ଓଡ଼ିଶାର କୋଣାର୍କ ଚକ୍ରକୁ କାହିଁକି ବାଛିଥିଲେ ମୋଦି ?

  • Published: Sunday, 05 May 2024
  • , Updated: 05 May 2024, 01:23 PM IST

ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଭୁବନେଶ୍ୱରରେ ଆୟୋଜିତ ସମ୍ପାଦକ ସମ୍ମିଳନୀରେ ସେ ଭାଗ ନେଇଥିଲେ। ଗତକାଲି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଥିଲେ, ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୂର ରହିଛି। କ’ଣ ନାହିଁ ଓଡ଼ିଶାରେ ? କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ ହୋଇଛି କି ? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି ? ଓଡ଼ିଶାର କଳା ଓ ସଂସ୍କୃତି କେତେ ସମୃଦ୍ଧ, ତାହା କହିବା ଅନାବଶ୍ୟକ । କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତା’ର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ରକୁ କାହିଁକି ବାଛିଲେ ? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ।

Related story