୬୧୩୪କୋଟି ଟଙ୍କାର ୨୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ୬୧୩୪.୫୨ କୋଟି ଟଙ୍କାର ୨୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Friday, 23 February 2024
  • Updated: 23 February 2024, 09:57 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ୬୧୩୪.୫୨ କୋଟି ଟଙ୍କାର ୨୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୪୨୨୭୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ରାଜ୍ୟର ୧୦ଟି ଜିଲ୍ଲାରେ ଏହି ୨୭ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।
ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି। ଡାଉନଷ୍ଟ୍ରିମ ଆଲୁମିନିୟମ, ଅକ୍ଷୟ ଶକ୍ତି, ନିର୍ମାଣ, ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ଆପେରାଲ ଆଣ୍ଡ ଟେକ୍ସଟାଇଲ, ଫେରୋ ଆଲଏଜ୍‌, ଆଇଟି ଇନଫ୍ରାଷ୍ଟକଚର କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ।

କନ୍ଧମାଳର ବାଲିଗୁଡ଼ାଠାରେ ୭୮୭.୪୮କୋଟି ଟଙ୍କା ବ୍ୟୟରେ ୬୩ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ଜଳବିଦ୍ୟୁତ ନିଗମର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଅତିରିକ୍ତ ୨୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଅନୁଗୁଳରେ ଗତିଶକ୍ତି ମଲଟିମୋଡାଲ ଟର୍ମିନାଲ ସ୍କିମରେ ଘରୋଇ ମାଲ ପରିବହନ ଟର୍ମିନାଲ ସ୍ଥାପନ ପାଇଁ କୋଲି କର୍ମସିଆଲ ଏଲଏଲପି ୮୨.୦୨କୋଟି ଟଙ୍କା ବିନିଯୋଗ କରିବ। ଖୋର୍ଦ୍ଧାଠାରେ ପ୍ରିମିୟମ ଟ୍ରାନ୍ସମିଶନ ଭେଂଚର ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଟ୍ରାନ୍ସମିଶନ ଓ ଅକ୍ଷୟଶକ୍ତି ଉପକରଣ ନିର୍ମାଣ ନିମନ୍ତେ ୫୫୫ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରସ୍ତାବକୁ ମଧ୍ୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

Also Read

ପାରାଦୀପଠାରେ ଟେକ୍ସମୋକୋ ରେଲ୍ ଆଣ୍ଡ ଇଞ୍ଜିନିୟରିଂ ୪୩୮.୯୨କୋଟି ଟଙ୍କା ବିନିଯୋଗ କରି ରେଳବାଇ ବଗି ଓ କପଲର ନିର୍ମାଣ କରିବ। ଏଥିରେ ପ୍ରାୟ ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଏସଏମଇଏଲ୍ ଷ୍ଟିଲ ଷ୍ଟ୍ରକଚରାଲ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୮୯୩କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ରେଙ୍ଗାଳିଠାରେ ଆଲୁମିନିୟମ କଏଲ, ଫ୍ଲାଟ ରୋଲଡ୍ ଓ ବ୍ୟାଟେରୀ ଫଏଲ୍ ନିର୍ମାଣ ୟୁନିଟ୍ ସ୍ଥାପନ କରାଯିବ ଓ ଏଥିରେ ୫୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଖୋର୍ଦ୍ଧାଠାରେ ମାଗପେଟ୍ ପଲିମର କମ୍ପାନୀ ପକ୍ଷରୁ ୧୭୫କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ କରାଯିବ। ଏଥିରେ ୫୪୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।
ସେହିପରି ଆଇଟିସି ଲିମିଟେଡ୍ ୧୪୮.୩୯କୋଟି ଟଙ୍କା ବ୍ୟୟରେ ପୁରୀ ସିପସରୁବାଲିଠାରେ ୫ତାରକା ବିଶିଷ୍ଟ ୱେଲକମ୍ ହୋଟେଲ ନିର୍ମାଣ କରିବ। ପ୍ରାୟ ୧୫୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story