ଶୀତ ଦିନେ କିଭଳି ନେବେ ତ୍ୱଚାର ଯତ୍ନ

ଶୀତ ଦିନ ଆସିବା କ୍ଷଣି ଆମ ତ୍ୱଚା ଡ୍ରାଏ ହୋଇଯାଏ ଏବଂ ଫାଟିବାକୁ ଲାଗେ । ଏଥିପାଇଁ ଅଧିକାଂଶ ଲୋକ ବଜାରରେ ମିଳୁଥିବା କୋଲ୍ଡ କ୍ରିମ ବା ଲୋଶନର ବ୍ୟବହାର କରିଥା’ନ୍ତି । ଏହି କୋଲ୍ଡ କ୍ରିମ ତ୍ୱଚା ଉପରେ ମାତ୍ର ୨ରୁ ୩ ଘଣ୍ଟା ଯାଏଁ ରହେ। ଏହାପରେ ପୂର୍ବଭଳି ପରିସ୍ଥିତିକୁ ଆସିଯାଏ । ତେବେ ଘରୋଇ ସାମଗ୍ରୀକୁ ବ୍ୟବହାର କରି ଏଭଳି କୋଲ୍ଡକ୍ରମି ବା ଲୋଶନ ତିଆରି କରିହେବ ଯାହା ଆମ ତ୍ୱଚାକୁ ଦିନ […]

glowing-skin-1

Madhupriya Mistry
  • Published: Saturday, 12 December 2020
  • , Updated: 12 December 2020, 11:17 AM IST

ଶୀତ ଦିନ ଆସିବା କ୍ଷଣି ଆମ ତ୍ୱଚା ଡ୍ରାଏ ହୋଇଯାଏ ଏବଂ ଫାଟିବାକୁ ଲାଗେ । ଏଥିପାଇଁ ଅଧିକାଂଶ ଲୋକ ବଜାରରେ ମିଳୁଥିବା କୋଲ୍ଡ କ୍ରିମ ବା ଲୋଶନର ବ୍ୟବହାର କରିଥା’ନ୍ତି । ଏହି କୋଲ୍ଡ କ୍ରିମ ତ୍ୱଚା ଉପରେ ମାତ୍ର ୨ରୁ ୩ ଘଣ୍ଟା ଯାଏଁ ରହେ। ଏହାପରେ ପୂର୍ବଭଳି ପରିସ୍ଥିତିକୁ ଆସିଯାଏ । ତେବେ ଘରୋଇ ସାମଗ୍ରୀକୁ ବ୍ୟବହାର କରି ଏଭଳି କୋଲ୍ଡକ୍ରମି ବା ଲୋଶନ ତିଆରି କରିହେବ ଯାହା ଆମ ତ୍ୱଚାକୁ ଦିନ ସାରା ନରମ ରଖି ପାରିବ । ଆସନ୍ତୁ  ଜାଣିବା ସେ ବିଷୟରେ

ଶୀତିଦିନେ ଅଧିକାଂଶ ଆଲମଣ୍ଡ ବା ବାଦାମ ତେଲ ବ୍ୟବହାର କରାଯାଏ । ଏଥିରେ ଭିଟାମିନ-ଏ, ଇ, ଓମେଗା-୩ ଫ୍ୟାଟି ଏସିଡ, ପୋଟାସିଅମ, ଜିଙ୍କ ଭଳି ପ୍ରୋଟିନ ଭରପୁର ମାତ୍ରାରେ ରହିଛି । ଏହାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ନରମ ରହିଥାଏ । ଏଥିସହ ରିଙ୍କଲ୍ସ ବା ତ୍ୱଚା କୁଞ୍ଚନ ମଧ୍ୟ ଦୂର ହୋଇଥାଏ । ଆପଣ ଚାହିଁଲେ ବାଦାମ ତେଲରେ କୋଲ୍ଡ କ୍ରମି ମଧ୍ୟ ତିଆରି କରି ଲଗାଇ ପାରିବେ ।

ସାମଗ୍ରୀ: ୧/୨ କପ ବାଦାମ ତେଲ, ୧/୨ କପ ନଡିଆ ତେଲ, ୧/୪ କପ ମହୁ, ୧ ଚାମଚ ଭିଟାମିନ-ଇ ତେଲ, ୨ ଚାମଚ କୋକୋଆ ବଟର, ୩ରୁ ୪ ବୁନ୍ଦା ଏସେନ୍ସିଆଲ ଅଏଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥେମ ଏକ ବଡ ପାତ୍ରରେ ପାଣି ଭର୍ତ୍ତି କରନ୍ତୁ । ତା’ପରେ ଏହା ଗ୍ୟାସ ଉପରେ ରଖି ଗରମ କରନ୍ତୁ । ପାଣି ଗରମ ହୋଇଯିବା ପରେ ବାଦାମ ତେଲ, ନଡିଆ ତେଲ, ମହୁ ଏବଂ କୋକୋଆ ବଟରକୁ ଏକ ଅଲଗା ପାତ୍ରରେ ଗରମ ପାଣି ଉପରେ ରଖି ଉଷୁମ କରନ୍ତୁ । ଏସବୁ ସାମଗ୍ରୀ ମିଶି ଗଲା ପରେ ଏଥିରେ ଭିଟାମିନ-ଇ ତେଲ ପକାନ୍ତୁ । ପରେ ଏହି ମିଶ୍ରଣକୁ ଏକ କାଚ ଡବାରେ ରଖି ଥଣ୍ଡ ହେବା ପରେ ବନ୍ଦ କରିଦିଅନ୍ତୁ । ପ୍ରତିଦିନ ଏହି ଲୋଶାନକୁ ମୁହଁରେ ଲଗାନ୍ତୁ । ଏହି ଲୋଶନ ଅଲ୍ଟ୍ରା-ମଶ୍ଚରାଇଜିଂ ଅଟେ । ଘରେ ତିଆରି ହୋଇଥିବା ଏହି ଲୋଶନକୁ ଆପଣ ୬ ମାସ ଯାଏଁ ରଖି ବ୍ୟବହାର କରିପାରିବେ ।

ବାଦାମ ତେଲ ତ୍ୱଚାର ଉଜ୍ୱଳତାକୁ ବଢ଼ାଇଥାଏ । ଭିଟାମିନ-ଇ ଥିବା ଯୋଗୁଁ ଏହା ରେଟିନାଲ ଭାବ କାମ କରେ, ଯାହା ତ୍ୱଚା କୁଞ୍ଚନକୁ କମ କରିବାରେ ସହାୟକ ହୋଇଯାଏ । ଯଦି ଆପଣଙ୍କ ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ବାଦାମ ତେଲ ଲଗାଇଲେ ତାହା ମଧ୍ୟ ଦୂର ହୋଇପାରିବେ । ବାଦାମ ତେଲରେ ତିଆରି ଏହି ଲୋଶନ କେବଳ ଚେହେରା ପାଇଁ ନୁହେଁ ଏଗଜିମା, ଷ୍ଟ୍ରେଚମାର୍କ ଭଳି ସମସ୍ୟାକୁ ମଧ୍ୟ ଦୂର କରିପାରିବ।

Related story