Jammu and Kashmir

Jammu and Kashmir

ଭାରତ ବୁଲିବାକୁ ଆସୁଥିବା ଆମେରିକୀୟମାନଙ୍କ ପାଇଁ ୱାଶିଂଟନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭାରତ ଗସ୍ତରେ ଆସୁଥିବା ଆମେରିକୀୟମାନେ ମଣିପୁର, ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ଓ କେନ୍ଦ୍ରୀୟ ଏବଂ ପୂର୍ବପ୍ରାନ୍ତକୁ ଯାଆନ୍ତୁ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Advertisment

ଭାରତ ପାଇଁ ସଂଶୋଧିକ ଆଡଭାଇଜରୀରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନର୍ଦ୍ଦନ ରାଜ୍ୟଗୁଡ଼ିକ ସମ୍ପର୍କରେ ସୂଚନା ପାଇବା ପରେ ଏପରି ନୂଆ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତରେ ଏବେ ଅପରାଧ ଓ ଆତଙ୍କବାଦ ବଢ଼ୁଛି। ତେଣୁ ଅତିରିକ୍ତ ସତର୍କତା ଅବଲମ୍ବନ କରନ୍ତୁ। କିଛି ଅଞ୍ଚଳରେ ବିପଦ ଅତ୍ୟଧିକ ମାତ୍ରରେ ବଢ଼ିଛି।

ଭାରତକୁ ଲେଭଲ ୨ ବର୍ଗରେ ରଖାଯାଇଛି। କିନ୍ତୁ ଭାରତର ଏକାଧିକ ସ୍ଥାନକୁ ଲେଭଲ ୪ରେ ସ୍ଥାନ ମିଳିଛି। ସେଗୁଡ଼ିକ ହେଲା- ଜମ୍ମୁ-କଶ୍ମୀର, ଭାରତ-ପାକ ସୀମା, ମଣିପୁର ଓ କେନ୍ଦ୍ରୀୟ ଓ ପୂର୍ବ ଭାରତ। ଲଦାଖ ଓ ଏହାର ରାଜଧାନୀ ଲେହ ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରକୁ ଗସ୍ତ କରନ୍ତୁ ନାହିଁ।

Advertisment

ସେଠାରେ ଆତଙ୍କବାଦ ଓ ସାମାଜିକ ଅସ୍ଥିରତା ବଢ଼ିଛି। ସମ୍ଭାବ୍ୟ ଲଢ଼େଇ ପାଇଁ ଭାରତ-ପାକିସ୍ତାନର ୧୦ କିମି ପରିଧି ଠାରୁ ଦୂରେଇ ରୁହନ୍ତୁ। କେନ୍ଦ୍ରୀୟ ଓ ପୂର୍ବ ଭାରତରେ ନକ୍ସଲ କାର୍ଯ୍ୟକ୍ରମ ବଢ଼ିଛି। ତେଣୁ ସେଠାକୁ ଯାଆନ୍ତୁ ନାହିଁ। 

ମଣିପୁରରେ ହିଂସା ଓ ଅପରାଧ ଚାଲିଥିବାରୁ ସେଠାକୁ ମଧ୍ୟ କେହି ଯାଆନ୍ତୁ ନାହିଁ। ନର୍ଦ୍ଦନ ରାଜ୍ୟଗୁଡ଼ିକରେ ମଧ୍ୟ ଆତଙ୍କବାଦ ଓ ହିଂସା ବଢ଼ୁଛି, ତେଣୁ ସେଠାକୁ ଯିବା ପାଇଁ କରିଥିବା ଯୋଜନାଗୁଡ଼ିକ ସମ୍ପର୍କରେ ଆମେରିକୀୟମାନେ ପୁନଃ ବିଚାର କରନ୍ତୁ।

ଭାରତୀୟ ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ଭାରତରେ ଏବେ ଦୁଷ୍କର୍ମ ଜନିତ ଅପରାଧ ଦୃତ ଗତିରେ ବଢ଼ିଛି। ହିଂସାତ୍ମକ ଅପରାଧ ବିଶେଷ କରି ଯୌନ ନିର୍ଯାତନା ପର୍ଯ୍ୟଟନ ସ୍ଥଳ ଓ ଅନ୍ୟ ସ୍ଥାନଗୁଡ଼ିକରେ ଘଟୁଛି।

ଆତଙ୍କବାଦୀମାନେ କୌଣସି ୱାର୍ଣ୍ଣିଂ ନ ଦେଇ ଆକ୍ରମଣ କରିପାରନ୍ତି। ସେମାନେ ପର୍ଯ୍ୟଟନ ସ୍ଥାନ, ପରିବହନ ହବ୍ସ, ମାର୍କେଟ, ଶପିଂ ମଲ ଓ ସରକାରୀ ପ୍ରତିଷ୍ଠାନ ଗୁଡ଼ିକ ଉପରେ ହମଲା କରୁଛନ୍ତି ବୋଲି ଆଡଭାଇଜରୀରେ କୁହାଯାଇଛି।

USA Jammu Kashmir Manipur