Advertisment

ମଶା କାମୁଡ଼ାରୁ ସୁରକ୍ଷା ଦିଏ ନଡ଼ିଆ ତେଲର ଏପରି ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନଡ଼ିଆକୁ ପ୍ରକୃତିର ବରଦାନ ବୋଲି କୁହାଯାଏ। ନଡ଼ିଆ ଓ ଏହାର ତେଲକୁ ଖାଦ୍ୟ ଏବଂ ଆୟୁର୍ବେଦିକ ଔଷଧ ରୂପେ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ମଶା କାମୁଡ଼ାରୁ ଶରୀରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ନଡ଼ିଆ ତେଲକୁ ବ୍ୟବହାର କରାଯାଇପାରିବ। ଏବେ ଆସନ୍ତୁ ଜାଣିବା, ନଡ଼ିଆ ତେଲକୁ କିପରି ବ୍ୟବହାର କଲେ, ଆପଣ ନିଜ ଶରୀରକୁ ମଶା କାମୁଡ଼ାରୁ ସୁରକ୍ଷା ଦେଇପାରିବେ। ଏଥିପାଇଁ ଆପଣଙ୍କୁ ନଡ଼ିଆ ତେଲ ସହ ଅନ୍ୟଏକ ସୁଗନ୍ଧଯୁକ୍ତ ତେଲ ମିଶାଇ ଏକ […]

ଅଦ୍ୟତନ ହୋଇଛି
ମଶା କାମୁଡ଼ାରୁ ସୁରକ୍ଷା ଦିଏ ନଡ଼ିଆ ତେଲର ଏପରି ବ୍ୟବହାର

oil

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନଡ଼ିଆକୁ ପ୍ରକୃତିର ବରଦାନ ବୋଲି କୁହାଯାଏ। ନଡ଼ିଆ ଓ ଏହାର ତେଲକୁ ଖାଦ୍ୟ ଏବଂ ଆୟୁର୍ବେଦିକ ଔଷଧ ରୂପେ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ମଶା କାମୁଡ଼ାରୁ ଶରୀରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ନଡ଼ିଆ ତେଲକୁ ବ୍ୟବହାର କରାଯାଇପାରିବ।

Advertisment

ଏବେ ଆସନ୍ତୁ ଜାଣିବା, ନଡ଼ିଆ ତେଲକୁ କିପରି ବ୍ୟବହାର କଲେ, ଆପଣ ନିଜ ଶରୀରକୁ ମଶା କାମୁଡ଼ାରୁ ସୁରକ୍ଷା ଦେଇପାରିବେ।

ଏଥିପାଇଁ ଆପଣଙ୍କୁ ନଡ଼ିଆ ତେଲ ସହ ଅନ୍ୟଏକ ସୁଗନ୍ଧଯୁକ୍ତ ତେଲ ମିଶାଇ ଏକ ଲୋଶନ୍‌ ପ୍ରସ୍ତୁତ କରିବାକୁ ପଡ଼ିବ।

Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ପାତ୍ରରେ ଦୁଇ ଚାମଚ ନଡ଼ିଆ ତେଲ ଆଣନ୍ତୁ। ଯଦି ନଡ଼ିଆ ତେଲ ବସିଯାଉଛି, ତେବେ ଏହାକୁ ଅଳ୍ପ ଗରମ କରିଦିଅନ୍ତୁ। ଏଥିରେ ଅଧା ଚାମଚ ସୁଗନ୍ଧଯୁକ୍ତ ତେଲ ମିଶାନ୍ତୁ। ଏହି ଦୁଇଟି ତେଲର ମିଶ୍ରଣକୁ ଗାଢ଼ ରଙ୍ଗ ହେବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା, ନଡ଼ିଆ ତେଲର ଲୋଶନ୍‌।

କେମିତି ବ୍ୟବହାର କରିବେ:

ନଡ଼ିଆ ତେଲର ଏହି ଲୋଶନ୍‌କୁ ହାତ, ଗୋଡ଼ ଓ ମୁହଁରେ ଲଗାଇଲେ, ମଶା ଆପଣଙ୍କ ପାଖ ମାଡ଼ିବେ ନାହିଁ। ଏହା ସହିତ ମଶା କାମୁଡ଼ାରୁ ହେଉଥିବା ରୋଗ ମଧ୍ୟ ଆପଣଙ୍କୁ ହେବ ନାହିଁ। ସେହିଭଳି ଶରୀରର କୌଣସି ଅଙ୍ଗ ପୋଡ଼ିଗଲେ କିମ୍ୱା ପୋକ କାମୁଡ଼ି ଦେଲେ, ଏହି ଲୋଶନ୍‌କୁ ଲଗାଇ ଆପଣ ଏଥିରୁ ଆରୋଗ୍ୟ ପାଇପାରିବେ। ନଡ଼ିଆ ତେଲର ଏହି ଲୋଶନ୍‌ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଖୁବ୍ ଉପକାରୀ। ଆପଣଙ୍କ ତ୍ୱଚା ଶୁଖି ଯାଉଥିଲେ କିମ୍ୱା କୁଣ୍ଡାଇ ହେଉଥିଲେ, ଏହି ଲୋଶନ୍‌ ବ୍ୟବହାର କରିବା ଦ୍ୱାରା ସୁଫଳ ମିଳିଥାଏ।

ମଶା କାମୁଡ଼ିବାରୁ ସୁରକ୍ଷା ଦେବା ସହ ନଡ଼ିଆ ତେଲର ବ୍ୟବହାର ଶରୀର ପାଇଁ ବିଭିନ୍ନ କ୍ଷେତ୍ରରେ ବେଶ୍‌ ଉପାଦେୟ।

ନଖ ମଜବୁତ୍‌ କରେ:

ନଡ଼ିଆ ତେଲ ଶରୀରକୁ ପୁଷ୍ଟି ଯୋଗାଇଥାଏ। ବଡି ମଶ୍ଚୁରାଇଜର୍‌ର କାମ ସାଙ୍ଗକୁ ମହିଳାଙ୍କ ନଖ ଭାଙ୍ଗିଯିବା ଭଳି ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ। ନିୟମିତ ନଡ଼ିଆ ତେଲ ଲଗାଇଲେ, ନଖ ମଜବୁତ୍‌ ହୋଇଥାଏ।

ଦାଗ ଦୂର କରେ:

ସନ୍ତାନ ଜନ୍ମ ପରେ ମହିଳାଙ୍କ ପେଟ ଏବଂ ଅଣ୍ଟାରେ ଦାଗ ସୃଷ୍ଟି ହୋଇଥାଏ। ପ୍ରତିଦିନ ସେହି ସ୍ଥାନରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଏହି ଦାଗସବୁ ଦୂର ହୋଇଥାଏ। ସେହିଭଳି ତୁଳାରେ ଅଳ୍ପ ନଡ଼ିଆ ତେଲ ନେଇ ଆଖି ତଳେ ଲଗାନ୍ତୁ। ଏହାଦ୍ୱାରା ଆଖି ତଳ କଳା ଦାଗ ଦୂର ହୋଇଯିବ।

ସହଜରେ ମେକ୍‌ଅପ୍‌ ଛଡ଼ାଇ ଦିଏ:

ମେକ୍‌ଅପ୍‌ ନେବା ପରେ ଏହାକୁ ଛଡ଼ାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣ ମେକ୍‌ଅପ୍‌ ରିମୁଭର୍‌ରେ ଟଙ୍କା ଖର୍ଚ୍ଚ ନକରି ନଡ଼ିଆ ତେଲ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ମେକ୍‌ଅପ୍‌ ସହଜରେ ଛାଡ଼ିଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe