ଗର୍ଭାବସ୍ଥାରେ ଅମୃତଭଣ୍ଡା, ସପୁରୀ ଖାଇବା ମନା କି? ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ

ଗର୍ଭଧାରଣ ସମୟ ପ୍ରତି ମହିଳା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମାତ୍ର ଏହି ସମୟରେ ଗର୍ଭବତୀ ମହିଳାମାନେ କ’ଣ ଖାଇବେ, କ’ଣ ଖାଇବେ ନାହିଁ ତାହା ସବୁବେଳେ ଏକ ବଡ଼ ପ୍ରଶ୍ନବାଚୀ ହୋଇ ଉଭା ହୋଇଥାଏ ।  ଗର୍ଭଧାରଣକୁ ନେଇ ଥିବା କିଛି ପୁରୁଣା ଧାରଣା ଉପରେ ନିଜ ମତ ରଖିଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା  ଆଇଭିଏଫ୍ ବିଶେଷଜ୍ଞ  ଡକ୍ଟର ଅରଖାନା ଧାୱନ ବଜାଜ । * ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା ଉଚିତ କି ନୁହେଁ ତାହା […]

pregnant lady

  • Published: Monday, 08 August 2022
  • , Updated: 08 August 2022, 09:30 AM IST

ଗର୍ଭଧାରଣ ସମୟ ପ୍ରତି ମହିଳା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମାତ୍ର ଏହି ସମୟରେ ଗର୍ଭବତୀ ମହିଳାମାନେ କ’ଣ ଖାଇବେ, କ’ଣ ଖାଇବେ ନାହିଁ ତାହା ସବୁବେଳେ ଏକ ବଡ଼ ପ୍ରଶ୍ନବାଚୀ ହୋଇ ଉଭା ହୋଇଥାଏ ।  ଗର୍ଭଧାରଣକୁ ନେଇ ଥିବା କିଛି ପୁରୁଣା ଧାରଣା ଉପରେ ନିଜ ମତ ରଖିଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା  ଆଇଭିଏଫ୍ ବିଶେଷଜ୍ଞ  ଡକ୍ଟର ଅରଖାନା ଧାୱନ ବଜାଜ ।

* ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା ଉଚିତ କି ନୁହେଁ ତାହା ସବୁଠୁ ଏକ ବଡ଼ ଗୁଜବ । ଏହି ସମୟରେ ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଏହାର କ’ଣ ପ୍ରଭାବ ପଡ଼େ ସେ ନେଇ ଭିନ୍ନ ମତ    ଶୁଣିବାକୁ ମିଳେ।   ଏନେଇ  ଡକ୍ଟର ଅରଖାନା କହିଛନ୍ତି, ବାସ୍ତବରେ କଞ୍ଚା କିମ୍ବା ଦର ପାଚିଲା ଅମୃତଭଣ୍ଡାରେ ଥିବା ଲାଟେକ୍ସ ଏବଂ ପେପେନ୍ ଗର୍ଭରେ ବଢ଼ୁଥିବା ଭୃଣ ପାଇଁ କ୍ଷତିକାରକ । ହେଲେ ପାଚିଲା    ଅମୃତଭଣ୍ଡା  ଗର୍ଭାବସ୍ଥାରେ ଖାଇବା ଲାଭଦାୟକ ହୋଇଥାଏ। ମାତ୍ର ଲୋକେ କଞ୍ଚା, ଦରପାଚିଲା ଓ ପାଚିଲା ଅମୃତଭଣ୍ଡାକୁ ନେଇ ଯେପରି ଦ୍ୱନ୍ଦ୍ୱରେ ନ ପଡ଼ନ୍ତୁ ସେଥିନିମନ୍ତେ ଡାକ୍ତରମାନେ ଗର୍ଭାବସ୍ଥାରେ        ଅମୃତଭଣ୍ଡା ଖାଇବାକୁ ମନା କରିଦେଇଥାନ୍ତି। ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭ ନଷ୍ଟ ହେବାର ଆଶଙ୍କା ନ ଥାଏ।

[caption id="attachment_755709" align="aligncenter" width="650"] Representational Image[/caption]

* ମାତ୍ର ଗର୍ଭାବସ୍ଥାରେ ସପୁରୀ ଖାଇବାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇବା ଉଚିତ । କାରଣ ଏହା ଗର୍ଭରେ ଥିବା ଶିଶୁ ପାଇଁ କ୍ଷତିକାରକ ସାବ୍ୟସ୍ତ୍ୟ ହୋଇଥାଏ ବୋଲି କହିଛନ୍ତି ଡା.ଅରଖାନା ।

* ଗର୍ଭାବସ୍ଥାରେ ପାଳଙ୍ଗ ଶାଗ ଖାଇବା ଉଚିତ ନୁହେଁ ବୋଲି ବହୁ ପୁରୁଣା କାଳରୁ ଶୁଣିବାକୁ ମିଳୁଛି। ହେଲେ ପାଳଙ୍ଗରେ ଭରପୁର ମାତ୍ରାରେ ଆଇରନ ଥାଏ। ଯାହାକି ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କିନ୍ତୁ ରୋଷେଇ ପୂର୍ବରୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। କେବଳ ସେତିକି ନୁହେଁ ବାଇଗଣ ବି ଏହି ସମୟରେ ଖାଇହେବ । କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଉଭୟ ମା’ ଓ ଶିଶୁ ପାଇଁ ଭଲ ।

* ନଡ଼ିଆରେ ସାଧାରଣତଃ ପୋଟାସିୟମ ଥିବାରୁ ଗର୍ଭାବସ୍ଥାରେ ଏହାକୁ ଖାଇଲେ ଭୃଣର ବିକାଶରେ ଏହା ସହାୟକ ହୋଇଥାଏ। ତେଣୁ ଗର୍ଭାବସ୍ଥାରେ ଏହାକୁ ଭରପୁର ମାତ୍ରାରେ ସେବନ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

[caption id="attachment_755710" align="aligncenter" width="650"] Representational Image[/caption]

* ପ୍ରେଗନେନ୍ସି ସମୟରେ ସାଧାରଣତଃ ମହିଳାମାନଙ୍କୁ ଡାର୍କ ଚକୋଲେଟ ବେଶି ଖାଇବାକୁ ବାରଣ କରାଯାଇଥାଏ। କାରଣ ଏହାର ପ୍ରଭାବ ପିଲାର ରଙ୍ଗ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ଡା.  ଅରଖାନା ଧାୱନ ବଜାଜ । ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ମନ ପସନ୍ଦ ଚକୋଲେଟର ମଜା ଉଠାଇ ପାରିବେ।

* ଗର୍ଭଧାରଣ ସମୟରେ ଭରପୁର ମାତ୍ରାରେ ଡ୍ରାଏ ଫ୍ରୁଟସ୍‌ ଖାଇବା ଉଚିତ। ଏହି ସମୟରେ ପ୍ରଥମ ଟ୍ରାଇମେଷ୍ଟାର ସମୟରେ ଡ୍ରାଏ ଫ୍ରୁଟସ୍‌ ଖାଇବା ଉଚିତ ନୁହେଁ ବୋଲି ଲୋକଙ୍କ ମଧ୍ୟରେ ଧାରଣା ଥିବା ବେଳେ ଏହା ଭୁଲ୍‌ ବୋଲି କହିଛନ୍ତି ବିଶେଷଜ୍ଞ। ଗର୍ଭଧାରଣ ପରଠୁ ମହିଳାମାନେ ପ୍ରତିଦିନ ୨ଟି ଭିଜା ଯାଇଥିବା ବାଦାମ, ଗୋଟିଏ ଅଞ୍ଜିର, ୨ଟି କାଜୁ ଓ ୫,୬ଟି କିସମିସ୍‌ ଖାଇବା ଉଚିତ। ଏହା ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

[caption id="attachment_755713" align="aligncenter" width="650"] Representational Image[/caption]

* ଗର୍ଭାବସ୍ଥାରେ ଡାକ୍ତରମାନେ ଚାଇନିଜ୍ ଆଇଟମ୍‌ ଖାଇବାକୁ ମନା କରିଥାନ୍ତି । କାରଣ ଏଥିରେ ମିଶିଥିବା ଅଜିନୋମୋଟୋ ଶିଶୁର ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି କରିଥାଏ। ତେଣୁ ଆପଣ ଘରେ ଅଜିନୋମୋଟୋ ବିନା ଚାଇନିଜ୍ ଆଇଟମ୍‌ ତିଆରି କରି ତାହାର ମଜା ଉଠାଇ ପାରିବେ।

[caption id="attachment_755712" align="aligncenter" width="650"] Reprsenational Image[/caption]

ଡ   ଅରଖାନାଙ୍କ କହିବାନୁଯାୟୀ, ଗର୍ଭାବସ୍ଥାରେ ଅଧିକ କଫି ଖାଇବା କ୍ଷତିକାରକ । କାରଣ ଏଥିରେ କ୍ୟାଫେନ୍ ଥାଏ । ତେଣୁ ଆପଣ ବେଳେବେଳେ ଆପଣ କଫି ପିଇପାରିବେ । ହେଲେ  ନିଶ୍ଚିତ ଭାବରେ ଦିନକୁ ଦୁଇଥର ଚା ପିଇପାରିବେ ।

[caption id="attachment_755714" align="aligncenter" width="650"] Representational Image[/caption]

କ୍ଷୀରେ ଘିଅ ମିଶାଇ ଗର୍ଭବତୀ ମହିଳା ପିଇବା ଦ୍ୱାରା ସାଧାରଣ ପ୍ରସବ ହୋଇଥାଏ ବୋଲି ଲୋକଙ୍କ ମନୀରେ ଧାରଣା ରହିଛି। ମାତ୍ର ଏହାର କୌଣସି ସତ୍ୟତା ନାହିଁ। କାରଣ କ୍ଷୀରରେ ଘିଅ ମିଶ୍ରିତ ହେବା ଦ୍ୱାରା ଏହା ନିଶ୍ଚିତ ଭାବେ ମା’ ଓ ପିଲାର ପ୍ରୋଟିନ ଓ କ୍ୟାଲସିୟମର ଅଭାବ ପୂରଣ କରିଥାଏ । କିନ୍ତୁ ଏହା ସହ ସାଧାରଣ ପ୍ରସବର କିଛି କନେକ୍ସନ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।

Related story